Advertisment

‘ରାମାୟଣ’କୁ ନେଇ ଆସିଲା ବଡ ଅପ୍‌ଡେଟ୍; ହେବ ତିନି ଭାଗ, ଜାଣନ୍ତୁ କେଉଁଠି କ’ଣ ହେବ

ବର୍ତ୍ତମାନ ‘ରାମାୟଣ’କୁ ନେଇ ଆଉ ଏକ ଅପ୍‌ଡେଟ୍ ସାମ୍ନାକୁ ଆସିଛି। ଏଥିରେ ପ୍ରକାଶ ପାଇଛି ଯେ ରଣବୀର କପୁର ଏବଂ ୟଶଙ୍କ ଏହି ଫିଲ୍ମ ତିନି ଭାଗରେ ନିର୍ମିତ ହେବ। ଏହି ସବୁ ତିନି ଭାଗ କେଉଁଠି-କେବେ-କ’ଣ ହେବ ସେ ସମ୍ବନ୍ଧରେ ଏକ ବଡ ସୂଚନ ଆସିଛି।

ଅଦ୍ୟତନ ହୋଇଛି
ranbir kapoor Ramayana will be three parts first end on sita haran

ranbir kapoor Ramayana will be three parts first end on sita haran

Advertisment

ରଣବୀର କପୁର, ସାଇ ପଲ୍ଲଭୀ ଏବଂ ୟଶ୍‌ଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ ଦୀର୍ଘ ଦିନ ଧରି  ଖବରରେ ଅଛି। ଏହି ଫିଲ୍ମଟି ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏ ‘ଦଙ୍ଗଲ’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। ଫିଲ୍ମ ‘ରାମାୟଣ’କୁ ନେଇ ପ୍ରତିଦିନ କିଛି ନା କିଛି ଅପଡେଟ୍ ସାମ୍ନାକୁ ଆସୁଛି, ଯାହା ଦର୍ଶକଙ୍କ ଉତ୍ସାହକୁ ବଢାଇବାରେ ଲାଗିଛି।

Advertisment

ବର୍ତ୍ତମାନ ‘ରାମାୟଣ’କୁ ନେଇ ଆଉ ଏକ ଅପ୍‌ଡେଟ୍ ସାମ୍ନାକୁ ଆସିଛି। ଏଥିରେ ପ୍ରକାଶ ପାଇଛି ଯେ ରଣବୀର କପୁର ଏବଂ ୟଶଙ୍କ ଏହି ଫିଲ୍ମ ତିନି ଭାଗରେ ନିର୍ମିତ ହେବ। ଏହି ସବୁ ତିନି ଭାଗ କେଉଁଠି-କେବେ-କ’ଣ ହେବ ସେ ସମ୍ବନ୍ଧରେ ଏକ ବଡ ସୂଚନ ଆସିଛି।

ଏକ ସୂଚନା ଅନୁସାରେ କୁହାଯାଇଛି ଯେ ପ୍ରଥମ ଭାଗ ପ୍ରଭୁ ରାମଚନ୍ଦ୍ର, ଅଯୋଧ୍ୟାରେ ତାଙ୍କ ପରିବାର, ସୀତାଙ୍କ ସହ ତାଙ୍କର ବିବାହ ଏବଂ ୧୪ ବର୍ଷ ବନବାସ ଉପରେ ଆଧାରିତ ହେବ।

Advertisment

ଫିଲ୍ମର ପ୍ରଥମ ଭାଗ ସୀତା ଅପହରଣ ସହିତ ଶେଷ ହେବ। ନିର୍ମାତା କାହାଣୀକୁ ହରବର କରିବାକୁ ଚାହାଁନ୍ତି ନାହିଁ ଏବଂ ସେ ଏହି ମହାକାବ୍ୟକୁ ମନୋରଂଜନରେ ଭରପୂର ସହିତ, ସମ୍ବେଦନଶୀଳ ଏବଂ ସିନେମାଟିକ୍ ଢଙ୍ଗରେ କହିବାକୁ ଚାହାଁନ୍ତି।

ସୂଚନାନୁସାରେ, ଦ୍ୱିତୀୟ ଭାଗରେ ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କ ସାକ୍ଷାତକୁ ଦେଖାଯାଇପାରେ। ଭଗବାନ ହନୁମାନ ଏବଂ ବାନରସେନା, ସେମାନଙ୍କ ସାମ୍ନାକୁ ଆସୁଥିବା ପ୍ରତିବନ୍ଧକ ଏବଂ ରାମ ସେତୁ ନିର୍ମାଣକୁ ଦେଖାଯିବ।

Advertisment

ଫିଲ୍ମର ତୃତୀୟ ତଥା ଶେଷ ଭାଗରେ ଆମେ ବାନରସେନା ଏବଂ ରାବଣ ସେନା ମଧ୍ୟରେ ଯୁଦ୍ଧ, ରାବଣର ପରାଜୟ ଏବଂ ପ୍ରଭୁ ରାମ ଏବଂ ସୀତାଙ୍କ ଅଯୋଧ୍ୟାକୁ ପ୍ରର୍ତ୍ୟାବର୍ତ୍ତନ କଥା ଦେଖିବା। ତେବେ ନିର୍ମାତା ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି। କୁହାଯାଏ ଯେ ନିର୍ମାତା ରାମ ନବମୀ ଅବସରରେ ଆନୁଷ୍ଠାନିକ ଭାବେ ଫିଲ୍ମକୁ ନେଇ ଘୋଷଣା କରିବେ।

Bollywood Ranbir Kapoor Ramayana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ