Advertisment

ମା’ଙ୍କ ମୃତ୍ୟୁରେ ଭୋ ଭୋ ହୋଇ କାନ୍ଦିଲେ ରାଖୀ ସାୱନ୍ତ

ମୁମ୍ବାଇରେ ମାରାତ୍ମକ ରୋଗ ସହ ଦୀର୍ଘ ଦିନର ଲଢେଇ ପରେ ରାଖୀ ସାୱନ୍ତଙ୍କ ମା’ ଶନିବାର ସନ୍ଧ୍ୟାରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାଖୀ ଶେଷ ମୁହୂର୍ତ୍ତରେ ତାଙ୍କ ମା’ଙ୍କ ସହ ଥିଲେ। ମା’ଙ୍କ ମୃତ୍ୟୁରେ ରାଖୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

author-image
Pramod Behera
Rakhi Sawant mother died due to brain tumour and cancer

Rakhi Sawant mother died due to brain tumour and cancer

ରାଖୀ ସାୱନ୍ତଙ୍କ ମା’ ଜୟା ସାୱନ୍ତଙ୍କ ଶନିବାର ଦେହାନ୍ତ ହୋଇଛି। ବିଗ୍ ବସ୍ ଖ୍ୟାତି ଅଭିନେତ୍ରୀଙ୍କ ମା’ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଜୟା ସାୱନ୍ତଙ୍କର କର୍କଟ ଏବଂ ବ୍ରେନ୍ ଟ୍ୟୁମର୍‌ ଥିଲା। ମୁମ୍ବାଇରେ ମାରାତ୍ମକ ରୋଗ ସହ ଦୀର୍ଘ ଦିନର ଯୁଦ୍ଧ ପରେ ସେ ଶନିବାର ସନ୍ଧ୍ୟାରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାଖୀ ଏବଂ ତାଙ୍କ ସାଙ୍ଗ ଗଣମାଧ୍ୟମକୁ ଏହି ଖବର ନିଶ୍ଚିତ କରିଛନ୍ତି। ରାଖୀ ଶେଷ ମୁହୂର୍ତ୍ତରେ ତାଙ୍କ ମା’ଙ୍କ ସହ ଥିଲେ, କିନ୍ତୁ ବର୍ତ୍ତମାନ ଜୟା ଏ ଦୁନିଆରେ ନାହାଁନ୍ତି, ରାଖୀ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

Advertisment

ଯେତେବେଳେ ରାଖୀ ସାୱନ୍ତ ତାଙ୍କ ମା’ଙ୍କ ଶବ ନେଇ ଡାକ୍ତରଖାନାରୁ ବାହାରକୁ ଆସିଲେ, ସେତେବେଳେ ସେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଡାକ୍ତରଖାନାରୁ ରାଖୀ ସାୱନ୍ତଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସିଛନ୍ତି। ଭିଡିଓ ସେଲିବ୍ରିଟି ଫଟୋଗ୍ରାଫର ଭିରଲ୍‌ ଭୟାନି ସୋସିଆଲ ମିଡିଆରେ ଏହାକୁ ଶେୟାର କରିଛନ୍ତି। ଏଥିରେ ରାଖୀ ଶାଢୀ ପିନ୍ଧି ମା’ଙ୍କ ପାର୍ଥିବ ଶରୀର ସହ ଡାକ୍ତରଖାନା ବାହାରକୁ ଆସୁଥିବା ଦେଖାଯାଏ।

ଏହି ସମୟରେ, ରାଖୀ ସାୱନ୍ତ ବହୁତ ଭାବପ୍ରବଣ ହୋଇପଡିଥିଲେ। ସେ ନିଜକୁ ସମ୍ଭାଳିବାକୁ ସକ୍ଷମ ହୋଇ ନଥିଲେ। ଏଭଳି ପରିସ୍ଥିତିରେ ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ସେ କାନ୍ଦି କାନ୍ଦି ଲଗାତର ଭାବରେ କାନ୍ଦୁଥିଲେ ଯେ 'ମା ମରିଗଲା, ମୋ ମା ...'।

Advertisment

ରାଖୀଙ୍କୁ ଏହି ଅବସ୍ଥାରେ ଦେଖି ତାଙ୍କ ସହ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ। ଏଥିସହିତ ନେଟେନିଜେନ୍‌ମାନେ ମଧ୍ୟ ତାଙ୍କର ଏହି ଅବସ୍ଥା ଦେଖି ଧୈର୍ଯ୍ୟ ଧରିପାରି ନାହାନ୍ତି। ରାଖୀଙ୍କ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଅନେକ ଲୋକ ସମବେଦନା ଜଣାଇଛନ୍ତି।

ଏହି ମାସ ଆରମ୍ଭରେ, ରାଖୀ ସାୱନ୍ତ ପ୍ରକାଶ କରିଥିଲେ ଯେ ତାଙ୍କ ମା’ଙ୍କର ବ୍ରେନ୍ ଟ୍ୟୁମର୍‌ ଅଛି। ଏହି କାରଣରୁ ସେ ବିଗ୍ ବସ୍ ମରାଠୀ ହାଉସ୍‌ରୁ ବାହାରକୁ ଆସିଥିଲେ। ତାଙ୍କ ମା’ଙ୍କ ଅବସ୍ଥା ବିଷୟରେ ରାଖୀ କହିଥିଲେ ଯେ “ମୁଁ ଗତକାଲି ରାତିରେ ବିଗ୍ ବସ୍ ହାଉସ୍‌ରୁ ବାହାରି ଆସିଛି ଏବଂ ମତେ ଆପଣମାନଙ୍କ ଆଶୀର୍ବାଦ ଦରକାର। ମୋ ମା’ ଭଲରେ ନାହିଁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୟାକରି ତା’ ପାଇଁ ପ୍ରାର୍ଥନା କରନ୍ତୁ।”

Rakhi Sawant
Advertisment
Advertisment