Advertisment

Rajnikanth: ‘କଙ୍ଗୁଭା’ ସୂର୍ଯ୍ୟାଙ୍କ ପାଇଁ ନୁହେଁ, ମୋ ପାଇଁ ତିଆରି ହୋଇଥିଲା: ରଜନୀକାନ୍ତ

‘କଙ୍ଗୁଭା’ର ମ୍ୟୁଜିକ୍ ଲଞ୍ଚ୍‌ରେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ‘କଙ୍ଗୁଭା’ ତାଙ୍କ ପାଇଁ ତିଆରି ହୋଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିର୍ଦ୍ଦେଶକ ଶିବାଙ୍କୁ ଏକ ପିରିୟଡ୍‌ ଡ୍ରାମା ଲେଖିବାକୁ କହିଥିଲେ।

ଅଦ୍ୟତନ ହୋଇଛି
rajnikanth claims kanguva was made for me and not suriya

rajnikanth claims kanguva was made for me and not suriya

Advertisment

ସାଉଥ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କଙ୍ଗୁଭା’ ନଭେମ୍ବର ୧୪ରେ ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ ଫିଲ୍ମ ଅକ୍ଟୋବର ୧୦ରେ ରିଲିଜ ହେବାର ଥିଲା। କିନ୍ତୁ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ‘ଭେଟ୍ଟିଆନ’ଙ୍କ ପାଇଁ ଅଭିନେତା ସୂର୍ଯ୍ୟା ତାଙ୍କ ଫିଲ୍ମର ରିଲିଜ୍‌ ତାରିଖକୁ ସ୍ଥଗିତ ରଖିଥିଲେ।

Advertisment
Advertisment

ସେଥିପାଇଁ ସେ ଭିଡିଓ ପଠାଇଥିଲେ। ସେ ଏହି କ୍ଲିପ୍‌ରେ କହିଛନ୍ତି ଯେ “ଶିବାକୁମାର ଜଣେ ଭଦ୍ରଲୋକ ଏବଂ ସିଂହ ଛୁଆ ବିଲେଇ ହୋଇପାରିବ ନାହିଁ। ସୂର୍ଯ୍ୟା ମଧ୍ୟ ତାଙ୍କ ବାପାଙ୍କ ପରି। ମୁଁ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କରୁଛି।”

ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ପରେ ସୂର୍ଯ୍ୟାଙ୍କ ଫିଲ୍ମ ବଡ ପରଦାରେ ମୁକ୍ତିଲାଭ କରୁଛି। ତାଙ୍କର ପୂର୍ବ ଫିଲ୍ମ ‘ସୁରାରଇ ପୋତ୍ତରୁ’ ଏବଂ ‘ଜୟ ଭୀମ’ OTTରେ ମୁକ୍ତିଲାଭ କରିଥିଲା। ୩୦୦ରୁ ୩୫୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମରେ ବବି ଦେଓଲଙ୍କୁ ଜଣେ ଖଳନାୟକ ଭାବେ ଦେଖିବାକୁ ମିଳିବ।

Surya Rajnikanth South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ