Advertisment

'କଲ୍‌କୀ ୨୮୯୮ ଏଡି' ଭାରତୀୟ ସିନେମାକୁ ଏକ ଭିନ୍ନ ସ୍ତରକୁ ନେଇଯିବ; ରଜନୀକାନ୍ତ

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ 'କଲ୍‌କୀ ୨୮୯୮ ଏଡି'କୁ ନେଇ ଚାରିଆଡେ ପ୍ରଶଂସାର ସୁଅ। ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଏହାକୁ ପ୍ରଶଂସା ନ କରି ନିଜକୁ ଅଟକାଇ ପାରି ନାହାଁନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।

Rajinikanth praises prabhas starrer kalki 2898 ad

Rajinikanth praises prabhas starrer kalki 2898 ad

Advertisment

ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କଲ୍‌କୀ ୨୮୯୮ ଏଡି' ଜୁନ୍ ୨୭ରେ ପ୍ରେକ୍ଷାଳକୁ ଆସିଛି। ଚଳଚ୍ଚିତ୍ରଟି ରିଲିଜ୍‌ ହେବା ପରଠାରୁ ହଇଚଇ ସୃଷ୍ଟି କରୁଛି। ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ନେଇ ଚାରିଆଡେ ପ୍ରଶଂସାର ସୁଅ। ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଏହାକୁ ପ୍ରଶଂସା ନ କରି ନିଜକୁ ଅଟକାଇ ପାରି ନାହାଁନ୍ତି।

Advertisment

ପ୍ରଭାସ, ଅମିତାଭ ଏବଂ ଦୀପିକାଙ୍କ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରଥମ ଦିନରେ ଦର୍ଶକଙ୍କ ଭିଡ ଲାଗିଥିଲା। ଫିଲ୍ମକୁ ନିଏ ଜନସାଧାରଣଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିବାକୁ ଲାଗିଛି। ଚଳଚ୍ଚିତ୍ର ସେଲିବ୍ରିଟି ହେଉ କି ସମାଲୋଚକ ହୁଅନ୍ତୁ, ସମସ୍ତେ ଏହି ଚଳଚ୍ଚିତ୍ରର ପ୍ରଶଂସା କରୁଛନ୍ତି, ବର୍ତ୍ତମାନ ରଜନୀକାନ୍ତ 'କଲ୍‌କୀ ୨୮୯୮ ଏଡି'ର ଟିମ୍‌କୁ ମଧ୍ୟ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଭାରତୀୟ ସିନେମାକୁ ଏକ ଭିନ୍ନ ସ୍ତରକୁ ନେଇଯିବ।

ରଜନୀକାନ୍ତ ତାଙ୍କ X ଆକାଉଣ୍ଟରେ ଫିଲ୍ମ ଟିମ୍ ପାଇଁ ଏକ ନୋଟ୍ ଲେଖିଛନ୍ତି ଆଉ କହିଛନ୍ତି, “ମୁଁ ଏହି ଫିଲ୍ମ ଦେଖିଛି। ବାହା! କି ଚମତ୍କାର ଫିଲ୍ମ। ନିର୍ଦ୍ଦେଶକ ନାଗ ଅଶ୍ୱିନ ଭାରତୀୟ ସିନେମାକୁ ଏକ ଭିନ୍ନ ସ୍ତରକୁ ନେଇଛନ୍ତି। ମୋର ପ୍ରିୟ ବନ୍ଧୁ ଅଶ୍ୱିନୀ ଦତ୍ତ, ପ୍ରଭାସ, କମଲ ହାସନ, ଦୀପିକା ପାଦୁକୋନ ଏବଂ 'କଲ୍‌କୀ ୨୮୯୮ ଏଡି' ଟିମ୍‌କୁ ହାର୍ଦ୍ଦିକ ଅଭିନନ୍ଦନ। ପାର୍ଟ ୨ ପାଇଁ ଉତ୍ସାହର ସହିତ ଅପେକ୍ଷା। ଭଗବାନ ମଙ୍ଗଳ କରନ୍ତୁ।”

Advertisment

ରିଲିଜ୍ ହେବା ପରଠାରୁ 'କଲ୍‌କୀ ୨୮୯୮ ଏଡି' ହେଡ୍‌ଲାଇନ୍‌ରେ ରହିଛି। ସିନେମାଟୋଗ୍ରାଫି, ଚିତ୍ରନାଟ୍ୟ, ଚଳଚ୍ଚିତ୍ରର ସଂଳାପ ଏବଂ ବିଶେଷକରି ପ୍ରଭାସ ଏବଂ ଅମିତାଭଙ୍କ ମଧ୍ୟରେ ଫାଇଟ୍ ସିନ୍‌ ଲୋକଙ୍କ ହୃଦୟ ଜିତୁଛି। ଏହି ଫିଲ୍ମକୁ ମଧ୍ୟ ଏସ୍ ରାଜାମୌଲି, ୟଶ, ବିଜୟ ଦେବରକୋଣ୍ଡା, ଋଷଭ ଶେଟ୍ଟୀ, ନାଗାର୍ଜୁନ, ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ଅନ୍ୟମାନଙ୍କ ଦ୍ୱାରା ପ୍ରଶଂସା କରାଯାଇଛି।

Advertisment

ତେବେ 'କଲ୍‌କୀ ୨୮୯୮ ଏଡି' ଫିଲ୍ମରେ ଅଶ୍ୱତ୍‌ଥମା ଭୂମିକାରେ ଅଭିନୟ କରିଥିବା ଅମିତାଭ ବଚ୍ଚନ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର 'କଲ୍‌କୀ'ଙ୍କୁ ଅପେକ୍ଷା କରିଛନ୍ତି। ରିପୋର୍ଟ ଅନୁଯାୟୀ, 'କଲ୍‌କୀ ୨୮୯୮ ଏଡି' ତେଲୁଗୁ ଭାଷାରେ ସର୍ବାଧିକ ସଂଗ୍ରହ କରିଛି। ଏହି ଚଳଚ୍ଚିତ୍ର ତେଲୁଗୁ ଭାଷାରେ ୧୨୬.୯ କୋଟି ଟଙ୍କା ଆୟ କରିଥିବାବେଳେ ହିନ୍ଦୀରେ ୭୨.୫ କୋଟି ଟଙ୍କା ଆୟ କରିଛି। ଚଳଚ୍ଚିତ୍ରଟି ଏହାର ଉଦ୍‌ଘାଟନୀ ଦିନରେ ରେକର୍ଡ ଭାଙ୍ଗିଛି।| ପ୍ରଥମ ଦିନରେ ଫିଲ୍ମ' ବିଶ୍ୱ ବକ୍ସ ଅଫିସରେ ୧୯୧ କୋଟି ଟଙ୍କା ରୋଜଗାର କରିଛି।

Deepika Padukone Prabhas Amitabh Bachchan Rajnikanth South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ