Advertisment

ଅଟୋ ଚାଳକରୁ କମେଡି କିଙ୍ଗ୍; ଜାଣନ୍ତୁ ରାଜୁ ଶ୍ରୀବାସ୍ତବଙ୍କ ସଂଘର୍ଷର କାହାଣୀ

ଆଉ ଦେଖିବାକୁ ମିଳିବନି ରାଜୁ ଶ୍ରୀବାସ୍ତଙ୍କ କମେଡି। କମେଡି କିଙ୍ଗ୍‌ ହେବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଦିନେ ଅଭାବ ଅସୁବିଧାରେ ଥାଇ ମୁମ୍ବାଇ ରାସ୍ତାରେ ଚଳାଉଥିଲେ ଅଟୋ। ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।

ଅଦ୍ୟତନ ହୋଇଛି
Raju Srivastava Death

Raju Srivastava used to drive auto in mumbai

Advertisment

ନିଜ କମେଡି ମାଧ୍ୟମରେ ଲୋକଙ୍କୁ ହସେଇ ହସେଇ ଗଡେଇଦେଉଥିବା ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ତାଙ୍କର ଜବରଦସ୍ତ ପ୍ରତିଭା ଦ୍ୱାରା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତେବେ ରାଜୁ ଶ୍ରୀବାସ୍ତବଙ୍କ ପାଇଁ କାନପୁରରୁ ମୁମ୍ବାଇ ଆସି ହାସ୍ୟ ଅଭିନେତା ହେବା ସହଜ ନ ଥିଲା। ଏହି ସ୍ଥାନ ହାସଲ କରିବାକୁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଛି।

Advertisment

ପିଲାଦିନରୁ ହିଁ ରାଜୁ ଶ୍ରୀବାସ୍ତବ କମେଡି କରୁଥିଲେ। ସେ ହାସ୍ୟ ଅଭିନୟ କରିବାକୁ ଭଲ ପାଉଥିଲେ, କିନ୍ତୁ ତାଙ୍କର ଏହି ଶୌକ୍‌କୁ ପରିବାର ଲୋକେ ପସନ୍ଦ କରୁ ନଥିଲେ। ତେବେ ପରିବାରର ବିରୋଧ, ଅନ୍ୟମାନଙ୍କର ଟାହିଟାପରା, ଅସୁବିଧା ସତ୍ତ୍ୱେ ରାଜୁ ଶ୍ରୀବାସ୍ତବ କିପରି କମେଡି ଦୁନିଆଁର ବାଦଶାହା ହୋଇଗଲେ ଆସନ୍ତୁ ସେ ବିଷୟରେ ଜାଣିନେବା।

ଦିନେ ମୁମ୍ବାଇ ରାସ୍ତାରେ ଅଟୋ ଚଳାଉଥିଲେ:

ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ୧୯୬୩ ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ। ରାଜୁଙ୍କ ବାପାଙ୍କ ନାମ ରମେଶ ଚନ୍ଦ୍ର ଶ୍ରୀବାସ୍ତବ, ଯିଏ ଜଣେ କବି ଥିଲେ। ସେ ତାଙ୍କ ବାପାଙ୍କଠାରୁ ଆତ୍ମବିଶ୍ୱାସ ପାଇଥିଲେ। କାନପୁରରେ ଜନ୍ମଗ୍ରହଣ କରିଥିବା ରାଜୁ ଶ୍ରୀବାସ୍ତବ ଗଜୋଧର ଭାୟା ଭାବରେ ପ୍ରସିଦ୍ଧ ହୋଇଥିଲେ। ତେବେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ରାଜୁ ଶ୍ରୀବାସ୍ତବଙ୍କ ପ୍ରକୃତ ନାଁ ହେଉଛି ସତ୍ୟ ପ୍ରକାଶ ଶ୍ରୀବାସ୍ତବ। ତାଙ୍କ କମେଡି ଷ୍ଟାଇଲ୍ ଯେକୌଣସି ଦୁଃଖି ମଣିଷର ଚେହେରାରେ ବି ହସ ଫୁଟେଇ ପାରେ।

Advertisment

ରାଜୁ ଶ୍ରୀବାସ୍ତବ ତାଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କମେଡି କିଙ୍ଗ୍ ହେବା ପର୍ଯ୍ୟନ୍ତ ଯାତ୍ରା ତାଙ୍କ ପାଇଁ ଏତେ ସହଜ ନଥିଲା। ଏଠାରେ ପହଞ୍ଚିବା ପାଇଁ ରାଜୁ ଶ୍ରୀବାସ୍ତବ ବହୁତ ସଂଘର୍ଷ କରିଥିଲେ। ଯେତେବେଳେ ରାଜୁ ଶ୍ରୀବାସ୍ତବ କାମ ଖୋଜିବାକୁ କାନପୁରରୁ ମୁମ୍ବାଇ ଆସିଥିଲେ, ସେତେବେଳେ ତାଙ୍କ ପକେଟ୍‌ରେ ଟଙ୍କା ନ ଥିଲା। ଏଭଳି ଅଭାବ ଭିତରେ ସେ ଏକ ଅଟୋ ଚଳାଇ ରୋଜଗାର କରୁଥିଲେ।

ଏଇଠି ମିଳିଲା ଲୋକପ୍ରିୟତା:

ରାଜୁ ଶ୍ରୀବାସ୍ତବ ଟେଲିଭିଜନରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଶୋ’ ‘ଟି ଟାଇମ୍ ମନୋରଞ୍ଜନ’ରେ ରାଜୁ ଶ୍ରୀବାସ୍ତବଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ସହ ଏହି ଶୋ’ରେ ସୁରେଶ ମେନନ୍ ଏବଂ ବୃଜେଶ ହରଜୀ ମଧ୍ୟ ଥିଲେ। ତେବେ ରାଜୁ ଶ୍ରୀବାସ୍ତବ ଶୋ 'ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍‌ ଚ୍ୟାଲେଞ୍ଜ'ରୁ ଲୋକପ୍ରିୟତା ପାଇଥିଲେ। ଏହି ଶୋ’ ମାଧ୍ୟମରେ ରାଜୁ ଗଜୋଧର ଭାୟା ହୋଇ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଥିଲେ।

Advertisment

ରାଜୁ ଶ୍ରୀବାସ୍ତବ ଫିଲ୍ମରେ ଛୋଟମୋଟ ଭୂମିକା ଗ୍ରହଣ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ରାଜଶ୍ରୀ ପ୍ରଡକ୍ସନ୍ସର ଫିଲ୍ମ ‘ମୈନେ ପ୍ୟାର୍ କିୟା’, ‘ବାଜିଗର’ ଓ ‘ବମ୍ବେ ଟୁ ଗୋଆ’ ଭଳି ଫିଲ୍ମରେ ନିଜ କମେଡି ଝୁଙ୍କ ଦେଇଛନ୍ତି। ଏହା ପରେ ରାଜୁ ‘ମିଷ୍ଟର୍ ଆଜାଦ’, ‘ଆମଦାନୀ ଅଠନ୍ନୀ ଖର୍ଚ୍ଚା ରୂପୈୟା’, ‘ମୁମ୍ବାଇ ଟୁ ଗୋଆ’ ଏବଂ ‘ମେ ପ୍ରେମ କି ଦେୱାନୀ ହୁଁ’ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ରାଜୁ ଶ୍ରୀବାସ୍ତବ ତାଙ୍କ ଫିଲ୍ମ କ୍ୟାରିୟରରେ ସଲମାନ ଖାନ, ଶାହାରୁଖ ଖାନଙ୍କ ପରି କଳାକାରଙ୍କ ସହ କାମ କରିଥିଲେ। ଏହା ବ୍ୟତୀତ ରାଜୁ ଶ୍ରୀବାସ୍ତବ ‘ବିଗ୍ ବସ୍ ସିଜନ୍ ୩’ ରେ ମଧ୍ୟ ଅଭିନୟ କରିଥିଲେ। ସେ ଏହି ଶୋ’ରେ ବିଜେତା ହୋଇ ନଥିଲେ ବି ତାଙ୍କ କମେଡି ସମସ୍ତଙ୍କୁ ବହୁତ ମନୋରଞ୍ଜନ କରିଥିଲା। ରାଜୁ ରାଜନୀତିରେ ମଧ୍ୟ ନିଜ ପାଦ ରଖିଥିଲେ। ଏହା ବ୍ୟତୀତ, ୨୦୧୩ ମସିହାରେ ରାଜୁ ଶ୍ରୀବାସ୍ତବ ତାଙ୍କ ପତ୍ନୀଙ୍କ ସହ ‘ନଚ୍‌ ବାଲିଏ ସିଜନ ୬’ ରେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Bollywood Raju Srivastav Raju Srivastava Profile Comedian Raju Srivastava Raju Srivastava Death Raju Srivastava Age Gajodhar Bhaiya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ