Ranbir Kapoor secret instagram account revealed Neetu Kapoor
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଘରେ ନୂଆ ପରୀ ର ଆଗମନ ନେଇ ପରିବାରରେ ଖୁସି ଦେଖାଦେଇଛି। ଝିଅର ଜନ୍ମ ପରଠାରୁ କପୁର ପରିବାରରେ ଉତ୍ସବର ପରିବେଶ ଲାଗି ରହିଛି। ଜେଜେମା ନୀତୁ ମଧ୍ୟ ଏହାକୁ ନେଇ ଖୁବ ଖୁସି ଥିବା ଦେଖାଯାଆନ୍ତି। କିନ୍ତୁ ସେ ନିଜ ଖୁସିରେ ଏକ ବଡ ଭୁଲ କରିଦେଇଛନ୍ତି ଯାହା ରଣବୀରଙ୍କୁ ଅଡୁଆରେ ପକେଇଛି। ସେ ନିଜର ଏକ ପୋଷ୍ଟ୍ରେ ରଣବୀରଙ୍କ ସିକ୍ରେଟ୍ ଇନଷ୍ଟା ଆକାଉଣ୍ଟର ଖୁଲାସା କରିଦେଇଛନ୍ତି।
ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ନୀତୁ କପୁର ନିକଟରେ ଇନଷ୍ଟାରେ ଏକ ଫଟୋ ଶେୟାର କରିଛନ୍ତି, କିନ୍ତୁ ଏଥିରେ ସେ ଏକ ବଡ ଭୁଲ କରିଛନ୍ତି। ନୀତୁ କପୁର ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ତାଙ୍କ ଶାଶୁ କୃଷ୍ଣା ରାଜ କପୁର ଏବଂ ତାଙ୍କ ପିଲା ରଣବୀର ଏବଂ ରିଦ୍ଧିମା କପୁରଙ୍କ ସହ ନଜର ଆସିଛନ୍ତି।
ଫଟୋରେ ରଣବୀର ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋ ଶେୟାର କରି ନୀତୁ ଲେଖିଛନ୍ତି, 'ଆମେ ତାଙ୍କୁ ମିସ୍ କରୁଛୁ'।
ତେବେ ଏହି ଫଟୋ ଶେୟାର କରିବା ବେଳେ ନୀତୁ ଏକ ଭୁଲ କରିଛନ୍ତି, ଯେଉଁଥିପାଇଁ ରଣବୀରଙ୍କ ସିକ୍ରେଟ୍ ଇନଷ୍ଟା ଆକାଉଣ୍ଟର ଖୁଲାସା ହୋଇଯାଇଛି। ଫଟୋ ଶେୟାର କରି ସେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଟ୍ୟାଗ୍ କରିଛନ୍ତି - @ ranbir8kapoor, ଯାହାକୁ ନେଇ ଲୋକମାନେ ଅନୁମାନ କରୁଛନ୍ତି ଯେ ଏହା ରଣବୀର କପୁରଙ୍କ ପ୍ରକୃତ ଆକାଉଣ୍ଟ, ଯାହାକୁ ସେ ସମସ୍ତଙ୍କଠାରୁ ଲୁଚାଇ ରଖିଛନ୍ତି। ନୀତୁ କପୁରଙ୍କ ଦ୍ୱାରା ଟ୍ୟାଗ୍ ହୋଇଥିବା ଆକାଉଣ୍ଟରେ ୪୮କେ ରୁ ଅଧିକ ଫଲୋର୍ସ ଅଛନ୍ତି।
ନୀତୁ କପୁରଙ୍କ ଦ୍ୱାରା ଶେୟାର ହୋଇଥିବ ସ୍କ୍ରିନ୍ସଟ୍ଏହା ସହିତ, ନୀତୁ କପୁରଙ୍କ ଏହି ଷ୍ଟୋରୀର ଏକ ସ୍କ୍ରିନ୍ସଟ୍ ଏହି ଆକାଉଣ୍ଟରେ ପେଷ୍ଟ୍ କରାଯାଇଛି। ଏଥିରେ କେହି ଜଣେ ନିତୁ କପୁରଙ୍କୁ ଧନ୍ୟବାଦ ଦେଇଛନ୍ତି।
ଆଜିକାଲି କପୁର ପରିବାର ପୂରା ଉତ୍ସବରେ ବୁଡି ରହିଛି। ରଣବୀର ଆଲିଆଙ୍କ ନୂଆ ପରୀଙ୍କୁ ଦେଖିବାକୁ ସମସ୍ତେ ଆଗ୍ରହୀ। ଏହା ସହିତ, ବର୍ତ୍ତମାନ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ଯେ ଏହି ଦମ୍ପତି ସେମାନଙ୍କର ଶିଶୁ କନ୍ୟାର କ’ଣ ନାମକରଣ କରିବାକୁ ଯାଉଛନ୍ତି।
ସୋସିଆଲ ମିଡିଆରେ ତାଙ୍କ ଝିଅର ନାମକରଣକୁ ନେଇ ଏମିତି ବି ଅନେକ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଦମ୍ପତି ସେମାନଙ୍କ ଝିଅର ନାମକୁ ଋଷି କପୁରଙ୍କ ନାମ ଭଳି ଦେବେ ବୋଲି କୁହାଯାଉଛି। କପୁର ପରିବାର ବର୍ତ୍ତମାନ ନାମ ସର୍ଟଲିଷ୍ଟ କରିବାରେ ଲାଗି ପଡିଛନ୍ତି। ସେମାନେ ଖୁବ୍ ଶୀଘ୍ର ଶିଶୁ କନ୍ୟାର ନାମ ଘୋଷଣା କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668773903.jpg)