Advertisment

ବିଗ୍ ବସ୍‌ ଘରେ ରୋମାଣ୍ଟିକ୍ ହେଲେ ରାକ୍ଷୀ-ରିତେଶ; ପତ୍ନୀଙ୍କୁ ଚୁମ୍ବନ ଦେଲେ

ଲୋକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଦୁନିଆ ସାମ୍ନାକୁ ଆସୁଛନ୍ତି ରାକ୍ଷୀଙ୍କ ସ୍ୱାମୀ ରିତେଶ। ବିଗ୍ ବସ୍ ଘରେ ଉଭୟଙ୍କୁ ରୋମାଣ୍ଟିକ୍ ମୁଡ୍‌ରେ ଦେଖିବାକୁ ମିଳିବ ଆଉ ଶୁଣିବାକୁ ମିଳିବ ସେମାନଙ୍କ ପ୍ରେମ କାହାଣୀ।

ଅଦ୍ୟତନ ହୋଇଛି
Rakhi Sawant husband Ritesh entered in Big Boss House

Rakhi Sawant husband Ritesh entered in Big Boss House

Advertisment

ବିଗ୍ ବସ୍ ସିଜନ ୧୪ରେ ରିତେଶଙ୍କ ଆସିବାକୁ ନେଇ ଖବର ଆସିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଲୋକେ ହତାଶ ହୋଇଥିଲେ। ତେବେ ଆଉ ଥରେ ବିଗ୍ ବସ୍ ଘରକୁ ରିତେଶଙ୍କ ପ୍ରବେଶକୁ ନେଇ ଖବର ଭାଇରାଲ ହେବାରେ ଲାଗିଛି। ଏଥର ବିଶ୍ୱାସ ରହିଛି ଯେ ଲୋକଙ୍କ ଅପେକ୍ଷାର ଅନ୍ତ ହେବ। ‘ବିଗ୍ ବସ୍ ସିଜନ୍ ୧୫’ ମାଧ୍ୟମରେ ଖୁବ ଶୀଘ୍ର ଦୁନିଆ ସାମ୍ନାକୁ ରାକ୍ଷୀଙ୍କ ସ୍ୱାମୀ ଆସିବେ।

Advertisment

ଖବର ଏହା ମଧ୍ୟ ଅଛି ଯେ ‘ବିଗ୍ ବସ୍ ସିଜନ୍ ୧୫’ରେ ରାକ୍ଷୀ ସାୱନ୍ତ ତାଙ୍କ ସ୍ୱାମୀ ରିତେଶଙ୍କ ସହିତ ୱାଇଲ୍ଡ କାର୍ଡ ଏଣ୍ଟ୍ରୀ କରିବେ। ତେବେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବିଗ୍ ବସ୍ ଘରେ ଜଣେ ଅଜଣା ଲୋକଙ୍କ ଫଟୋ କ୍ଷୀପ୍ର ଗତିରେ ଭାଇରାଲ ହେଉଛି। ଟ୍ୱିଟରରେ ‘ଦ ଖବରୀ’ ନାମରେ ଥିବା ଏକ ଆକାଉଣ୍ଟରୁ ଏହି ବ୍ୟକ୍ତିଙ୍କ ଫଟୋ ପୋଷ୍ଟ୍ ହୋଇଛି। ଏହି ବ୍ୟକ୍ତି ଜଣଙ୍କ ରେଡ ଟି ସାର୍ଟ ସହିତ ଏକ କଳା କୋଟ୍ ପିନ୍ଧିଥିବା ନଜର ଆସିଛନ୍ତି। ଏହି ବ୍ୟକ୍ତିଙ୍କୁ ଲୋକେ ରାକ୍ଷୀଙ୍କ ସ୍ୱାମୀ ବୋଲି ଭାବି ନେଇଛନ୍ତି। ଏହାକୁ ଦେଖି ଲୋକଙ୍କ ଉତ୍ସାହ ଦୁଇ ଗୁଣା ହୋଇଯାଇଛି।

ଏମିତିରେ ତ ବିଗ୍ ବସ୍‌ଙ୍କ ଘର ସବୁବେଳେ ଉତ୍ସାହରେ ଭରି ରହିଥାଏ। କିନ୍ତୁ ଯଦି ବା କେବେ କୌଣସି ସିଜନ୍ ଫିକା ପଡିଯାଏ ବା ଟିଆର୍‌ପି କମିଯାଏ ତେବେ ରାକ୍ଷୀ ସାୱନ୍ତଙ୍କ ଧମାକାଦାର ପ୍ରବେଶ କରାଯାଇଥାଏ। ‘ବିଗ୍ ବସ୍ ସିଜନ୍ ୧୪’ରେ ମଧ୍ୟ ରାକ୍ଷୀ ସାୱନ୍ତ ଜମେଇକି ପ୍ରଦର୍ଶନ କରିଥିଲେ। ଏବେ ‘ବିଗ୍ ବସ୍ ସିଜନ୍ ୧୫’ରେ ଟିଆର୍‌ପି ବୁଷ୍ଟ୍ କରିବା ନେଇ ରାକ୍ଷୀଙ୍କର ଧୂଆଁଧାର ପ୍ରବେଶ ହେବାକୁ ଯାଉଛି।

Advertisment

କିନ୍ତୁ ଏଥର ରାକ୍ଷୀ ସହିତ ଭାରତର ମୋଷ୍ଟ୍‌ ୱାଣ୍ଟେଡ୍ ସ୍ୱାମୀ ରିତେଶ ଆସୁଥିବାରୁ ଲୋକଙ୍କ ଉତ୍ସାହ ବଢିଯାଇଛି। ନିକଟରେ କଲର୍ସ ଟିଭି ଦ୍ୱାରା ରିଲିଜ୍ ହୋଇଥିବା ପ୍ରୋମୋରେ ରାକ୍ଷୀ ସାୱନ୍ତ ଶାଢୀ ପିନ୍ଧି ନିଜକୁ ଜମେଇକି ସଜ କରି ବିଗ୍‌ ବସ୍‌ରେ ନଜର ଆସିଥିଲେ। ଏହି ପ୍ରୋମୋରେ ରାକ୍ଷୀଙ୍କ ହାତରେ ପୂଜା ଥାଳି ଅଛି ଆଉ ସେ ତାଙ୍କ ସ୍ୱାମୀଙ୍କୁ ତିଳକ ଲଗେଇ ସ୍ୱାଗତ କରୁଥିବା ଦେଖାଯାଆନ୍ତି।

ପ୍ରୋମୋରେ ଦେଖାଯାଉଛି ଯେ ରାକ୍ଷୀ ଓ ରିତେଶଙ୍କ ଏଣ୍ଟ୍ରୀ ପରେ ସମସ୍ତଙ୍କ ଧ୍ୟାନ ତାଙ୍କ ଉପରେ କେନ୍ଦ୍ରୀଭୂତ ହେଉଛି। ଘର ସମସ୍ତ ସଦସ୍ୟ ସେମାନଙ୍କ ପ୍ରେମ କାହାଣୀ ଶୁଣିବାକୁ ଚାହୁଁଥିଲେ। ତେବେ ଏହି ସୁଯୋଗରେ ରଶ୍ମୀ, ଉମର ଓ କରଣ ପତି-ପତ୍ନୀଙ୍କ ଯୋଡିକୁ ଘେରି ଯାଆନ୍ତି। ସମସ୍ତେ ରାକ୍ଷୀ-ରିତେଶଙ୍କ ସହିତ ଡାଇନିଂ ଟେବୁଲରେ ବସନ୍ତି। ଏହା ପରେ ରିତେଶ କୁହନ୍ତି ଯେ ସେ ରାକ୍ଷୀଙ୍କୁ ହ୍ୱାଟସଆପ୍‌ରେ ହିଁ ପାଇଥିଲେ।

Advertisment

ରିତେଶ କୁହନ୍ତି ଯେ ଏକ କାର୍ଯ୍ୟକ୍ରମରେ ରାକ୍ଷୀଙ୍କ ପିଏ ରିତେଶଙ୍କୁ ତାଙ୍କ ନମ୍ବର ଦେଇଥିଲେ। ରିତେଶ କଲ କରିବା ବଦଳରେ ରାକ୍ଷୀଙ୍କୁ କେବଳ ମେସେଜ୍ କରିଥିଲେ। ଡ୍ରାମା କ୍ୱିନଙ୍କ ସହ କଥା ହେବା ଏତେ ସହଜ ନ ଥିଲା। ତେଣୁ ସେ ତାଙ୍କୁ ବ୍ଲକ କରିଦେଇଥିଲେ। ରିତେଶ ପୁଣି କିଛି ଦିନ ପରେ ରିତେଶ ଆଉ ଏକ ନମ୍ବରରୁ ତାଙ୍କୁ ମେସେଜ କରିଥିଲେ। ଏଥର ସେ ବ୍ଲକ ନ କରି ଉତ୍ତର ଦେଇଥିଲେ।

ରାକ୍ଷୀ କୁହନ୍ତି ଯେ ସେତେବେଳେ ସେ ମଧ୍ୟ ଉଦାସ ଥିଲେ। ତାଙ୍କର ଜଣେ ବୟଫ୍ରେଣ୍ଡ୍ ଥିଲା। ସେ ଗୋଟେ ଡନ୍ ଥିଲା। ଏହା ଛଡା ତାଙ୍କ ଉପରେ ଋଣ ଭାର ମଧ୍ୟ ଥିଲା। ଖରାପ ପରିସ୍ଥିତିରେ ଥିବା ରାକ୍ଷୀ ରିତେଶଙ୍କୁ ସହଯୋଗ ମାଗିଥିଲେ ଓ ବିବାହର ପ୍ରସ୍ତାବକୁ ମଧ୍ୟ ସ୍ୱୀକାର କରିଥିଲେ।

ବିଗ୍ ବସ୍ ଘରେ କଥା ହେଉ ହେଉ ରିତେଶ୍-ରାକ୍ଷୀ ରୋମାଣ୍ଟିକ୍ ମଧ୍ୟ ହୋଇଯାଇଥିଲେ। ରିତେଶ ପ୍ରେମରେ ରାକ୍ଷୀଙ୍କୁ କିସ୍‌ ମଧ୍ୟ କରିଥିଲେ। ରାକ୍ଷୀ-ରିତେଶଙ୍କ କଥା ଶୁଣି ସମସ୍ତେ ହସିବାକୁ ଲାଗିଥିଲେ। ପ୍ରତିଯୋଗୀମାନେ ମଧ୍ୟ ସେମାନଙ୍କ ବାସରରାତିକୁ ନେଇ ଚିଡେଇବାକୁ ଲାଗିଥିଲେ।

ଖାଲି ଏତିକି ନୁହେଁ ରାକ୍ଷୀ ତାଙ୍କ ସ୍ୱାମୀଙ୍କୁ ଏହା ମଧ୍ୟ କହୁଥିବା ଶୁଣାଯାଏ ଯେ “୧୨ ଦେଶର ପୁଲିସ୍ ଆଉ ପୂରା ଦେଶ ତୁମର ଅପେକ୍ଷାରେ ରହିଛି।” ଏହା ସହିତ ରାଖୀ ‘ମେରା ପିୟା ଘର ଆୟା’ ଗୀତରେ ନାଚୁଥିବା ମଧ୍ୟ ଦେଖାଯାଆନ୍ତି। ତେବେ ଏହି ପ୍ରୋମୋ ପରେ ବିଗ୍ ବସ୍‌ର ଆଗାମୀ ଏପିସୋଡ୍‌ ଧମାକାଦାର ହେବାକୁ ଯାଉଛି।

Big Boss 15
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ