Advertisment

କେମିତି ଅଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ; ୩ ଥର ହେଲାଣି ଏଞ୍ଜିଓପ୍ଲାଷ୍ଟି

ହୃଦଘାତରେ ପିଡୀତ ରାଜୁ ଶ୍ରୀବାସ୍ତବ ଏବେ AIIMS (ICU) ରେ ଭେଣ୍ଟିଲେଟରରେ। ସ୍ୱାସ୍ଥ୍ୟାବସ୍ଥାରେ ଆସିନି କୌଣସି ସୁଧାର। ସମସ୍ତେ ଦୁଃଖରେ। ଏତିକି ବେଳେ ଆସିଛି ତାଙ୍କ ଝିଅଙ୍କ ଠାରୁ ଏମିତି ଖବର।

Raju Srivastava suffered heart attack condition critical

Raju Srivastava suffered heart attack condition critical

Advertisment

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଦିଲ୍ଲୀର AIIMS (ICU) ରେ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ୫୮ ବର୍ଷୀୟ ଷ୍ଟାଣ୍ଡ୍‌ ଅପ୍ କମେଡିନ୍ ହୃଦଘାତରେ ପୀଡିତ ହେବା ପରେ ବୁଧବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ପରେ ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଖବର ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେ ଆଇସିୟୁରେ ଭେଣ୍ଟିଲେଟରରେ ଅଛନ୍ତି। ହାସ୍ୟ ଅଭିନେତାଙ୍କୁ AIIMS କାର୍ଡିଓଲୋଜି ବିଭାଗର ପ୍ରଫେସର ଡ. ନୀତୀଶ ନାୟକ ଚିକିତ୍ସା କରୁଛନ୍ତି।

Advertisment

ରାଜୁ ଶ୍ରୀବାସ୍ତବଙ୍କ ସମ୍ପର୍କୀୟ ଅଶୋକ ଶ୍ରୀବାସ୍ତବ ବୁଧବାର ସନ୍ଧ୍ୟାରେ କହିଛନ୍ତି ଯେ “ବ୍ୟାୟାମ କରିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା। ସେ ନିୟମିତ ବ୍ୟାୟାମ କରନ୍ତି ଏବଂ ଯେତେବେଳେ ସେ ଟ୍ରେଡ୍‌ମିଲରେ ଥିଲେ ସେତେବେଳେ ସେ ହଠାତ୍ ଖସିପଡିଥିଲେ। ତାଙ୍କ ହୃଦ୍ ସ୍ପନ୍ଦନ ବଢିଯିବାରୁ ତାଙ୍କୁ AIIMS ଡାକ୍ତରଖାନାକୁ ନିଆଯାଇଥିଲା।" ତାଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ ଦିଲ୍ଲୀରେ ପହଞ୍ଚିଛନ୍ତି।

ତେବେ ହୃଦଘାତ କାରଣରୁ ରାଜୁ ଶ୍ରୀବାସ୍ତବଙ୍କର ତୃତୀୟ ଥର ପାଇଁ ଏଞ୍ଜିଓପ୍ଲାଷ୍ଟି କରାଯାଇଛି। ୧୦ ବର୍ଷ ପୂର୍ବେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ତାଙ୍କର ଏଞ୍ଜିଓପ୍ଲାଷ୍ଟୀ ପ୍ରଥମ ଥର ପାଇଁ କରାଯାଇଥିଲା। ଏହା ପରେ ୭ ବର୍ଷ ପୂର୍ବେ ଦ୍ୱିତୀୟ ଥର ପାଇଁ ଲିଳାବତୀ ହସ୍ପିଟାଲରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

Advertisment

ରାଜୁ ଶ୍ରୀବାସ୍ତବଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ କହିଛନ୍ତି, “ମୋ ବାପା କାମ ପାଇଁ ଦିଲ୍ଲୀ ଏବଂ ଅନ୍ୟାନ୍ୟ ଜାଗାକୁ ଯାଆନ୍ତି। ସେ ସବୁବେଳେ ବ୍ୟାୟାମ କରନ୍ତି ଏବଂ ଏହାକୁ କେବେ ବି ବନ୍ଦ କରନ୍ତି ନାହିଁ। ତାଙ୍କର କୌଣସି ହୃଦୟ ସମ୍ବନ୍ଧୀୟ ରୋଗ ନଥିଲା। ଏନେଇ ମୁଁ ନିଜେ ମଧ୍ୟ ଆଶ୍ଚର୍ଯ୍ୟ। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ନାହିଁ। ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି।"

ରାଜୁ ଶ୍ରୀବାସ୍ତବଙ୍କ ବନ୍ଧୁ ତଥା ହାସ୍ୟ ଅଭିନେତା ସୁନୀଲ ପାଲ ଏକ ଭିଡିଓ ଜାରି କରି କହିଛନ୍ତି ଯେ “ଏହା ଚିନ୍ତାର ବିଷୟ, ଚିନ୍ତା ବଢିବାରେ ଲାଗିଛି। ରାଜୁ ଭାଇଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ପୂରା ହାସ୍ୟ ଜଗତର ଲୋକମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ”

Advertisment

ସେ ଭାବପ୍ରବଣ ହୋଇ ଆହୁରି କହିଛନ୍ତି ଯେ “ମୁଁ ହାତ ଯୋଡି ଆପାଣମାନଙ୍କୁ କହୁଛି ଯେ ପ୍ରାର୍ଥନା କରନ୍ତୁ, କିଛି ଚମତ୍କାର ହେଇଯାଉ ଏବଂ ସେ ନିଜେ ଭେଣ୍ଟିଲେଟରରୁ ଉଠି ଆସନ୍ତୁ। ସେ ଚେତା ଫେରି ପାଆନ୍ତୁ। ଯେପର୍ଯ୍ୟନ୍ତ ସେ ଚେତା ଫେରି ପାଇ ନାହାନ୍ତି ଯେପର୍ଯ୍ୟନ୍ତ ଆଉ କିଛି ହେଇ ପାରିବ ନାହିଁ। ସେଥିପାଇଁ ମୁଁ କହୁଛି ଆପଣମାନେ ପ୍ରାର୍ଥନା କରନ୍ତୁ।"

୧୯୮୦ ଦଶକ ମଧ୍ୟଭାଗରେ ମନୋରଞ୍ଜନ ଜଗତରେ ସକ୍ରିୟ ଥିବା ରାଜୁ ଶ୍ରୀବାସ୍ତବ ୨୦୦୫ରେ ଷ୍ଟାଣ୍ଡ୍‌ ଅପ୍ କମେଡି ଶୋ "ଦି ଗ୍ରେଟ୍ ଇଣ୍ଡିଆନ୍ ଲାପ୍ଟର୍ ଚ୍ୟାଲେଞ୍ଜ" ର ପ୍ରଥମ ସିଜନ୍‌ରେ ଅଂଶଗ୍ରହଣ କରିବା ପରେ ଲୋକଲୋଚନକୁ ଆସିଥିଲେ। ସେ "ମୈନେ ପ୍ୟାର୍ କିୟା", "ବାଜିଗାର୍", "ବମ୍ବେ ଟୁ ଗୋଆ" (ରିମେକ୍) ଏବଂ "ଆମଦାନି ଆଠାନି ଖର୍ଚ୍ଚା ରୂପୈୟା" ପରି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ "ବିଗ୍ ବସ୍" ସିଜନ୍ ୩ର ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ଥିଲେ। ରାଜୁ ଶ୍ରୀବାସ୍ତବ ଉତ୍ତରପ୍ରଦେଶର ଚଳଚ୍ଚିତ୍ର ବିକାଶ ପରିଷଦର ବର୍ତ୍ତମାନର ସଭାପତି ଅଛନ୍ତି।

Bollywood Comedian Raju Shrivastav Raju Shrivastav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ