Advertisment

ବଢିଲା ରଜନୀକାନ୍ତଙ୍କ ଚାର୍ଜ; ହେଲେ ଏସିଆର ସବୁଠାରୁ ମହଙ୍ଗା ଷ୍ଟାର୍!

ସୁପର୍‌ଷ୍ଟାର୍‌ ରଜନୀକାନ୍ତ ତାଙ୍କ ଆଗାମୀ ଫିଲ୍ମ ପାଇଁ ଫିସ୍ ବଢେଇଛନ୍ତି। ସେ ଯେତିକି ଚାର୍ଜ କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ସୂଚନା ଯଦି ସତ ହୋଇଥାଏ ତେବେ ରଜନୀକାନ୍ତ ଇତିହାସ ସୃଷ୍ଟି କରିଛନ୍ତି, କାରଣ ଏହି ଫି’ ତାଙ୍କୁ ଏସିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବରେ ପରିଣତ କରିଛି।

ଅଦ୍ୟତନ ହୋଇଛି
rajinikanth charging 250 crores for lokesh kanagaraj film

rajinikanth charging 250 crores for lokesh kanagaraj film

Advertisment

ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଦରବାର, ପେଟା, 2.0, ଚନ୍ଦ୍ରମୁଖୀ, କାଲା ଭଳି ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା। ଚଳିତ ବର୍ଷ ୨୦୨୩ ମସିହାରେ ତାଙ୍କ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ହୋଇଗଲା। ବର୍ତ୍ତମାନ ଖବର ଆସିଛି ଯେ ରଜନୀକାନ୍ତ ଏସିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି, ଏହାର କାରଣ ହେଉଛି ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ତାଙ୍କର ମହଙ୍ଗା ଫିସ୍। ଏହା ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ସୁପରଷ୍ଟାର ରଜନୀକାନ୍ତଙ୍କ ହାତରେ ଏବେ ଦୁଇଟି ରୋମାଞ୍ଚକର ପ୍ରୋଜେକ୍ଟ ଅଛି ଏବଂ ସେଥିମଧ୍ୟରୁ ଗୋଟିଏ ଲୋକେଶ କନଗରାଜଙ୍କ ସହିତ। ଏହାର ଟାଇଟଲ୍ ହେଉଛି 'ଥାଲାଇଭର୍ ୧୭୧', ଯେଉଁଠାରୁ ସୁପରଷ୍ଟାରଙ୍କ ଫି ସମ୍ବନ୍ଧୀୟ ସୂଚନା ପ୍ରକାଶ ପାଇଛି।

ଏହି କଥାକୁ ଯଦି ବିଶ୍ୱାସ କରାଯାଏ, ତେବେ ସୁପର୍‌ଷ୍ଟାର୍‌ 'ଥାଲାଇଭର୍ ୧୭୧' ପାଇଁ ୨୬୦-୨୮୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଏହି ସୂଚନା ଯଦି ସତ ହୋଇଥାଏ ତେବେ ରଜନୀକାନ୍ତ ଇତିହାସ ସୃଷ୍ଟି କରିଛନ୍ତି କାରଣ ଏହି ଫି’ ତାଙ୍କୁ ଏସିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବରେ ପରିଣତ କରିଛି।

Advertisment

ତେବେ ରଜନୀକାନ୍ତ ଏସୀୟ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିବା ଏହା ପ୍ରଥମ କଥା ନୁହେଁ। ଏହାପୂର୍ବରୁ ସେ ଜ୍ୟାକି ଚୈନଙ୍କ ଫିସ୍‌କୁ ପଛରେ ପକେଇ ଆଗକୁ ଯାଇଥିଲେ।

‘ଥାଲାଇଭର୍ ୧୭୧’ ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ହେଉଛି, ଯାହା ରଜନୀକାନ୍ତଙ୍କ ‘ଜେଲର୍’କୁ ମଧ୍ୟ ନିର୍ମାଣ କରିଥିଲା। ‘ଜେଲର’ ବିଷୟରେ କହିବାକୁ ଗଲେ, ୨୨୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ବ୍ଲକ୍‌ବଷ୍ଟର ଚଳଚ୍ଚିତ୍ର ୬୦୫ କୋଟି ଟଙ୍କା ରୋଜଗାର କରିଛି, ଯାହା ଏକ ଭଲ ରୋଜଗାର ବୋଲି ପ୍ରମାଣିତ ହୋଇଛି। କେବଳ ଏତିକି ନୁହେଁ, ଏହା OTT ରେ ମଧ୍ୟ ଲୋକପ୍ରିୟ ହୋଇଥିଲା।

Advertisment
Rajnikanth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ