Advertisment

ଆଦିଲ୍ ଦୁବାଇରେ ମୋର ନ୍ୟୁଡ୍ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି: ରାଖୀ ସାୱନ୍ତ

ନିକଟରେ ରାଖୀ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଦୁବାଇରେ ତାଙ୍କର ନ୍ୟୁଡ୍ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ବୋଲି କହିଛନ୍ତି। ଆଉ କ’ଣ କହିଛନ୍ତି ଜାଣନ୍ତୁ।

ଅଦ୍ୟତନ ହୋଇଛି
Rakhi Sawant on Adil Khan Durrani

Rakhi Sawant allegation adil sold her nude videos dubai for 47 lakhs

Advertisment

ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଥିବା ବିବାଦୀୟ କ୍ୱିନ୍ ରାଖୀ ସାୱନ୍ତ ପୁଣି ଥରେ ଖବରକୁ ଆସିଛନ୍ତି। ନିକଟରେ ରାଖୀ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କୁ ନେଇ ସାଂଘାତିକ ଅଭିଯୋଗ କରିଛନ୍ତି। ପୂର୍ବରୁ ଜେଲ୍‌ରୁ ବାହାରିବା ପରେ ଆଦିଲ ରାଖୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଆଦିଲ କହିଥିଲେ ଯେ ରାଖୀ ତାଙ୍କୁ ଡ୍ରଗ୍ସ ଦେଇଥିଲେ।

Advertisment

ଅଭିନେତ୍ରୀ ତାଙ୍କୁ ଜେଲ ପଠାଇବା ଦିନଠାରୁ ରାଖୀ ସାୱନ୍ତ ଏବଂ ତାଙ୍କ ପୂର୍ବତନ ସ୍ୱାମୀ ଆଦିଲ ଦୁରାନିଙ୍କ ମଧ୍ୟରେ ଲଗାତର ଶବ୍ଦ ଯୁଦ୍ଧ ଚାଲିଛି। ଦୁହେଁ ଏକ ଅନ୍ତରଙ୍ଗ ସମାରୋହରେ ଗୁପ୍ତ ଭାବରେ ବିବାହ କରିଥିଲେ। ପରେ ରାଖୀ ଆଦିଲଙ୍କ ଉପରେ ଘରୋଇ ହିଂସା ଏବଂ ତାଙ୍କ ଟଙ୍କା ଅପବ୍ୟବହାର ଅଭିଯୋଗ କରିବାରୁ ଆଦିଲ୍‌ଙ୍କୁ ଜେଲ୍ ଦଣ୍ଡ ମିଳିଥିଲା ଓ ସେମାନେ ଅଲଗା ହୋଇଥିଲେ।

ଯେତେବେଳେ ଆଦିଲ ଜେଲ୍‌ରୁ ବାହାରି ରାଖୀଙ୍କ ବିରୋଧରେ କିଛି ଗୁରୁତର ଅଭିଯୋଗ ଆଣିଥିଲେ ସେତେବେଳେ ସେମାନଙ୍କ ଝଗଡା ପୁଣିଥରେ ଆରମ୍ଭ ହୋଇଥିଲା। ଏବେ ରାଖୀ ପୁଣିଥରେ ଆଦିଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ରାଖୀ ଦାବି କରିଛନ୍ତି ଯେ ଆଦିଲ ତାଙ୍କ ଉଲଗ୍ନ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି।

Advertisment

ରାଖୀ ସାୱନ୍ତ ତାଙ୍କ ପୂର୍ବତନ ସ୍ୱାମୀ ଆଦିଲଙ୍କ ବିରୋଧରେ ବିଗ୍ ବସ୍ ଫେମ୍‌ରେ ଅନେକ ଅଭିଯୋଗ ଆଣିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସେ ଏହା ମଧ୍ୟ କହିଥିଲେ ଯେ ସେ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ।

ଆଦିଲ ଜେଲରୁ ବାହାରିବା ପରେ ସେ ଏକ ନ୍ୟୁଜ ପୋର୍ଟାଲ ସହିତ ପ୍ରଥମ ମିଡିଆ ପ୍ରତିକ୍ରିୟା ପାଇଁ ବସିଥିଲେ ଏବଂ ରାଖୀଙ୍କ ବିରୋଧରେ କିଛି ଗୁରୁତର ଅଭିଯୋଗ କରିଥିଲେ।

Advertisment

ବର୍ତ୍ତମାନ ରାଖୀ ସାୱନ୍ତ ମଧ୍ୟ ଆଦିଲଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ଆଦିଲଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ସେ ଦୁବାଇରେ ତାଙ୍କର ଉଲଗ୍ନ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ସେ କହିଛନ୍ତି, “ମୁଁ ବାଥ୍‌ରୁମ୍‌ରେ ଥିବା ବେଳେ ସେ ଭିଡିଓ ସୁଟିଂ କରିଛନ୍ତି। ଏପରି ଅନେକ ଭିଡିଓ ଅଛି, ମୋର ପୂରା ଶରୀର ଉଲଗ୍ନ ଦେଖାଯାଉଛି। ”

ରାଖୀ ପୁଣି କହିଛନ୍ତି, “ମୁଁ ତାଙ୍କ ପତ୍ନୀ ଥିଲି ଏବଂ ସେ ମୋତେ ଘରେ ବଳାତ୍କାର କରୁଥିଲେ। ଯଦି ମୋର ଭିଡିଓ ଭାଇରାଲ ହୁଏ ତେବେ ମୁଁ କ’ଣ କରିବି? ମୁଁ ବିଷ ପିଇ ଆତ୍ମହତ୍ୟା କରିବା ଉଚିତ କି? ଯଦି ସମଗ୍ର ବିଶ୍ୱ ମୋତେ ଉଲଗ୍ନ ଅବସ୍ଥାରେ ଦେଖେ ତେବେ ମୁଁ କୁଆଡେ ଯିବି?”

ଆଦିଲ କହିଛନ୍ତି, “ମୁଁ ମୋର ଉଚିତ କାହାଣୀ ଶେୟାର କରିବି। ରାଖୀ ଏବଂ ତାଙ୍କର କିଛି ପରିଚିତ ଲୋକ ମୋତେ କିପରି ଫସେଇଦେଲେ। ମୁଁ ସବୁକିଛି କହିବି... କିଛି ଦିନ ମଧ୍ୟରେ ମୁଁ ଏକ ସାମ୍ବାଦିକ ସମ୍ମିଳନୀ କରିବି... ମୋତେ କୋଟି କୋଟି ଟଙ୍କା ଦେବାକୁ ପଡିବ ନା ମୁଁ ଫେରି ପାଇବି।”

ପ୍ରକାଶଥାଉ ଯେ ରାଖୀ ସାୱନ୍ତ ଏବଂ ଆଦିଲ ଖାନ ଦୁରାନି ଗତ ବର୍ଷ ଜୁଲାଇରେ ବିବାହ କରିଥିଲେ।

Rakhi Sawant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ