Advertisment

ଗର୍ଭପାତର ଦୁଃଖ ପ୍ରକାଶ କଲେ ରାନୀ ମୁଖାର୍ଜୀ; କହିଲେ ଭାରି କଷ୍ଟଦାୟକ ଥିଲା ସେହି ସମୟ

ବଲିଉଡ୍‌ କ୍ୱିନ୍ ରାନୀ ମୁଖାର୍ଜୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ କ୍ୱଚିତ୍ କଥାବାର୍ତ୍ତା କରନ୍ତି। କିନ୍ତୁ, ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ଦୁଃଖଦ ଘଟଣା ପ୍ରକାଶ କରିଛନ୍ତି ଏବଂ ତାଙ୍କ ଗର୍ଭପାତର ଯନ୍ତ୍ରଣାକୁ ବର୍ଣ୍ଣନା କରିଛନ୍ତି।

Rani mukerji had suffered miscarriage in 2020 lost

Rani mukerji had suffered miscarriage in 2020 lost

Advertisment

ଗତ କିଛି ବର୍ଷ ମଧ୍ୟରେ, ଅନେକ ଅଭିନେତ୍ରୀ ଗର୍ଭାବସ୍ଥା ସହିତ ଜଡିତ ସେମାନଙ୍କର ଅନୁଭୂତି ବାଣ୍ଟିଛନ୍ତି। କେହି କେହି ସେମାନଙ୍କର ସମ୍ପୂର୍ଣ୍ଣ ଗର୍ଭଧାରଣ ଯାତ୍ରାକୁ ପ୍ରଶଂସକମାନଙ୍କ ସହ ବାଣ୍ଟିଛନ୍ତି ଆଉ କେହି ସେହି କାରଣରୁ ଦୁଃଖଦ ମୂହୁର୍ତ୍ତଗୁଡିକ ମଧ୍ୟ ଶେୟାର କରିଛନ୍ତି। ବଲିଉଡ୍ କ୍ୱିନ୍ ରାନୀ ମୁଖାର୍ଜୀ ମଧ୍ୟ ସେହି ଅଭିନେତ୍ରୀମାନଙ୍କ ଭିତରୁ ଜଣେ।

Advertisment

ଅଭିନେତ୍ରୀ କହିଛନ୍ତି ଯେ ସେ ପୁନର୍ବାର ମା’ ହେବାକୁ ଯାଉଥିଲେ, କିନ୍ତୁ ପରେ ସେ ଗର୍ଭପାତର ଦୁଃଖଦ ମୁହୂର୍ତ୍ତର ଶିକାର ହୋଇଥିଲେ ଏବଂ ତାଙ୍କର ପୁନର୍ବାର ମା’ ହେବାର ସ୍ୱପ୍ନ ଭାଙ୍ଗିଗଲା। ଅଭିନେତ୍ରୀ ମେଲବୋର୍ଣ୍ଣ ୨୦୨୩ର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି କଥା କହିଛନ୍ତି। ତେବେ ଆସନ୍ତୁ ଜାଣିବା ରାନୀ ମୁଖାର୍ଜୀ କେବେ ଏବଂ କିପରି ଗର୍ଭପାତର ଶିକାର ହେଲେ।

ରାନୀ ମୁଖାର୍ଜୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ କ୍ୱଚିତ୍ କଥାବାର୍ତ୍ତା କରନ୍ତି। କିନ୍ତୁ, ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ଦୁଃଖଦ ଘଟଣା ପ୍ରକାଶ କରିଛନ୍ତି ଏବଂ ତାଙ୍କ ଗର୍ଭପାତର ଯନ୍ତ୍ରଣାକୁ ବର୍ଣ୍ଣନା କରିଛନ୍ତି।

Advertisment

ପ୍ରଥମ ଥର ପାଇଁ ରାନୀ ମୁଖାର୍ଜୀ ତାଙ୍କ ଗର୍ଭପାତ ବିଷୟରେ କହିଛନ୍ତି ଯେ ୨୦୨୦ ମସିହାରେ କରୋନା ସମୟରେ ସେ ଯେତେବେଳେ ୫ ମାସର ପ୍ରେଗ୍‌ନେନ୍ସୀ ଥିଲେ ତାଙ୍କର ଗର୍ଭପାତ ହୋଇଥିଲା। ଏହି ଯନ୍ତ୍ରଣାଦାୟକ ସମୟକୁ ସହିବା ଏବଂ ଏଥିରୁ ବାହାରିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ବୋଲି ଅଭିନେତ୍ରୀ କହିଛନ୍ତି।

ରାନୀ ମୁଖାର୍ଜୀ କହିଛନ୍ତି ଯେ ‘ମିସେଜ୍ ଚାଟାର୍ଜୀ ଭର୍ସେସ୍ ନରୱେ’ର ପ୍ରମୋଶନ ବେଳେ ସେ ଏ ବିଷୟରେ କହି ନଥିଲେ। କାରଣ ସେ ଭାବୁଥିଲେ ଯେ ଯଦି ସେ ଏହି ସମୟରେ ନିଜର ଯନ୍ତ୍ରଣା କଥା କହିବେ ତେବେ ଲୋକମାନେ ଭାବିବେ ଯେ ସେ ତାଙ୍କ ଫିଲ୍ମର ପ୍ରମୋଶନ ପାଇଁ ଏହି ସବୁ କରୁଛନ୍ତି।

Advertisment

ରାନୀ କହିଛନ୍ତି- “ମୁଁ ପ୍ରଥମ ଥର ପାଇଁ ମୋ ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବସାଧାରଣରେ କହୁଛି। ‘ମିସେଜ୍ ଚାଟାର୍ଜୀ ଭର୍ସେସ୍ ନରୱେ’ର ପ୍ରମୋଶନ ବେଳେ ମଧ୍ୟ ମୁଁ ମୋର ଯନ୍ତ୍ରଣା ପ୍ରକାଶ କରି ନାହିଁ। କାରଣ, ମୁଁ ଚାହୁଁ ନଥିଲି ଯେ ଲୋକମାନେ ମୋର ବ୍ୟକ୍ତିଗତ ଜୀବନକୁ ମୋ ଫିଲ୍ମ ସହିତ ଯୋଡନ୍ତୁ ଏବଂ ତା’ପରେ କୁହନ୍ତୁ ଯେ ଏ ସବୁ ଷ୍ଟ୍ରାଟେଜୀ ଅନୁଯାୟୀ ହେଉଛି।”

ସେ ତାଙ୍କ ଗର୍ଭପାତର ଦୁଃଖକୁ ନେଇ କହିଛନ୍ତି, “୨୦୨୦ରେ କରୋନା ସମୟରେ ମୁଁ ଗର୍ଭବତୀ ଥିଲି। ଆମେ ଦ୍ୱିତୀୟ ଥର ବାପାମାଆ ହେବାକୁ ଯାଉଥିଲୁ ଏବଂ ଆମେ ବହୁତ ଖୁସି ଥିଲୁ। କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ମୋର ୫ ମାସର ଶିଶୁକୁ ହରାଇଥିଲି। ମୋର ଗର୍ଭପାତ ହୋଇଥିଲା।”

ପ୍ରକାଶଥାଉ ଯେ ରାନୀ ମୁଖାର୍ଜୀଙ୍କ ‘ମିସେଜ୍ ଚାଟାର୍ଜୀ ବନାମ ନରୱେ’ ୨୩ ମାର୍ଚ୍ଚ ୨୦୨୩ରେ ରିଲିଜ୍ ହେବାର ଥିଲା , ଯାହା ଏକ ଭାରତୀୟ ପରିବାର ଉପରେ ଆଧାରିତ। ଏହା ଏକ ପ୍ରକୃତ ଘଟଣା ଉପରେ ଆଧାରିତ ଏକ ଚଳଚ୍ଚିତ୍ର, ଯେଉଁଥିରେ ରାନୀ ମୁଖାର୍ଜୀ ଜଣେ ମା’ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ତାଙ୍କର ଦୁଇ ପିଲାଙ୍କୁ ଛଡ଼ାଇ ନେବାକୁ ଚେଷ୍ଟା କରାଯାଇଛି, ଯାହା ପାଇଁ ସେ ଲଢୁଛନ୍ତି। ଏହି ଭାବପ୍ରବଣ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆଶିମା ଛିବର୍।

Bollywood Rani Mukherjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ