Advertisment

ମୁଁ ପରଦାରେ ଗାଳିଦେଇ ପେଟ ପୋଶିବାକୁ ଚାହୁଁ ନ ଥିଲି : ରାଜପାଲ

ଲୋକପ୍ରିୟ ଅଭିନେତା ରାଜପାଲ ଯାଦବଙ୍କୁ ଶେଷ ଥର ପାଇଁ ଶିଳ୍ପା ଶେଟ୍ଟୀ ଓ ମିଜାନ ଜାଫରୀଙ୍କ ସହିତ ଫିଲ୍ମ ‘ହଙ୍ଗାମା-୨’ ରେ ଦେଖିବାକୁ ମିଳିଥିଲା। ନିକଟରେ ଏକ ସାକ୍ଷାତକାରରେ ଏହି ଅଭିନେତା କହିଛନ୍ତି ଯେ ଓଟିଟି ପ୍ଲାଟଫର୍ମରେ ସେ ତାଙ୍କୁ ଫିଟ୍ ହେବା ଦେଖିପାରୁ ନାହାନ୍ତି। କିନ୍ତୁ ରାଜପାଲ ଯାଦବଙ୍କ ପୂର୍ବର କିଛି ଫିଲ୍ମ ‘କୁଲି ନମ୍ବର ୧’ ଓ ‘ହଙ୍ଗାମା-୨’ ଉଭୟ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇଛି।

Rajpal Yadav

Rajpal Yadav

Advertisment

ମୁମ୍ବାଇ : ଲୋକପ୍ରିୟ ଅଭିନେତା ରାଜପାଲ ଯାଦବଙ୍କୁ ଶେଷ ଥର ପାଇଁ ଶିଳ୍ପା ଶେଟ୍ଟୀ ଓ ମିଜାନ ଜାଫରୀଙ୍କ ସହିତ ଫିଲ୍ମ ‘ହଙ୍ଗାମା-୨’ ରେ ଦେଖିବାକୁ ମିଳିଥିଲା। ନିକଟରେ ଏକ ସାକ୍ଷାତକାରରେ ଏହି ଅଭିନେତା କହିଛନ୍ତି ଯେ ଓଟିଟି ପ୍ଲାଟଫର୍ମରେ ସେ ତାଙ୍କୁ ଫିଟ୍ ହେବା ଦେଖିପାରୁ ନାହାନ୍ତି। କିନ୍ତୁ ରାଜପାଲ ଯାଦବଙ୍କ ପୂର୍ବର କିଛି ଫିଲ୍ମ ‘କୁଲି ନମ୍ବର ୧’ ଓ ‘ହଙ୍ଗାମା-୨’ ଉଭୟ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇଛି।

Advertisment

ରାଜପାଲ ଯାଦବ ଲିଡିଙ୍ଗ ଲେଡିଙ୍କୁ କହିଛନ୍ତି ଯେ “ଆଜିକାଲି ଓଟିଟି ଖୁବ୍ ଭଲ ଚାଲିଛି, କିନ୍ତୁ ମୁଁ ନିଜକୁ ଏହି ଜାଗାରେ ଫିଟ୍ ବୋଲି ଦେଖିପାରୁନି। ଗତ କିଛି ବର୍ଷ ଧରି ଯେଉଁଭଳି ଭାବେ ୱେବ୍ ସିରିଜ୍ ଆସୁଛି ମୁଁ ସେଥିରେ ନିଜକୁ ରିଲେଟ୍ କରୁନାହିଁ। ମତେ ପରଦା ଉପରେ ଗାଳିଦେବାକୁ ପସନ୍ଦ ଲାଗେ ନାହିଁ, ଯାହା ଆଜିକାଲି ୱେବ୍ ସିରିଜ୍‌ରେ ବହୁତ ସାଧାରଣ ହୋଇଗଲାଣି। ମତେ ବିନା ଗାଳିରେ ତାଳି ମିଳିଛି ମୋର କାମ ପାଇଁ।”

Advertisment

ରାଜପାଲ ଆହୁରି କହିଛନ୍ତି ଯେ “ମୁଁ ସେଭଳି କିଛି କରିବାକୁ ଚାହୁ ନାହିଁ ଯାହାକୁ ମୁଁ ମୋ ବାସ୍ତବିକ ଜୀବନରେ କେବେ ଭୋଗି ନାହିଁ। ମୁଁ ସ୍କ୍ରିନରେ ବଦମାସୀ କରି ମୋର ଜୀବନ ଯାପନ କରିବାକୁ ଚାହୁଁ ନ ଥିଲି ଆଉ ମୁଁ ଭାରି ଖୁସି ଯେ ମତେ ଏଭଳି କରିବାକୁ ପଡିନି। ମୁଁ ଖୁବ ଭାଗ୍ୟଶାଳୀ ଯେ ଦୁଇ ଦଶକ ପରେ ବି ଲୋକେ ମତେ ଦେଖି ବୋରିଂ ହେଉ ନାହାନ୍ତି। ମୁଁ ସମ୍ପୂର୍ଣ୍ଣ ଶ୍ରେୟ ପ୍ରଶଂସକମାନଙ୍କୁ ଦେଉଛି ଯେ ସେମାନେ ମୋ ଭିତରର ଅଭିନେତାକୁ ଜୀବିତ ରଖିଛନ୍ତି।”

ପ୍ରକାଶଥାଉ ଯେ ରାଜପାଲ ଯାଦବ କମେଡି ଫିଲ୍ମରେ ସର୍ଟିଂ ରୋଲ୍ ପାଇଁ ବେଶ ଜଣାଶୁଣା। ରାଜପାଲ କହିଛନ୍ତି ଯେ “ବଲିଉଡ ଦୁନିଆରେ ଜଣେ ମାତ୍ର ବ୍ୟକ୍ତି ଅଛନ୍ତି ଯିଏ ମତେ ଲିଡ୍ ରୋଲ୍ ଦେବା ନେଇ ସାହସ କରିଥିଲେ। ସେ ହେଉଛନ୍ତି ରାମ ଗୋପାଳ ବର୍ମା। ମୁଁ ତାଙ୍କର ଅଧା ଡଜନରୁ ଅଧିକ ଫିଲ୍ମରେ କାମ କରିଛି। ରାମ ଗୋପାଳ ବର୍ମା ‘ମାଧୁରୀ ଦୀକ୍ଷିତ ବନ୍‌ନା ଚାହତୀ ହୁଁ’ରେ ମତେ ମୁଖ୍ୟ ଭୂମିକା ଦେବା ନେଇ ସାହସ ବାନ୍ଧିଥିଲେ।” ସେ ପୁରୁଣା ଦିନକୁ ମନେପକେଇ କହିଛନ୍ତି ଯେ ସେହି ବର୍ଷ ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ସଲମାନ ଖାନ, ଅଜୟ ଦେବଗନ, ଶାହରୁଖ ଖାନ ଆୱାର୍ଡ ପାଇଁ ମନୋନିତ ହୋଇଥିଲେ।

Advertisment
Bollywood Rajpal Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ