Advertisment

ନିଜ ଛୁଆକୁ ଧରି ରାମ୍ପ୍‌ରେ ଚାଲିଲେ ଆଦିବାସୀ ମହିଳା; ଭିଡିଓ ହେଲା ଭାଇରାଲ୍

ଫ୍ୟାଶନ୍ ଶୋ’ ବେଳେ ମଡେଲମାନେ ବିଭିନ୍ନ ପ୍ରକାର ଫ୍ୟାଶନେବଲ୍ ପୋଷାକରେ ନିଜକୁ ସଜ୍ଜେଇଥାନ୍ତି। ଏବେ ଏମିତି ଜଣେ ମଡେଲ୍‌ଙ୍କ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ନିଜ ପିଲାଙ୍କୁ ଧରି, ଅତି ସାଧାରଣ ପୋଷାକ ପିନ୍ଧି ରାମ୍ପ୍‌ରେ ଚାଲୁଥିବା ଦେଖାଯାଏ।

ଅଦ୍ୟତନ ହୋଇଛି
Ramp walk of mother with baby on her side

Ramp walk of mother with baby on her side

Advertisment

ଯେଉଁମାନେ ନିଜ କ୍ୟାରିୟର ଭାବରେ ମଡେଲିଂକୁ ବାଛିନେଇଛନ୍ତି, ସେମାନେ ନିଜର ରୂପ-ରଙ୍ଗ ଠାରୁ ଆରମ୍ଭ କରି ଶାରୀରିକ ଫିଟ୍‌ନେସ୍‌ ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦିଅନ୍ତି। ଏହା ନ କରିବେ ବା କାହିଁକି? କାରଣ ସେମାନେ ଯେତେବେଳେ ଫ୍ୟାଶନ ଶୋ’ରେ ରାମ୍ପରେ ଚାଲନ୍ତି, ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ଉପରେ ଥାଏ।

Advertisment

ଫ୍ୟାଶନ୍ ଶୋ’ ବେଳେ ମଡେଲମାନେ ବିଭିନ୍ନ ପ୍ରକାର ଫ୍ୟାଶନେବଲ୍ ପୋଷାକରେ ନିଜକୁ ସଜ୍ଜେଇଥାନ୍ତି। ଯେଉଁଠି ରାମ୍ପ ଶୋ’ ଏମିତି ହୋଇଥାଏ ସେଠି ଆପଣ କେବେ ଚିନ୍ତା କରି ପାରିବେ କି ଜଣେ ମହିଳା ନିଜ ପିଲାକୁ ଧରି ଅତି ମଫସଲି ପୋଷାକରେ ରାମ୍ପରେ ଚାଲିବା କଥା? ଏ କଥା ହୁଏତ ଆପଣ ଚିନ୍ତା କରି ନ ପାରନ୍ତି ଏଭଳି କିନ୍ତୁ କରି ଦେଖେଇଛନ୍ତି ଜଣେ ଆଦିବାସୀ ମହିଳା। ଏନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି।

ଅଲିଶା ଗୌତମ ବର୍ତ୍ତମାନ ଦୁଇ ଝିଅର ମା’। ସେ ବିଶ୍ୱାସ କରନ୍ତି ଯେ ନିଜ ଝିଅ ସହିତ ରାମ୍ପ ୱାକ୍ କରିବା ତାଙ୍କର ଅନ୍ତର୍ନିହିତ ଆତ୍ମବିଶ୍ୱାସକୁ ଦୃଢ କରିବ। ରାମ୍ପରେ ପାଦ ଦେଇ ଅଲିଶା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Modelling Modelling Show
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ