Advertisment

ସାମ୍ନାକୁ ଆସିଲେ ଆଉ ଜଣେ ରଜନୀକାନ୍ତ, ଅଭିନୟ ଆଶ୍ଚର୍ଯ୍ୟଜନକ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ ପରି ଦେଖାଯାଉଛନ୍ତି। ଖାଲି ସେତିକି ନୁହେଁ, ଏହା ମଧ୍ୟ ଆହୁରି ଆଶ୍ଚର୍ଯ୍ୟଜନକ ଯେ ସେ ମଧ୍ୟ ଅବିକଳ ରଜନୀକାନ୍ତଙ୍କ ପରି ଚାଲୁଛନ୍ତି।

Rajinikanth doppelganger

Rajinikanth doppelganger

Advertisment

ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କର ଜବରଦସ୍ତ ପ୍ରଶଂସକ ଅଛନ୍ତି। ରଜନୀକାନ୍ତଙ୍କ କ୍ରେଜ୍‌ ସିନେମାଠାରୁ ଆରମ୍ଭ କରି ବାସ୍ତବ ଜୀବନ ପର୍ଯ୍ୟନ୍ତ ଦେଖାଯାଏ। ଯେତେବେଳେ ବି ତାଙ୍କର ଗୋଟିଏ ଫିଲ୍ମ ରିଲିଜ୍ ହୁଏ, ପ୍ରେକ୍ଷାଳୟରେ ଏକ ଉତ୍ସବର ପରିବେଶ ଦେଖାଯାଏ। ଅନେକ ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ରଜନୀକାନ୍ତ ବା ଥଲାଇଭାଙ୍କୁ ଅନୁସରଣ କରନ୍ତି, ଯେଉଁମାନେ ତାଙ୍କ ପରି ଷ୍ଟାଇଲ୍ କରନ୍ତି ଏହା ସହିତ ତାଙ୍କ ଭାଳି ଚାଲି ମଧ୍ୟ କରିବାକୁ ଚେଷ୍ଟା କରନ୍ତି।

Advertisment

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ ପରି ଦେଖାଯାଉଛନ୍ତି। ଖାଲି ସେତିକି ନୁହେଁ, ଏହା ମଧ୍ୟ ଆହୁରି ଆଶ୍ଚର୍ଯ୍ୟଜନକ ଯେ ସେ ମଧ୍ୟ ଅବିକଳ ରଜନୀକାନ୍ତଙ୍କ ପରି ଚାଲୁଛନ୍ତି। ଯିଏ ତାଙ୍କୁ ଦୂରରୁ ଦେଖି ସେ ତାଙ୍କୁ ରଜନୀକାନ୍ତ ଭାବିବାକୁ ବାଧ୍ୟହେବ।

ଏହି ଭିଡିଓଟି ragava_vignesh_official ନାମକ ଇନଷ୍ଟାଗ୍ରାମ୍ ପେଜ୍‌ରୁ ଶେୟାର ହୋଇଥିବା ବେଳେ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ଅବିକଳ ରଜନୀକାନ୍ତଙ୍କ ଭଳି ପାଚିଲା ଦାଢି ରଖିଛନ୍ତି। ରଜନୀକାନ୍ତଙ୍କ ପରି ସାମ୍ନାରୁ ଚନ୍ଦା ଥିବା ବେଳେ ବ୍ୟକ୍ତି ଜଣକ ଡେନିମ୍ ଜିନ୍ସ ସହିତ ଏକ ବ୍ଲୁ ରଙ୍ଗର ସାର୍ଟ ପିନ୍ଧିଛନ୍ତି। ସେ ରଜନୀକାନ୍ତଙ୍କ ପରି ତରତର ହୋଇ ଚାଲିଯାଉଥିବା ବେଳେ ସତେଯେପରି ତାଙ୍କ ପ୍ରଶଂସକମାନଙ୍କୁ ନମସ୍କାର କରୁଛନ୍ତି।

Advertisment

ରଜନୀକାନ୍ତଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଏକୱାଡ୍‌। ୭୧ ବର୍ଷୀୟ ରଜନୀକାନ୍ତଙ୍କ ଶେଷ ରିଲିଜ୍ ଫିଲ୍ମ ‘ଅନ୍ନାତେ’ ଥିଲା। ଏହାର କାହାଣୀ ଦର୍ଶକଙ୍କ ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରିଥିଲା। ଏହି ଫିଲ୍ମରେ ରଜନୀକାନ୍ତଙ୍କ ସହ ନୟନତାରା ଓ କୀର୍ତ୍ତି ସୁରେଶ ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମଟି ଭାଇ-ଭଉଣୀଙ୍କ ସମ୍ପର୍କର ଏକ ଚମତ୍କାର କାହାଣୀ ଥିଲା। ଏହା ମଧ୍ୟ OTT ରେ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା।

Advertisment

ରଜନୀକାନ୍ତ ତାଙ୍କ ସ୍କୁଲ ଦିନରୁ ଅଭିନୟକୁ ଖୁବ୍ ଭଲ ପାଉଥିଲେ ଏବଂ ସେ ବିଦ୍ୟାଳୟରେ ମହାଭାରତରେ ଏକଲବ୍ୟ ଚରିତ୍ରରେ ଅଭିନୟ ମଧ୍ୟ କରିଥିଲେ। ଫିଲ୍ମ ଦୁନିଆଁରେ ପାଦ ଦେବା ପୂର୍ବରୁ ରଜନୀକାନ୍ତ ବାଙ୍ଗାଲୋର ପରିବହନ ସେବାରେ ବସ୍ କଣ୍ଡକ୍ଟର ଭାବରେ କାମ କରୁଥିଲେ। ଏହି ସମୟ ମଧ୍ୟରେ ସେ ଥିଏଟର ସହିତ ମଧ୍ୟ ଜଡିତ ଥିଲେ। ନିର୍ଦ୍ଦେଶକ କେ. ବାଲାଚନ୍ଦରଙ୍କ ପରାମର୍ଶରେ ସେ ତାମିଲ ଶିକ୍ଷା କରିଥିଲେ ଏବଂ ତାଙ୍କ ଫିଲ୍ମରେ ଅଭିନୟ କରିଥିଲେ। ଏମିତି ଅଭିନୟ କରୁ କରୁ ସେ ଦକ୍ଷିଣର ସୁପର୍‌ଷ୍ଟାର୍‌ ହୋଇଗଲେ।

Rajinikanth Bollywood Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ