Advertisment

ଅମିତାଭ ବଚ୍ଚନଙ୍କ ଫିଲ୍ମର ତାମିଲ୍ ରିମେକ୍ କରି ସୁପର୍‌ଷ୍ଟାର୍‌ ହୋଇଗଲେ ରଜନୀକାନ୍ତ

ଆଜିକାଲି ପ୍ରାୟ ବଲିଉଡ୍ ଫିଲ୍ମ ସାଉଥ୍‌ର ରିମେକ୍ ହେଉଛି। କିନ୍ତୁ ଅମିତାଭ ବଚ୍ଚନଙ୍କ ଏମିତି ଅନେକ ଫିଲ୍ମ ଅଛି ଯାହାକୁ ସାଉଥ୍ ରିମେକ୍ କରାଯାଇଛି ଆଉ ଏହି ସବୁ ଫିଲ୍ମର ମୁଖ୍ୟ ଅଭିନେତା ସାଜିଛନ୍ତି ରଜନୀକାନ୍ତ। ଏହିସବୁ ଫିଲ୍ମ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଆସନ୍ତୁ ନଜର ପକେଇବା।

ଅଦ୍ୟତନ ହୋଇଛି
Rajinikanth tagged thalaiva after doing amitabh bachchan bollywood film in tamil remake

Rajinikanth tagged thalaiva after doing amitabh bachchan bollywood film in tamil remake

Advertisment

ଅମିତାଭ ବଚ୍ଚନଙ୍କୁ ବଲିଉଡର ‘ମହାନାୟକ’ କୁହାଯାଉଥିବାବେଳେ ରଜନୀକାନ୍ତ ହେଉଛନ୍ତି ସାଉଥ୍ ଇଣ୍ଡଷ୍ଟ୍ରୀର 'ଥାଲାଇଭା'(ବସ୍)। ବିଗ୍ ବିଙ୍କୁ ବଲିଉଡର ସବୁଠୁ ବଡ ତାରକା ଭାବରେ ଗଣା ଯାଉଥିବା ବେଳେ ରଜନୀକାନ୍ତଙ୍କୁ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର କୁହାଯାଏ। ଅମିତାଭ ଏବଂ ରଜନୀକାନ୍ତ ହୁଏତ ନିଜ ନିଜ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ହୋଇପାରନ୍ତି, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଉଭୟ ବଲିଉଡ୍‌ରେ କାମ କରୁଥିଲେ।

Advertisment

ଆଜିକାଲି ପ୍ରାୟ ବଲିଉଡ୍ ଫିଲ୍ମ ସାଉଥ୍‌ର ରିମେକ୍ ହେଉଛି। କିନ୍ତୁ ମହାନାୟକଙ୍କ ଏମିତି ଅନେକ ଫିଲ୍ମ ଅଛି ଯାହାକୁ ସାଉଥ୍ ରିମେକ୍ କରାଯାଇଛି ଆଉ ଏହି ସବୁ ଫିଲ୍ମର ମୁଖ୍ୟ ଅଭିନେତା ସାଜିଛନ୍ତି ରଜନୀକାନ୍ତ। ଏହିସବୁ ଫିଲ୍ମ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଆସନ୍ତୁ ନଜର ପକେଇବା।

ଦୀୱାର- ଥୀ:

ଅମିତାଭ ବଚ୍ଚନ ଏବଂ ଶଶି କପୁରଙ୍କ ଅଭିନୀତ 'ଦୀୱାର'ର ସଂଳାପ ଏବଂ ଗୀତଗୁଡ଼ିକ ଏବେ ବି ଦର୍ଶକଙ୍କ ଓଠରେ ରହିଛି। ଏହି ଚଳଚ୍ଚିତ୍ର ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା​। ଏହାର ଠିକ୍ ୬ ବର୍ଷ ପରେ, ରଜନୀକାନ୍ତ 'ଥୀ'ରେ କାମ କରିଥିଲେ। ଏହା 'ଦୀୱାର୍'ର ଏକ ତାମିଲ୍ ରିମେକ୍ ଥିଲା ଏବଂ 'ଦୀୱାର୍' ପରି ଏହା ମଧ୍ୟ ଏକ ସୁପର୍‌ହିଟ୍ ହୋଇଗଲା।

Advertisment

ଡନ୍- ବିଲ୍ଲା:

୧୯୮୧ ମସିହାରେ ଆସିଥିବା ରଜନୀକାନ୍ତଙ୍କ 'ବିଲ୍ଲା' ଅମିତାଭ ବଚ୍ଚନଙ୍କ 'ଡନ୍'ର ତାମିଲ ରିମେକ୍ ଥିଲା। ଦର୍ଶକ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ ଏବଂ ରଞ୍ଜିକାନ୍ତଙ୍କୁ ମୁଣ୍ଡରେ ବସେଇଥିଲେ ଆଉ ସବୁଦିନ ପାଇଁ ଆଖିରେ ରଖିଥିଲେ।

ଖୁଦ୍ଦାର- ପାଦିକଥବନ୍:

ଅମିତାଭ ବଚ୍ଚନଙ୍କ 'ଖୁଦ୍ଦାର'ର ତାମିଲ ରିମେକ୍ ଥିଲା 'ପାଦିକଥବନ୍'। ଏହା ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା। ଏହା ରଜନୀକାନ୍ତଙ୍କ ସବୁଠାରୁ ହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ।

Advertisment

'କସମେ-ବାଦେ-'ଧର୍ମାଥିନ୍ ଥଲାଇଭନ:

୧୯୭୮ ମସିହାରେ ଅମିତାଭ ବଚ୍ଚନ ଏବଂ ରାଖୀ ଗୁଲଜାରଙ୍କ ଅଭିନୀତ 'କସମେ-ବାଦେ' ମୁକ୍ତିଲାଭ କରିଥିଲା। ଏହା ୧୦ ବର୍ଷ ପରେ ରଜନୀକାନ୍ତ ଫିଲ୍ମ 'ଧର୍ମାଥିନ୍ ଥଲାଇଭନ'ରେ ଅଭିନୟ କରିଥିଲେ, ଯାହାକି' କସ୍‌ମେ-ବାଦେ'ର ତାମିଲ ରିମେକ୍‌ ଥିଲା।

'ନମକ ହଲାଲ୍- ଭେଲାଇକ୍କରନ୍:

ଅମିତାଭ ବଚ୍ଚନ ଏବଂ ଶଶି କପୁରଙ୍କ ଅଭିନୀତ 'ନମକ ହଲାଲ୍'ର ତାମିଲ ରିମେକ୍‌ରେ ରଜନୀକାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୧୯୮୭ରେ ଆସିଥିବା ଏହି ଚଳଚ୍ଚିତ୍ରର ନାମ ଥିଲା 'ଭେଲାଇକ୍କରନ୍'। ଏହି ଚଳଚ୍ଚିତ୍ରଟି ଏକ ସୁପର୍‌ହିଟ୍ ମଧ୍ୟ ହୋଇଥିଲା।

ଲାୱାରିସ୍-ପନକ୍କରନ୍:

ଅମିତାଭ ବଚ୍ଚନଙ୍କ 'ଲାୱାରିସ୍'ର ତାମିଲ ରିମେକ୍ 'ପନକ୍କରନ୍' ରେ ରଜନୀକାନ୍ତ ଦମଦାର ଅଭିନୟ କରିଥିଲେ। 'ଲାୱାରିସ୍' ପରି 'ପନକ୍କରନ୍' ମଧ୍ୟ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍ ହୋଇଥିଲା।

ଅମର ଅକବର ଆନ୍ଥୋନୀ-ରାମ୍‌ ରବର୍ଟ ରହୀମ୍‌:

ଅମିତାଭ ବଚ୍ଚନ, ଋଷି କପୁର ଏବଂ ବିନୋଦ ଖାନ୍ନାଙ୍କ ଅଭିନୀତ 'ଅମର ଅକବର ଆନ୍ଥୋନୀ'କୁ କିଏ ବା ଭୁଲି ପାରିବ? ଏହାର ତାମିଲ ରିମେକ୍‌ 'ରାମ୍‌ ରବର୍ଟ ରହୀମ୍‌' ଟାଇଟଲ୍‌ରେ ତିଆରି ହୋଇଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ସୁପର୍‌ହିଟ୍ ହୋଇଥିଲା।

Amitabh Bachchan Rajinikanth Bollywood South Indian Film Industry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ