Advertisment

Good News ! ! ! ହେଲା ଚମତ୍କାର, କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ଏମିତି ଖବର

ଡାକ୍ତରୀ ଟିମ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସମସ୍ତଙ୍କ ଆଶା ଓ ଭରସା ଥିଲା ଯେ ରାଜୁ ଶ୍ରୀବାସ୍ତବଙ୍କ ହୋସ୍‌ ଫେରିବ ଓ ପୁଣିଥରେ ସେ ଲୋକଙ୍କୁ ତାଙ୍କ କମେଡି ମାଧ୍ୟମରେ ହସାଇବେ।

ଅଦ୍ୟତନ ହୋଇଛି
Raju Srivastav Health Update

Raju Srivastav Health Update

Advertisment

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ଆଜି ସକାଳେ ତାଙ୍କର ଚେତା ଫେରିଥିବା ସୂଚନା ମିଳିଛି। ଗତ ୧୫ ଦିନ ହେବ AIIMS ହସ୍ପିଟାଲ୍‌ରେ ତାଙ୍କର ଚିକତ୍ସା ଚାଲିଛି। ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସମସ୍ତଙ୍କ ଆଶା ଓ ଭରସା ଥିଲା ଯେ ରାଜୁ ଶ୍ରୀବାସ୍ତବଙ୍କ ହୋସ୍‌ ଫେରିବ ଓ ପୁଣିଥରେ ସେ ଲୋକଙ୍କୁ ତାଙ୍କ କମେଡି ମାଧ୍ୟମରେ ହସାଇବେ। 

Advertisment

ହୋସ୍‌ ଫେରିବା ପାଇଁ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ଶେଷରେ ଭଗବାନ ସେମାନଙ୍କର ପ୍ରାର୍ଥନା ଶୁଣିଛନ୍ତି। ୧୫ ଦିନ ପରେ ରାଜୁଙ୍କ ହୋସ୍‌ ଫେରିଛି।

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ PRO ତଥା ଆଡ୍‌ଭାଇଜର୍‌ ଅଜିତ ସକ୍ସେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ଆଜି ସକାଳ ୮ଟା ୧୦ ମିନିଟ୍‌ରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଛି।’ ଏହାପରେ ସକାଳ ୯ଟାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଏଖବର ଜଣାପଡ଼ିବା ପରେ ପରିବାରଠୁ ଆରମ୍ଭ କରି ଫ୍ୟାନ୍ସଙ୍କ ମୁହଁରେ ହସ ଦେଖିବାକୁ ମିଳିଛି।

Advertisment

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, AIIMSର ଜଣେ ଡାକ୍ତର କହିଥିଲେ, ରାଜୁଙ୍କ ଚେତା ଫେରିବା ପାଇଁ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିବ । ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ବିଗ୍ ବି ଅମିତାଭ୍‌ଙ୍କ ଅଡିଓ ମେସେଜ ରାଜୁଙ୍କ ପାଇଁ ସଂଜିବନୀ ସଦୃଶ ହୋଇପାରେ ବୋଲି ଡାକ୍ତରମାନେ ଆଶା ରଖିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଅନେକ ସମୟରେ ଭଲ ପାଉଥିବା ଲୋକଙ୍କ ସ୍ୱର ଶୁଣିଲେ ରୋଗୀର ଚେତା ଫେରି ଆସିଥାଏ। 

ରାଜୁଙ୍କ ପରିବାରର ଅନୁରୋଧ କ୍ରମେ ଅମିତାଭ ଏକ ଅଡିଓ ମେସେଜ୍ ତିଆରି କରି ପଠାଇଥିଲେ। ଏଥିରେ ସେ କହିଥିଲେ...ବହୁତ ହୋଇଗଲା ରାଜୁ, ଏବେ ତୁମେ ଉଠି ଆସ...ଆମକୁ ହସିବାର କଳା ଶିଖେଇବ। ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜୁଙ୍କୁ ଏହି ମେସେଜକୁ ଶୁଣାଯାଇଥିଲା। ଏହା ଦ୍ୱାରା କିଛି ଚମତ୍କାର ହୋଇପାରେ ବୋଲି ସମସ୍ତେ ଆଶା ରଖିଥିଲେ। ଶେଷରେ ତାହିଁ ହୋଇଥିବା କୁହାଯାଉଛି। ୧୫ ଦିନ ପରେ ଆଜି ସକାଳେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଛି। 

Advertisment
Bollywood Comedian Raju Srivastav Raju Srivastav Raju Srivastav Health Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ