Advertisment

Jailer: 'ଜେଲର' ସଫଳତା ପରେ ଚିନ୍ତାରେ ରଜନୀକାନ୍ତ, କହିଲେ କାରଣ…

'ଜେଲର'ର ସୁପର-ଡୁପର ହେଲା ପରେ ସାଉଥ୍ ଇଣ୍ଡଷ୍ଟ୍ରୀ ପୂରା ଖୁସି। ଏହା କିନ୍ତୁ ରଜନୀକାନ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି। ଫିଲ୍ମକୁ ନେଇ ସମସ୍ତେ ଖୁସି ମନଉଥିବା ବେଳେ ରଜନୀକାନ୍ତଙ୍କ ନିଦ ହଜିଯାଇଛି, ସେ ଏବେ ଡରରେ ଅଛନ୍ତି ବୋଲି କହିଛନ୍ତି। ହେଲେ କାହିଁକି…

Rajinikanth is fear and worried after success of jailer

Rajinikanth is fear and worried after success of jailer

Advertisment

ଅଗଷ୍ଟ ୧୦ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଜେଲର'ର ସୁପର-ଡୁପର ସଫଳତା ପରେ ମେଗାଷ୍ଟାର ରଜନୀକାନ୍ତଙ୍କ ନିଦ ହଜିଯାଇଛି। ଚିନ୍ତା ଏତେ ବଢିଯାଇଛି ଯେ ସେ ରାତିରେ ଶୋଇପାରୁ ନାହାଁନ୍ତି। ସେ ଏ କଥା ନିଜେ କହିଛନ୍ତି। ନିକଟରେ 'ଜେଲର'ର ସକ୍‌ସେସ୍ ମିଟ୍‌ରେ ରଜନୀକନ୍ତ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି।

Advertisment

ତେବେ 'ଜେଲର'ର ସଫଳତା ପରେ ସେ କାହିଁକି ଡରୁଛନ୍ତି ବୋଲି ସେ କହିଛନ୍ତି। ଏହା ସହିତ ସେ ତାଙ୍କ ଚଳଚ୍ଚିତ୍ରକୁ ହାରାହାରି ବୋଲି କହିବା ସହ ଏହି ଚଳଚ୍ଚିତ୍ର ସହିତ ଜଡିତ କ୍ୟାମେରା ମ୍ୟାନ୍ ଏବଂ ଟେକ୍ନିସିଆନ୍ ଟିମ୍‌କୁ ଖୁବ୍ ପ୍ରଶଂସା କରିଛନ୍ତି।

ସକ୍‌ସେସ୍ ମିଟ୍‌ରେ ମେଗାଷ୍ଟାର ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ବାଶା'ର ଦିନଗୁଡ଼ିକୁ ମନେପକେଇଛନ୍ତି। ଏହି ଚଳଚ୍ଚିତ୍ର ୧୯୯୫ରେ ମୁକ୍ତିଲାଭ କରିଥିଲା। ସେହିବର୍ଷ ତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ଦମଦାର ରୋଜଗାର କରି ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହି ବ୍ଲକ୍‌ବଷ୍ଟର୍‌ ଫିଲ୍ମ ଯୋଗୁଁ ରଜନୀକାନ୍ତଙ୍କ ଷ୍ଟାର୍‌ଡମ୍ ପୂରା ଆକାଶଛୁଆଁ ହୋଇଥିଲା।

Advertisment

ବର୍ତ୍ତମାନ, 'ବାଶା'ର ୨୮ ବର୍ଷ ପରେ, ତାଙ୍କ ଚଳଚ୍ଚିତ୍ର ‘ଜେଲର୍’ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଛି। ଏଭଳି ପରିସ୍ଥିତିରେ ସେ ଏଇଥିପାଇଁ ଚିନ୍ତାରେ ପଡିଯାଇଛନ୍ତି ଯେ ସେ ଆଉ କେବେ ଏବଂ କିପରି ଏଭଳି ସମାନ ଧରଣର ଫିଲ୍ମ ଦେବେ।

ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ କହିଛନ୍ତି ଯେ ଫିଲ୍ମ ‘ଜେଲର’ର ଅତୁଳନୀୟ ସଫଳତା ପରେ ସେ ମାତ୍ର ପାଞ୍ଚ ଦିନ ଖୁସି ହୋଇଥିଲେ। ସେ କହିଛନ୍ତି, “ଫିଲ୍ମର ସଫଳତା ପରେ ମୁଁ ସବୁବେଳେ ଏହି ଚିନ୍ତାରେ ରହୁଛି ଯେ ମୁଁ ଏହାଠାରୁ ବଡ ବା ଏହାର ବରାବର ଫିଲ୍ମ ଭବିଷ୍ୟତରେ କିପରି ହାସଲ କରିବି? ଏହା ଭାବି ଚିନ୍ତା ବଢିଯାଉଛି ଯେ ମୋର ଭବିଷ୍ୟତ ପ୍ରକଳ୍ପଗୁଡ଼ିକ ଏହିଭଳି ସମାନ ସଫଳତା ପାଇବ ନା ଏହାଠାରୁ ଅଧିକ ସଫଳତା ପାଇବ? ମୁଁ ପ୍ରକୃତରେ ବହୁତ ଡରିଯାଇଛି।”

Advertisment

ଏହା ସହିତ ରଜନୀକାନ୍ତ ଫିଲ୍ମ ‘ଜେଲର’ର ସଂଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚାନ୍ଦରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ “ପୁନଃରେକର୍ଡିଂ ପୂର୍ବରୁ ଫିଲ୍ମ ହାରାହାରି ଥିଲା କିନ୍ତୁ ଅନିରୁଦ୍ଧଙ୍କ ସଙ୍ଗୀତ ଏହି ଚଳଚ୍ଚିତ୍ରକୁ ଏକ ବ୍ଲକବଷ୍ଟର କରିଦେଲା।”

ତେବେ ଅନିରୁଦ୍ଧ ଯେଉଁଭଳି ଭାବରେ ଫିଲ୍ମକୁ ଉଠାଇଥିଲେ ତାହା 'ମାଇ ଗଡ୍' ଥିଲା। ମେକଅପ୍ ପରେ ସେ ‘ଜେଲର’କୁ ପୂରା ନୂଆ କନ୍ୟା ପରି ବଦଳେଇଦେଲେ। ଏହା ପରେ ରଜନୀକାନ୍ତ ‘ଜେଲର’ରେ କାମ କରିଥିବା ସମସ୍ତ ଟିମ୍‌କୁ ପ୍ରଶଂସା କରିଥିଲେ ଏବଂ ଏପରି ଏକ ଚମତ୍କାର ଚଳଚ୍ଚିତ୍ର ନିର୍ମାଣ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।

Rajnikanth South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ