Advertisment

Viral Video: ରାସ୍ତାରେ ଚାଲୁଥିଲେ ରଜନୀକାନ୍ତ; ପଛରୁ ଆସିଲେ ଅନୁପମ, କଲେ ଭିଡିଓ

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ରଜନୀକାନ୍ତ, ଅନୁପମ ଖେର, ଶାହରୁଖ ଖାନ, ବିକ୍ରାନ୍ତ ମୈସେଙ୍କ ସମେତ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଏହି ଶପଥ ସମାରୋହରୁ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅନୁପମ ଖେରଙ୍କ ଦ୍ୱାରା ଶେୟାର ହୋଇଛି। ଏଥିରେ ରଜନୀକାନ୍ତଙ୍କୁ ଅନୁପମଙ୍କ ସହ ଦେଖିବାକୁ ମିଳନ୍ତି।

ଅଦ୍ୟତନ ହୋଇଛି
Anupam Kher Calls Rajinikanth Gods gift to mankind watch video

Rajinikanth was walking on rajpath uddenly anupam kher came and started making video

Advertisment

ସମସ୍ତେ ରଜନୀକାନ୍ତଙ୍କର ଜଣେ ଜଣେ ପ୍ରଶଂସକ। ରଜନୀକାନ୍ତଙ୍କର କ୍ରେଜ୍ କେବଳ ସାଧାରଣ ଲୋକଙ୍କ ପାଖରେ ନୁହେଁ ବରଂ ବଡ ବଡ ସେଲିବ୍ରେଟିମାନଙ୍କ ମଧ୍ୟରେ ବି ରହିଛି। ନିକଟରେ ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଛନ୍ତି।

Advertisment

ଏହି ଶପଥ ଗ୍ରହଣ ସମାରୋହରେ ରଜନୀକାନ୍ତ, ଅନୁପମ ଖେର, ଶାହରୁଖ ଖାନ, ବିକ୍ରାନ୍ତ ମୈସେଙ୍କ ସମେତ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଏହି ଶପଥ ସମାରୋହରୁ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅନୁପମ ଖେରଙ୍କ ଦ୍ୱାରା ଶେୟାର ହୋଇଛି। ଏଥିରେ ରଜନୀକାନ୍ତଙ୍କୁ ଅନୁପମଙ୍କ ସହ ଦେଖିବାକୁ ମିଳନ୍ତି।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି ଭବନରେ ଚିତାବାଘ ! ଶପଥ ବେଳର ରହସ୍ୟମୟ ପଶୁର ଭିଡିଓ ଭାଇରାଲ୍...

Advertisment

ଅନୁପମ ଖେର ମଧ୍ୟ ରଜନୀକାନ୍ତଙ୍କର ଜଣେ ବଡ଼ ପ୍ରଶଂସକ। ଦିଲ୍ଲୀରେ ହୋଇଥିବା ଏହି ମିଳନକୁ ଅନୁପମ ଏକ ଭିଡିଓ କରିଥିଲେ। ଏହି ଭିଡିଓରେ ଅନୁପମ ରଜନୀକାନ୍ତଙ୍କୁ ପ୍ରଶଂସା କରୁଛନ୍ତି। ସେ ରଜନୀକାନ୍ତଙ୍କୁ ମାନବତା ପାଇଁ ଈଶ୍ୱରଙ୍କ ଉପହାର ବୋଲି କହୁଛନ୍ତି। ଭିଡିଓରେ ଅନୁପମ ରଜନୀକାନ୍ତଙ୍କ ସହ ଚାଲୁଥିବାର ନଜର ଆସିଛନ୍ତି। ତାଙ୍କ ଚାରିପାଖରେ ସୁରକ୍ଷା କର୍ମୀ ମଧ୍ୟ ଅଛନ୍ତି।

ଅନୁପମ ଖେର କ୍ୟାମେରାକୁ ଦେଖି କହୁଛନ୍ତି, “ ୱାନ୍ ଆଣ୍ଡ୍ ଓନ୍‌ଲୀ, ମିଷ୍ଟର ରଜନୀ-ଦି-କାନ୍ତ! ମାନବ ଜାତି ପାଇଁ ଈଶ୍ୱରଙ୍କ ଉପହାର! ବାହା!" ତା’ପରେ ରଜନୀକାନ୍ତ ଅନୁପମ ଖେରଙ୍କ ହାତ ଧରି କ୍ୟାମେରାକୁ ଦେଖିବାବେଳେ ହସିଦିଅନ୍ତି। ପ୍ରଶଂସକଙ୍କ ସହ ସେଲିବ୍ରେଟିମାନେ ମଧ୍ୟ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Advertisment

ଚଳଚ୍ଚିତ୍ର ନିର୍ମାତା ଆନନ୍ଦ ପଣ୍ଡିତ ଭିଡିଓର ମନ୍ତବ୍ୟରେ ଲେଖିଛନ୍ତି, “ସେ ହେଉଛନ୍ତି ଗରିମା, ପ୍ରତିଭା, ବିନମ୍ରତା, ଦୟାଳୁତା ଏବଂ ପ୍ରେମର ଉଦାହରଣ।” ରାକେଶ ବେଦୀ ଲେଖିଛନ୍ତି, “ଏଥିରେ କୌଣସି ସନ୍ଦେହ ନାହିଁ। ଏବଂ ସେ ବହୁତ ସରଳ।” ‘ଦ କାଶ୍ମୀର ଫାଇଲ’ରେ ଅନୁପମ ଖେରଙ୍କ ସହ କାମ କରିଥିବା ଦର୍ଶନ କୁମାର ହାର୍ଟ ଇମୋଜି ସହିତ ମନ୍ତବ୍ୟ ଦେଇଛନ୍ତି। ପ୍ରଶଂସକମାନେ ମଧ୍ୟ ହୃଦୟ ଇମୋଜି ସହିତ ନିଜ ନିଜ ମତ ଦେଉଛନ୍ତି।

ଅଧିକ ପଢ଼ନ୍ତୁ: ଭାଇରାଲ୍ ହେଉଛି କ୍ୟାଟ୍ରିନା କୈଫ୍‌ଙ୍କ ଏମିତି ଭିଡିଓ; ଲୋକେ କହିଲେ ସେ ଗର୍ଭବତୀ

Rajnikanth Anupam Kher Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ