Advertisment

ଇଟାଲୀରେ ବାହାହେବେ ଆଲିଆ-ରଣବୀର

ବିବାହ ଋତୁ ଆରମ୍ଭ ହୋଇଯାଇଛି। ବିହାହ ଋତୁର ଆରମ୍ଭରେ ବଲିଉଡର ପ୍ରେମଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅବିନେତ୍ରୀ କାଟ୍ରୀନା କୈଫ୍ ଓ ଭିକୀ କୌଶଳଙ୍କ ବିବାହକୁ ନେଇ ଚର୍ଚ୍ଚା ଥିବା ବେଳେ ଏବେ ସେଥିରେ ଯୋଡି ହୋଇଯାଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି। ଏହି ଦୁହିଁଙ୍କର ବିବାହକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସୁଛି ଯାହା ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମନରେ ଖୁସୀର ଲହରୀ ଖେଳିଯିବ। ଗତ କିଛି ଦିନ ହେବ ଆଲିଆ-ରଣବୀରଙ୍କ ବିବାହ ଖବର ଖୁବ ଚର୍ଚ୍ଚାରେ ରହିଆସିଛି।

Ranbir Kapoor wedding with Alia Bhatt

Ranbir Kapoor wedding with Alia Bhatt

Advertisment

ମୁମ୍ବାଇ : ବିବାହ ଋତୁ ଆରମ୍ଭ ହୋଇଯାଇଛି। ବିହାହ ଋତୁର ଆରମ୍ଭରେ ବଲିଉଡର ପ୍ରେମଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅବିନେତ୍ରୀ କାଟ୍ରୀନା କୈଫ୍ ଓ ଭିକୀ କୌଶଳଙ୍କ ବିବାହକୁ ନେଇ ଚର୍ଚ୍ଚା ଥିବା ବେଳେ ଏବେ ସେଥିରେ ଯୋଡି ହୋଇଯାଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି। ଏହି ଦୁହିଁଙ୍କର ବିବାହକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସୁଛି ଯାହା ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମନରେ ଖୁସୀର ଲହରୀ ଖେଳିଯିବ। ଗତ କିଛି ଦିନ ହେବ ଆଲିଆ-ରଣବୀରଙ୍କ ବିବାହ ଖବର ଖୁବ ଚର୍ଚ୍ଚାରେ ରହିଆସିଛି।

Advertisment
Alia-Ranbir in a film sceneସିନେମାର ଏକ ଦୃଶ୍ୟରେ ଆଲିଆ-ରଣବୀର

ରଣବୀରଙ୍କ ମା ନୀତୁ କପୁର ନିଜ ଘର ପାଇଁ ଖୁବ୍ ଶୀଘ୍ର ବୋହୂ ରୂପରେ ଆଲିଆ ଭଟ୍ଟଙ୍କୁ ଆଣିବେ। ଏହି ଖବର ସାମ୍ନାକୁ ଆସିବା ପରେ ଆଳିଆ ଓ ରଣବୀରଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଗତ ବର୍ଷ ମଧ୍ୟ ଏହି ପ୍ରେମି ଯୁଗଳଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ଥିଲା। କିନ୍ତୁ କରୋନା କାରଣରୁ ବିବାହକୁ ସ୍ଥଗିତ ରଖାଯାଇଥିଲା। ଏବେ ଖବର ମିଳୁଛି ଯେ କାଟ୍ରୀନା ଓ ଭିକୀ କୌଶଲଙ୍କ ଭଳି ଏହି ଯୋଡି ମଧ୍ୟ ଏହି ବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବେ।

Alia-Ranbir in Romantic moodରୋମାଣ୍ଟିକ୍ ମୁଡ୍‌ରେ ଆଲିଆ-ରଣବୀର
Advertisment

ଦୀର୍ଘଦିନର ଅପେକ୍ଷା ପରେ ଆଲିଆ-ରଣବୀର ବିବାହ କରିବେ। ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ ପରେ ରଣବୀର କପୁର ତାଙ୍କ ପରବର୍ତ୍ତୀ ଫିଲ୍ମ ‘ଆନିମଲ୍’ ର ଶୁଟିଂ ଆରମ୍ଭ କରିଦେଇଛନ୍ତି। କିନ୍ତୁ ବିବାହକୁ ଦୃଷ୍ଟିରେ ରଖି ସେ ଫିଲ୍ମର ଶୁଟିଂ ସେଡ୍ୟୁଲ୍ଡ ୨୦୨୨ ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତେବେ ଏହି ଫିଲ୍ମରେ ରଣବୀରଙ୍କ ସହିତ ପରିଣୀତି ଚୋପ୍ରା, ଅନିଲ୍ କପୁର୍, ବବି ବେଓଲ ମୁଖ୍ୟ ଭୂମିକାରେ ଦେଖାଦେବେ।

ସେହିପରି ଯଦି ଆଲିଆ ଭଟ୍ଟଙ୍କ କଥା କୁହାଯାଏ ତେବେ ସେ ମଧ୍ୟ ବିବାହକୁ ନେଇ ପୂରା ପ୍ରସ୍ତୁତିରେ ଅଛନ୍ତି। ସେ ଅକ୍ଟୋବର ଭିତରେ ତାଙ୍କର ସବୁ କାମ ସାରିବା ଯୋଜନାରେ ଅଛନ୍ତି। ନଭେମ୍ବରରୁ ଜାନୁଆରୀ ପହିଲା ପର୍ଯ୍ୟନ୍ତ ସେ ତାଙ୍କୁ ସଂପୂର୍ଣ୍ଣ ଫ୍ରୀ ରଖିବାକୁ କହିଛନ୍ତି।

Advertisment
Ranbir Kapoor wedding with Alia Bhattଇଟାଲୀରେ ବାହାହେବେ ଆଲିଆ-ରଣବୀର

କୁହାଯାଉଛି ଯେ ଆଲିଆ-ରଣବୀର କ୍ରେକେଟ୍ର ବିରାଟ୍ କୋହଲୀ ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭଳି ଇଟାଲୀରେ ବିବାହ କରିବେ। ତେବେ ଏମାନଙ୍କ ବିବାହ ଉତ୍ସବରେ ଖୁବ କମ ଲୋକ ସାମିଲ ହେବେ। ଏଥିରେ ଉଭୟ ପରିବାରର କିଛି ଲୋକଙ୍କ ସହିତ ସେମାନଙ୍କ କିଛି ଭଲ ବନ୍ଧୁମାନେ ଯୋଗ ଦେବେ।

ସେହିଭଳି ଭିକୀ କୌଶଲ ଓ କାଟ୍ରୀନା କୈଫ୍‌ଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି। ଏହି ଯୋଡି ମଧ୍ୟ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବେ। ସୂଚନା ମୁତାବକ ଏହି ଦୁହିଁଙ୍କର ବିବାହ ପୋଷାକ ସବ୍ୟସାଚୀ ଡିଜାଇନ୍ କରୁଛନ୍ତି। ବର୍ତ୍ତମାନ ଏହି ଯୋଡି କପଡା ପସନ୍ଦ କରୁଛନ୍ତି। ବିବାହ ଉତ୍ସବରେ ପିନ୍ଧିବା ନେଇ କାଟ୍ରୀନା ଏକ ର’ସିଲ୍କ ନମ୍ବର ବାଛିଛନ୍ତି, ଯେଉଁଥିରେ ଏକ ଲେହେଙ୍ଗା ହେବ। ଏଯାଏ ମଧ୍ୟ ଏହି ଯୋଡି ବିବାହକୁ ନେଇ ଚୁପ୍ ଅଛନ୍ତି।

Bollywood Alia Bhatt Ranbir Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ