Advertisment

ଦର୍ଶକଙ୍କୁ ଧୋକା ଦେଲେ ବୋଲ୍ଡ କ୍ୱିନ୍ ରାଖୀ ସାୱନ୍ତ

ଦର୍ଶକଙ୍କୁ ମିଛ କହିଛନ୍ତି ରାଖୀ ସାୱନ୍ତ। ରିତେଶଙ୍କୁ ରାଖୀ ନିଜର ପତି ବୋଲି କହୁଥିବା ବେଳେ ତାଙ୍କର ପତ୍ନି ଓ ପିଲା ମଧ୍ୟ ଅଛନ୍ତି। ରାଖୀ ଏନେଇ କ୍ଷମା ମାଗିବା ସହ ଏଭଳି କରିବାକୁ ତାଙ୍କୁ 'ବିଗ୍ ବସ୍' ଶୋ’ ତରଫରୁ ବାଧ୍ୟ କରାଯାଇଥିବା ସେ କହିଛନ୍ତି।

Rakhi Sawant cheated the audience with Ritesh

Rakhi Sawant cheated the audience with Ritesh

Advertisment

ମୁମ୍ବାଇ: ରାଖୀ ସାୱନ୍ତଙ୍କ ସ୍ୱାମୀ ରିତେଶ ବର୍ତ୍ତମାନ ରାଖୀଙ୍କ ସହ 'ବିଗ୍ ବସ୍ ୧୫'ରେ ନଜର ଆସୁଛନ୍ତି। ଏହି ସମୟରେ ରିତେଶଙ୍କ ପ୍ରଥମ ପତ୍ନୀ ଓ ପୁଅଙ୍କ ସହ ତାଙ୍କର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି, ଯାହାକୁ ନେଇ ଚର୍ଚ୍ଚା ଖୁବ ଜୋର୍ ଧରିଛି। ରିତେଶ ସିଂଙ୍କ ନାମରେ ଏକ ଟୁଇଟର ହ୍ୟାଣ୍ଡେଲରେ ରାଖୀଙ୍କ ସ୍ୱାମୀଙ୍କ ବିବାହର ଫଟୋ ଏବଂ ତାଙ୍କ ପତ୍ନୀ ଏବଂ ପିଲାଙ୍କ ଫଟୋ ପୋଷ୍ଟ୍‌ କରାଯାଇଛି।

Advertisment

ରାଖୀ ଓ ରିତେଶଙ୍କ ଉପରେ ଲାଗିଛି ଠକିବାର ଅଭିଯୋଗ:

ଟ୍ୱିଟର୍‌ରେ ଫଟୋ ସହିତ କ୍ୟାପ୍‌ସନ୍‌ରେ ଲେଖାଥିଲା, “ବନ୍ଧୁମାନେ ଏଥିପାଇଁ ମତେ କ୍ଷମାକର, କିନ୍ତୁ ନିର୍ମାତା ମୋତେ ଏହା କରିବାକୁ କହିଛନ୍ତି। ମୁଁ ମୋର କ୍ୟାରିୟର ଏବଂ ଭବିଷ୍ୟତ ପାଇଁ ଏହା କରିଛି। ତେଣୁ, ମତେ ନେଇ ଘୃଣା ବିସ୍ତାର କର ନାହିଁ। ମୁଁ ଜଣେ ସରଳ ବ୍ୟକ୍ତି। 'ବିଗ୍ ବସ୍', ମୁଁ ତୁମ ପାଇଁ ବହୁତ ଲଜ୍ଜିତ। 'ବିଗ୍ ବସ୍ ୧୫'ର ପ୍ରଶଂସକ କ୍ଷମା କରିବେ।” କିନ୍ତୁ ଏହି ଟୁଇଟ୍ ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ହୋଇ ନାହିଁ।

ରିତେଶ 'ବିଗ୍ ବସ୍' ଘରେ ବନ୍ଦ ଅଛନ୍ତି ଓ କୌଣସି ବାହ୍ୟ ବିଷୟବସ୍ତୁ ତାଙ୍କ ପାଖରେ ପହଞ୍ଚୁ ନାହିଁ। ଏହି କାରଣରୁ ଟ୍ୱିଟ୍‌କୁ ବିଶ୍ୱାସ କରାଯାଉ ନାହିଁ। ଅଭିନେତା ଆକାଶଦୀପ ସାବୀର ରୀତେଶଙ୍କର ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି, “ଏହା ହେଉଛି ରାଖୀ ସାୱନ୍ତଙ୍କ ପତ୍ନୀ ଓ ପିଲା।”

Advertisment

କୌତୁହଳର କଥା ଏହା ଯେ, ଏହି ପୋଷ୍ଟ୍‌କୁ 'ଦି କପିଲ ଶର୍ମା ଶୋ'ର ବିଶେଷ ଅତିଥି ଅର୍ଚ୍ଚନା ପୁରନ୍ ସିଂହ ମଧ୍ୟ ପସନ୍ଦ କରିଛନ୍ତି। କିଛିଦିନ ପୂର୍ବରୁ ଗୁଜବ ପ୍ରଚାର ହେଉଥିଲା ଯେ ରିତେଶ ରାଖୀଙ୍କ ସ୍ୱାମୀ ନୁହଁନ୍ତି ବରଂ ଶୋ’ର କ୍ୟାମେରାମ୍ୟାନ ଥିଲେ।

Rakhi Sawant cheated the audience with Riteshନିଜ ପତ୍ନି ଓ ପିଲା ସହ ରିତେଶ

'ବିଗ୍ ବସ୍ ୧୫' ରେ ପ୍ରବେଶ କରିବା ସମୟରେ ରିତେଶ ରାଖୀଙ୍କ ସହ ତାଙ୍କର ପ୍ରେମ କାହାଣୀ ବର୍ଣ୍ଣନା କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ସେମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ସାକ୍ଷାତ ହୋଇଥିଲେ ଏବଂ ସେମାନଙ୍କ ପ୍ରେମ କାହାଣୀ ସେବେଠାରୁ ଆରମ୍ଭ ହୋଇଥିଲା। ପ୍ରତିଯୋଗୀ ଅଭିଜିତ୍ ମଧ୍ୟ ରାଖୀଙ୍କୁ ପଚାରିଥିଲେ ଯେ ଶୋ’ରେ ତାଙ୍କ ସ୍ୱାମୀ ଭାଗ ନେବା ପାଇଁ ସେ ରିତେଶଙ୍କୁ ଅନୁମତି ଦେଇଛନ୍ତି କି?

Advertisment

କ’ଣ କହିଲେ ରିତେଶଙ୍କ କଥିତ ପତ୍ନୀ:

ତେବେ ରିତେଶଙ୍କ କଥିତ ପତ୍ନୀ ସ୍ନିଗ୍ଧା ପ୍ରିୟ କହିଛନ୍ତି ଯେ ରାଖୀ ସାୱନ୍ତଙ୍କ ପତି ତାଙ୍କର ପ୍ରଥମ ପତି ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି। ଉଭୟ ବିହାରରେ ରୁହନ୍ତି। ସେ କହିଛନ୍ତି ଯେ ରିତେଶ କେବେ ବୋ ବିଦେଶ ଯାଇ ନାହାନ୍ତି କି ସେ କୌଣସି ବ୍ୟବସାୟୀ ବି ନୁହନ୍ତି। ସ୍ନିଗ୍ଧା ଯେତେବେଳେ ରିତେଶଙ୍କୁ ନେଇ ଏଭଳି ଖୁଲାସା କଲେ ରାଖୀଙ୍କର ସବୁଅ କଥା ମିଛ ବୋଲି ଧରାପଡି ଯାଇଛି।

Rakhi Sawant Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ