Advertisment

ପୁଣି ସୀତା ଅବତାରରେ ଦୀପିକା; ଲୋକେ କହିଲେ, ‘ଆପଣଙ୍କ ପରି ଆଉ କେହି ନାହାନ୍ତି’

ଦୀପିକା ଚିଖ୍‌ଲିଆଙ୍କୁ ସମସ୍ତେ 'ସୀତା' ଭାବରେ ଜାଣନ୍ତି। ସେ ରାମାନନ୍ଦ ସାଗରଙ୍କ ପୌରାଣିକ ଶୋ’ 'ରାମାୟଣ'ରେ ସୀତା ମାତା ଭୂମିକାରେ ଅଭିନୟ କରିଥିଲେ। ଏବେ ସେ ପୁଣି ସୀତା ଅବତାରରେ ଲୋକଙ୍କୁ ଦେଖାଦେଇଛନ୍ତି।

ଅଦ୍ୟତନ ହୋଇଛି
Ramayan fame dipika chikhlia shares her video as sita mata

Ramayan fame dipika chikhlia shares her video as sita mata

Advertisment

ଜଣାଶୁଣା ଅଭିନେତ୍ରୀ ଦୀପିକା ଚିଖ୍‌ଲିଆଙ୍କୁ ସମସ୍ତେ 'ସୀତା' ଭାବରେ ଜାଣନ୍ତି। ସେ ରାମାନନ୍ଦ ସାଗରଙ୍କ ପୌରାଣିକ ଶୋ’ 'ରାମାୟଣ'ରେ ସୀତା ମାତା ଭୂମିକାରେ ଅଭିନୟ କରିଥିଲେ। ୧୮୮୭ ରେ ଆସିଥିବା ଏହି ଶୋ’ର ପ୍ରତ୍ୟେକ ତାରକା, ଅନ୍-ସ୍କ୍ରିନ୍ ଚରିତ୍ର ପାଇଁ ଆଜି ବି ଜଣାଶୁଣା।

Advertisment

ନିକଟରେ ରାମାୟଣକୁ ଆଧାର କରି ଫିଲ୍ମ ଆଦିପୁରୁଷ ବିଭିନ୍ନ ହଲ୍‌ରେ ଚାଲୁଛି। ଏହାକୁ ଅନେକ ପସନ୍ଦ କରୁ ନାହାନ୍ତି। ଏନେଇ ଅନେଇ ଖରାପ ମତ ମଧ୍ୟ ଆସୁଛି। ଏଥିରେ ଅଭିନୟ କରିଥିବା କଳାକାରଙ୍କୁ ମଧ୍ୟ ଗାଳି ଗୁଲଜ କରାଯାଉଛି।

'ରାମାୟଣ'ରେ ସୀତା ହୋଇଥିବା ଦୀପିକା ଚିଖ୍‌ଲିଆଙ୍କୁ ଆଜି ବି ବହୁତ ସମ୍ମାନ ଦିଆଯାଏ। ଆଜି ବି ଲୋକମାନେ ତାଙ୍କୁ ସୀତା ଭାବରେ ଦେଖିବାକୁ ପସନ୍ଦ କରନ୍ତି। ସେ ନିଜ ପ୍ରଶଂସକଙ୍କୁ ଖୁସି କରିବା ପାଇଁ ସୀତାଙ୍କ ଅବତାରରେ ଭିଡିଓ ସେୟାର୍ ମଧ୍ୟ କରନ୍ତି। ପବ୍ଲିକ୍ ଡିମାଣ୍ଡକୁ ଆଧାର କରି ନିକଟରେ ଦୀପିକା ନିଜର ଏକ ପୁରୁଣା ଭିଡିଓକୁ ଶେୟାର କରିଛନ୍ତି।

Advertisment


୩୬ ବର୍ଷ ପରେ ଦୀପିକା ପୁଣି ସୀତା ହେଲେ:

ଦୀପିକା ତାଙ୍କ ଥ୍ରୋବ୍ୟାକ୍ ଭିଡିଓରେ ମାତା ସୀତା ଭାବରେ ନଜର ଆସିଛନ୍ତି। ସେ କମଳା ରଙ୍ଗର ଶାଢୀ ପିନ୍ଧି ପ୍ରାର୍ଥନା କରୁଥିବା ଦେଖାଯାଆନ୍ତି। ଭିଡିଓ ଶେୟାର କରି ଦୀପିକା କ୍ୟାପ୍‌ସନ୍‌ରେ ଲେଖିଛନ୍ତି- "ଏହି ପୋଷ୍ଟଟି ସର୍ବସାଧାରଣଙ୍କ ଡିମାଣ୍ଡ ଉପରେ। ସୀତା ଭୂମିକାରେ ଅଭିନୟ କରିବା ପରେ ମୁଁ ପାଇଥିବା ସ୍ନେହ ପ୍ରେମ ପାଇଁ ମୁଁ ସର୍ବଦା କୃତଜ୍ଞ। ମୁଁ ଏହା ଠାରୁ ଅଧିକ ଆଉ କିଛି ମାଗି ପାରିବି ନାହିଁ।"

Advertisment

ଲୋକଙ୍କ ପ୍ରତିକ୍ରିୟା:

ଦୀପିକା ଚିଖାଲିଆଙ୍କ ଏହି ଭିଡିଓରେ ଲୋକମାନେ ବହୁତ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି- "ଲକ୍ଷ ଲକ୍ଷ ରାମାୟଣ ହୋଇଯିବ, କିନ୍ତୁ ଆପଣଙ୍କଠାରୁ କେହି ବେଷ୍ଟ୍ ହେବେନି।" ଅନ୍ୟ ଜଣେ କହିଛନ୍ତି- "ଆପଣଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ। ଯେତେ ବଡ ହିରୋଇନ୍ ଆସନ୍ତୁ, ଆପଣ ହିଁ ସୀତା ମାତା ପରି ଦେଖାଯାଉଛନ୍ତି। ଆପଣଙ୍କର କି ସୁନ୍ଦର ହସ।"

ସେହିପରି ଆଉ ଜଣେ କହିଛନ୍ତି- "ଆପଣଙ୍କ ପରି ଆଉ କେହି ନାହାନ୍ତି।" ଅନ୍ୟ ଜଣେ ଲେଖିଛନ୍ତି- "ମେମ୍, ଆପଣଙ୍କର ଏହି ଗୋଟିଏ ରିଲ୍ ପୂରା ଆଦିପୁରୁଷ ଚଳଚ୍ଚିତ୍ର ଉପରେ ଭାରି ପଡିବ।" ଲୋକମାନେ ଦୀପିକାଙ୍କ ପୋଷ୍ଟ୍‌ର କମେଣ୍ଟ୍‌ ବକ୍ସକୁ ନିଜ ନିଜ ଭଲପାଇବାରେ ଭରି ଦେଇଛନ୍ତି।

'ଆଦିପୁରୁଷ' କୁ ନେଇ ବିବାଦ କାହିଁକି:

ଓମ ରାଓତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ' ବିବାଦରେ ଛନ୍ଦିହେବା ନେଇ ଅନେକ କାରଣ ରହିଛି। ଲୋକମାନେ ସଂଳାପ, ଭିଏଫ୍‌ଏକ୍ସ ଏବଂ ଫିଲ୍ମର ଅନେକ ଦୃଶ୍ୟକୁ ବିରୋଧ କରୁଛନ୍ତି। ଏହି ଫିଲ୍ମରେ ରାମ ଏବଂ ସୀତା ଭୂମିକାରେ ପ୍ରଭାସ ଏବଂ କ୍ରିତି ସାନନ ଅଭିନୟ କରିଥିବାବେଳେ ରାବଣ ଭୂମିକାରେ ସୈଫ୍‌ ଅଲି ଖାନ ଅଭିନୟ କରିଛନ୍ତି। ସବୁ କଳାକାରମାନଙ୍କୁ ଲୋକେ ନିନ୍ଦା କରୁଛନ୍ତି।

Adipurush Dipika Chikhlia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ