Advertisment

ମୁଁ କାହିଁକି ରେପ୍ ସିନ୍ କରିବି, ମୋତେ ଅଭିନୟ କରିବାର ସୁଯୋଗ ମିଳୁ : ରାଖି ସାୱନ୍ତ

ବଲିଉଡ୍‌କୁ ଟାର୍ଗେଟ୍ କରିଛନ୍ତି ରାଖି ସାୱନ୍ତ। ସେ କୋଉ ଷ୍ଟାର୍ କିଡ୍ ହୋଇ ନଥିବାରୁ ତାଙ୍କୁ ଭଲ ଭୂମିକା ମିଳୁନି ବୋଲି ସେ ଅଭିଯୋଗ କରିଛନ୍ତି। ରେପ୍ ଓ କିସ୍ ସିନ୍‌କୁ ନେଇ ଏମିତି କହିଛନ୍ତି ରାଖୀ।

Rakhi Sawant says she get only rape and kissing scene in movie

Rakhi Sawant says she get only rape and kissing scene in movie

Advertisment

ବୋଲ୍ଡ କ୍ୱିନ୍ ରାଖୀ ସାୱନ୍ତ ନିଜର ଷ୍ଟାଇଲ୍ ହେଉ କି ଖୁଲମଖୁଲା କଥାବାର୍ତ୍ତା କି ପାପାରାଜୀଙ୍କ ସହ ରାସ୍ତା ମଝିରେ ଗପିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅନେକ ସମୟରେ ସେ ଟ୍ରୋଲ୍ ମଧ୍ୟ ହୁଅନ୍ତି। ଟ୍ରୋଲ୍‌କୁ ନେଇ ସେ ଏବେ ତାଙ୍କ ମୁହଁ ଖୋଲିଛନ୍ତି।

Advertisment

ରାଖୀ କହିଛନ୍ତି ଯେ ଟ୍ରୋଲ୍‌ କେବଳ ତାଙ୍କୁ ଦୁର୍ବ୍ୟବହାର କରିପାରେ କିନ୍ତୁ ତାଙ୍କୁ କେବେ ବି କ୍ଷତି ପହଞ୍ଚାଇ ପାରିବ ନାହିଁ। ଏନେଇ ସେ ଚିନ୍ତିତ ନୁହଁନ୍ତି। ସେ କହିଛନ୍ତି ଯେ “ଯଦି ତୁମେମାନେ ଆମକୁ ଟ୍ରୋଲ୍‌ ନକର ତେବେ ଆମେ କିପରି ଷ୍ଟାର୍ ହେବୁ? ଆମକୁ ଟ୍ରୋଲ୍‌ କର। ଆପଣ ଆଉ ବା କ’ଣ କରିପାରିବେ।”

ରାଖୀ ସାୱନ୍ତ ଆହୁରି କହିଛନ୍ତି, “ତୁମେ ଆମକୁ ଅତି ବେଶିରେ ଗାଳି ଦେଇପାରିବ। ମାରିବେ ପାରିବେ ନାହିଁ। ଯଦି ସମସ୍ତେ ଆମ ବିଷୟରେ ମିଠା କଥା କୁହନ୍ତି, ତେବେ ଆମକୁ ସୁଗର ହୋଇପାରେ। ଆମ ଜୀବନରେ ମଧ୍ୟ କିଛି ତିକ୍ତ ଏବଂ କଟୁ ରହିବା ଦରକାର। ଟ୍ରୋଲିଂରୁ ଜଣେ ବ୍ୟକ୍ତି ସୁଧୁରି ଯାଏ। ତୁମେ ବଦଳିଯିବ କିନ୍ତୁ ମୁଁ ବଦଳିବି ନାହିଁ। ମୁଁ ଯେମିତି ଅଛି ସେମିତି ହିଁ ରହିବି। ମୁଁ କାହାର କ୍ଷତି କରୁ ନାହିଁ, ମୁଁ ବହୁତ ସଚ୍ଚୋଟ ଏବଂ ମୁଁ ଜଣେ ଏଣ୍ଟର୍‌ଟେନର୍।”

Advertisment

ରାଖୀ ସାୱନ୍ତ କହିଛନ୍ତି, “ନିଜ ପ୍ରଥମ ଫିଲ୍ମରେ ସମସ୍ତ ଅଭିନେତ୍ରୀ ସାଲ୍‌ୱାର୍ ସୁଟ୍ ପିନ୍ଧନ୍ତି। ଦ୍ୱିତୀୟ ଫିଲ୍ମରେ ସେମାନେ ଟୁ-ପିସ୍ ପିନ୍ଧନ୍ତି ଏବଂ କୁହନ୍ତି, ମୋ ପାଖାରେ ଗ୍ଲାମର ମଧ୍ୟ ଅଛି, ମୋତେ କାମ ଦିଅ। ପ୍ରଥମ ଫିଲ୍ମ ଫ୍ଲପ୍ ହୁଏ କିନ୍ତୁ ସେମାନେ ଟୁ-ପିସ୍ ପିନ୍ଧିବା ମାତ୍ରେ ତାଙ୍କ ଫିଲ୍ମ ହିଟ୍ ହୋଇଯାଏ। ଆମେ କୁଆଡେ ଯିବୁ? ଆମ ବାପା କିମ୍ବା ଜେଜେ ବଲିଉଡ୍‌ ପୃଷ୍ଠଭୂମିରୁ ନୁହଁନ୍ତି। ଆମକୁ ସଂଘର୍ଷ କରିବାରେ ଅଛି।”

ଆଜିଯାଏ ରାଖି ସାୱନ୍ତଙ୍କୁ ବଲିଉଡ୍‌ରେ ସେମିତି ଭଲ ପ୍ରୋଜେକ୍ଟ ମିଳି ନାହିଁ। ତାଙ୍କୁ କେବଳ ରେପ୍ ଆଉ କିସିଂ ସିନ୍ କରିବାର ସୁଯୋଗ ମିଳିଛି। ନିର୍ମାତାମାନେ ତାଙ୍କୁ ଭଲ ଭୂମିକା ନ ଦେବା ନେଇ ସେ ଅନେକ ଥର ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଭଲ ଅଭିନୟ କରିବାର ସୁଯୋଗ ମିଳୁ ନାହିଁ।

Advertisment

ରାଖୀ ସାୱନ୍ତ କହିଛନ୍ତି, “ମୁଁ ଅନେକ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍‌ରେ କାମ କରୁଛି। କିନ୍ତୁ ମତେ କେବଳ ରେପ୍ ସିନ୍ ଦିଆଯାଇଥାଏ। ଏପରି କିଛି ଦୃଶ୍ୟ ଅଛି ଯାହା ମୁଁ କରିବାକୁ ଚାହେଁ ନାହିଁ। ଚୁମ୍ବନ ଦୃଶ୍ୟ, ବଳାତ୍କାର ଦୃଶ୍ୟ, ମୁଁ କାହିଁକି କରିବି? ମୋ ପାଖରେ ତ ଭଲ ନୃତ୍ୟ ଦକ୍ଷତା ଅଛି। ମୁଁ ଅନେକ ଆଇଟମ୍ ଗୀତ କରିସାରିଛି। ମୁଁ ଜଣେ ଭଲ ଅଭିନେତ୍ରୀ। ମୋତେ ଅଭିନୟ କରିବାର ସୁଯୋଗ ଦିଆଯାଉ।”

Rakhi Sawant Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ