Rakhi Sawant husband Ritesh entered in Big Boss House
ବିଗ୍ ବସ୍ ସିଜନ ୧୪ରେ ରିତେଶଙ୍କ ଆସିବାକୁ ନେଇ ଖବର ଆସିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଲୋକେ ହତାଶ ହୋଇଥିଲେ। ତେବେ ଆଉ ଥରେ ବିଗ୍ ବସ୍ ଘରକୁ ରିତେଶଙ୍କ ପ୍ରବେଶକୁ ନେଇ ଖବର ଭାଇରାଲ ହେବାରେ ଲାଗିଛି। ଏଥର ବିଶ୍ୱାସ ରହିଛି ଯେ ଲୋକଙ୍କ ଅପେକ୍ଷାର ଅନ୍ତ ହେବ। ‘ବିଗ୍ ବସ୍ ସିଜନ୍ ୧୫’ ମାଧ୍ୟମରେ ଖୁବ ଶୀଘ୍ର ଦୁନିଆ ସାମ୍ନାକୁ ରାକ୍ଷୀଙ୍କ ସ୍ୱାମୀ ଆସିବେ।
ଖବର ଏହା ମଧ୍ୟ ଅଛି ଯେ ‘ବିଗ୍ ବସ୍ ସିଜନ୍ ୧୫’ରେ ରାକ୍ଷୀ ସାୱନ୍ତ ତାଙ୍କ ସ୍ୱାମୀ ରିତେଶଙ୍କ ସହିତ ୱାଇଲ୍ଡ କାର୍ଡ ଏଣ୍ଟ୍ରୀ କରିବେ। ତେବେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବିଗ୍ ବସ୍ ଘରେ ଜଣେ ଅଜଣା ଲୋକଙ୍କ ଫଟୋ କ୍ଷୀପ୍ର ଗତିରେ ଭାଇରାଲ ହେଉଛି। ଟ୍ୱିଟରରେ ‘ଦ ଖବରୀ’ ନାମରେ ଥିବା ଏକ ଆକାଉଣ୍ଟରୁ ଏହି ବ୍ୟକ୍ତିଙ୍କ ଫଟୋ ପୋଷ୍ଟ୍ ହୋଇଛି। ଏହି ବ୍ୟକ୍ତି ଜଣଙ୍କ ରେଡ ଟି ସାର୍ଟ ସହିତ ଏକ କଳା କୋଟ୍ ପିନ୍ଧିଥିବା ନଜର ଆସିଛନ୍ତି। ଏହି ବ୍ୟକ୍ତିଙ୍କୁ ଲୋକେ ରାକ୍ଷୀଙ୍କ ସ୍ୱାମୀ ବୋଲି ଭାବି ନେଇଛନ୍ତି। ଏହାକୁ ଦେଖି ଲୋକଙ୍କ ଉତ୍ସାହ ଦୁଇ ଗୁଣା ହୋଇଯାଇଛି।
ଏମିତିରେ ତ ବିଗ୍ ବସ୍ଙ୍କ ଘର ସବୁବେଳେ ଉତ୍ସାହରେ ଭରି ରହିଥାଏ। କିନ୍ତୁ ଯଦି ବା କେବେ କୌଣସି ସିଜନ୍ ଫିକା ପଡିଯାଏ ବା ଟିଆର୍ପି କମିଯାଏ ତେବେ ରାକ୍ଷୀ ସାୱନ୍ତଙ୍କ ଧମାକାଦାର ପ୍ରବେଶ କରାଯାଇଥାଏ। ‘ବିଗ୍ ବସ୍ ସିଜନ୍ ୧୪’ରେ ମଧ୍ୟ ରାକ୍ଷୀ ସାୱନ୍ତ ଜମେଇକି ପ୍ରଦର୍ଶନ କରିଥିଲେ। ଏବେ ‘ବିଗ୍ ବସ୍ ସିଜନ୍ ୧୫’ରେ ଟିଆର୍ପି ବୁଷ୍ଟ୍ କରିବା ନେଇ ରାକ୍ଷୀଙ୍କର ଧୂଆଁଧାର ପ୍ରବେଶ ହେବାକୁ ଯାଉଛି।
କିନ୍ତୁ ଏଥର ରାକ୍ଷୀ ସହିତ ଭାରତର ମୋଷ୍ଟ୍ ୱାଣ୍ଟେଡ୍ ସ୍ୱାମୀ ରିତେଶ ଆସୁଥିବାରୁ ଲୋକଙ୍କ ଉତ୍ସାହ ବଢିଯାଇଛି। ନିକଟରେ କଲର୍ସ ଟିଭି ଦ୍ୱାରା ରିଲିଜ୍ ହୋଇଥିବା ପ୍ରୋମୋରେ ରାକ୍ଷୀ ସାୱନ୍ତ ଶାଢୀ ପିନ୍ଧି ନିଜକୁ ଜମେଇକି ସଜ କରି ବିଗ୍ ବସ୍ରେ ନଜର ଆସିଥିଲେ। ଏହି ପ୍ରୋମୋରେ ରାକ୍ଷୀଙ୍କ ହାତରେ ପୂଜା ଥାଳି ଅଛି ଆଉ ସେ ତାଙ୍କ ସ୍ୱାମୀଙ୍କୁ ତିଳକ ଲଗେଇ ସ୍ୱାଗତ କରୁଥିବା ଦେଖାଯାଆନ୍ତି।
ବିଗ୍ ବସ୍ ଘରେ କଥା ହେଉ ହେଉ ରିତେଶ୍-ରାକ୍ଷୀ ରୋମାଣ୍ଟିକ୍ ମଧ୍ୟ ହୋଇଯାଇଥିଲେ। ରିତେଶ ପ୍ରେମରେ ରାକ୍ଷୀଙ୍କୁ କିସ୍ ମଧ୍ୟ କରିଥିଲେ। ରାକ୍ଷୀ-ରିତେଶଙ୍କ କଥା ଶୁଣି ସମସ୍ତେ ହସିବାକୁ ଲାଗିଥିଲେ। ପ୍ରତିଯୋଗୀମାନେ ମଧ୍ୟ ସେମାନଙ୍କ ବାସରରାତିକୁ ନେଇ ଚିଡେଇବାକୁ ଲାଗିଥିଲେ।
ଖାଲି ଏତିକି ନୁହେଁ ରାକ୍ଷୀ ତାଙ୍କ ସ୍ୱାମୀଙ୍କୁ ଏହା ମଧ୍ୟ କହୁଥିବା ଶୁଣାଯାଏ ଯେ “୧୨ ଦେଶର ପୁଲିସ୍ ଆଉ ପୂରା ଦେଶ ତୁମର ଅପେକ୍ଷାରେ ରହିଛି।” ଏହା ସହିତ ରାଖୀ ‘ମେରା ପିୟା ଘର ଆୟା’ ଗୀତରେ ନାଚୁଥିବା ମଧ୍ୟ ଦେଖାଯାଆନ୍ତି। ତେବେ ଏହି ପ୍ରୋମୋ ପରେ ବିଗ୍ ବସ୍ର ଆଗାମୀ ଏପିସୋଡ୍ ଧମାକାଦାର ହେବାକୁ ଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638011692.jpg)