Advertisment

‘ଜେଲର’ର ସଫଳତା ପରେ ରଜନୀକାନ୍ତଙ୍କୁ ମିଳିଲା ଦାମୀ କାର୍‌ ଏବଂ ଏତେ କୋଟି ଟଙ୍କା

‘ଜେଲର’ ମାଧ୍ୟମରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି ରଜନୀକାନ୍ତ। କାରଣ ଏହାର ଲାଭାଂଶ ବିଷୟରେ କହିବାକୁ ଗଲେ ରଜନୀକାନ୍ତଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୦ କୋଟି ଟଙ୍କା ମିଳିଛି। ଖାଲି ଯେ ଟଙ୍କା ନୁହେଁ, ବର୍ତ୍ତମାନ ଫିଲ୍ମର ନିର୍ମାତା ଫିଲ୍ମର ସଫଳତାରେ ଖୁସି ହୋଇ ଅଭିନେତାଙ୍କୁ BMW X7 କାର୍‌ ଉପହାର ଦେଇଛନ୍ତି।

ଅଦ୍ୟତନ ହୋଇଛି
Rajinikanth gets BMW car from ‘Jailer’ producer and highest fee

Rajinikanth gets BMW car from ‘Jailer’ producer and highest fee

Advertisment

ରଜନୀକାନ୍ତଙ୍କ ‘ଜେଲର’ ଏକ ବ୍ଲକବଷ୍ଟର ହିଟ୍ ହୋଇଛି। ଏହି ଚଳଚ୍ଚିତ୍ର ୨୦ ଦିନରେ ୬୦୦ କୋଟି ଟଙ୍କା ରୋଜଗାର କରି ଇତିହାସ ସୃଷ୍ଟିକରିଛି। ସିନେପ୍ରେମୀଙ୍କ ମଧ୍ୟରେ ଏବେ ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା। ଅଗଷ୍ଟ ୧୦ରେ ପ୍ରେକ୍ଷାଳୟକୁ ଆସିଥିବା ଫିଲ୍ମର ହ୍ୟାଙ୍ଗଓଭର ଏବେବି ଲୋକଙ୍କ ମୁଣ୍ଡରେ ରହିଛି।

Advertisment

ରଜନୀକାନ୍ତ ମଧ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି ବୋଲି କୁହାଯାଉଛି। କାରଣ ଏହାର ଲାଭାଂଶ ବିଷୟରେ କହିବାକୁ ଗଲେ ରଜନୀକାନ୍ତଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୦ କୋଟି ଟଙ୍କା ମିଳିଛି। ଖାଲି ଯେ ଟଙ୍କା ନୁହେଁ, ବର୍ତ୍ତମାନ ଫିଲ୍ମର ନିର୍ମାତା ଫିଲ୍ମର ସଫଳତାରେ ଖୁସି ହୋଇ ଅଭିନେତାଙ୍କୁ BMW X7 କାର୍‌ ଉପହାର ଦେଇଛନ୍ତି।

ଖବର ମୁତାବକ, ଫିଲ୍ମର ନିର୍ମାତା କାଲାନିଥି ମାରାନ ବର୍ତ୍ତମାନ ରଜନୀକାନ୍ତଙ୍କୁ ୧୦୦ କୋଟି ଟଙ୍କାର ଏକ ଚେକ୍ ଦେଇଥିବା କଥା କୁହାଯାଉଥିବାବେଳେ ଅଭିନେତାଙ୍କୁ ପୂର୍ବରୁ ୧୧୦କୋଟିର ଚେକ୍ ଦିଆଯାଇଥିଲା। ଏହିପରି ଭାବରେ ରଜନୀକାନ୍ତ ‘ଜେଲର’ ପାଇଁ ମୋଟ ୨୧୦ କୋଟି ଟଙ୍କା ନେଇସାରିଛନ୍ତି।

Advertisment

ଏହା ବ୍ୟତୀତ ସନ୍ ପିକଚର୍ସ ତରଫରୁ ଏକ ଚମତ୍କାର ବିଳାସପୂର୍ଣ୍ଣ କାର୍‌ ମଧ୍ୟ ତାଙ୍କୁ ଉପହାର ଦିଆଯାଇଛି। ସନ୍ ପିକଚର୍ସ ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ସମୟର ଏକ ଫଟୋ ଶେୟାର କରିଛି। ଏଥିରେ କାଲାନିଥି, ରଜନୀକାନ୍ତଙ୍କୁ ଚେକ୍ ଦେଉଥିବାର ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହା ସହିତ ସନ୍ ପିକ୍‌ଚର୍ସ ମଧ୍ୟ ଏହାକୁ ନେଇ ଏକ ଭିଡିଓ ଶେୟାର କରିଛି। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି, “‘ଜେଲର୍‌’ର ସଫଳତାର ଉତ୍ସବ ଜାରି ରହିଛି। ଆମେ ରଜନୀକାନ୍ତଙ୍କୁ ଅନେକ କାର୍ ମଡେଲ୍ ଦେଖାଇଥିଲୁ, ସେଥିମଧ୍ୟରୁ ମିଷ୍ଟର କାଲାନିଥି BMW X7 ର ଚାବି ତାଙ୍କୁ ହସ୍ତାନ୍ତର କରିଥିଲେ ଯାହାକୁ ନିଜେ ସୁପରଷ୍ଟାର ବାଛିଥିଲେ।

Advertisment

ଅନ୍ୟପକ୍ଷରେ, ଏହି ଫଟୋ ଶେୟାର କରି ସାଉଥ୍ ଚଳଚ୍ଚିତ୍ର ବାଣିଜ୍ୟ ବିଶେଷଜ୍ଞ ମନୋବାଲା ବିଜୟବାଲାନ ଏକ ବଡ଼ ଦାବି କରିଛନ୍ତି। ସେ ଲେଖିଛନ୍ତି, “ଖବର ମିଳିଛି ଯେ ‘ଜେଲର’ର ନିର୍ମାତା ରଜନୀକାନ୍ତଙ୍କୁ ୧୦୦ କୋଟିର ଚେକ୍‌ ପ୍ରଦାନ କରିଛନ୍ତି। ଏହା ହେଉଛି ‘ଜେଲର’ର ଲାଭାଂଶ। ଏହା ସହ ରଜନୀକାନ୍ତ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି।”

‘ଜେଲର’ର ରୋଜଗାରକୁ ନେଇ କହିଲେ ଏହା ଗଲ୍ଫ କୋଅପରେସନ କାଉନ୍‌ସିଲ୍ ରିଜନ୍‌ରେ ସର୍ବାଧିକ ଆୟ କରିଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ହୋଇଯାଇଛି। KGF-2 ଏବଂ ବାହୁବଲୀ -୨ ଏହି ତାଲିକାର ଶୀର୍ଷରେ ଅଛି। ଅଗଷ୍ଟ ୧୦ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗିସାରିଲାଣି।

Rajnikanth Tollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ