Advertisment

ରିଲିଜ୍ ହେଲା ରଜନୀକାନ୍ତଙ୍କ ନୂଆ ଫିଲ୍ମର ଟିଜର; ୭୩ ବର୍ଷରେ ଦମଦାର ଆକ୍ସନ୍; ସୁନା ଚେନ୍‌ରେ ମାଡ଼

ଭାରତୀୟ ସିନେମାର ସବୁଠାରୁ ଦାମୀ ଅଭିନେତାଙ୍କ ମଧ୍ୟରେ ପ୍ରଭାସଙ୍କ ନାମ ଏକ ନମ୍ବରରେ ରହିଛି, ଯିଏ ବାହୁବଲୀ ପରେ ତାଙ୍କ ଫିସ୍‌କୁ ବହୁଗୁଣିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏମିତି ଜଣେ ଷ୍ଟାର୍‌ଙ୍କ ନାଁ ସାମ୍ନାକୁ ଆସିଛି ଯିଏ ସମସ୍ତଙ୍କ ଅପେକ୍ଷା ସବୁଠାରୁ ମହଙ୍ଗା। ସେ ହେଲେ ରଜନୀକାନ୍ତ।

ଅଦ୍ୟତନ ହୋଇଛି
Rajinikanth at age of 73 action avatar in coolie teaser release

Rajinikanth at age of 73 action avatar in coolie teaser release

Advertisment

ଭାରତୀୟ ସିନେମାର ସବୁଠାରୁ ଦାମୀ ଅଭିନେତାଙ୍କ ମଧ୍ୟରେ ପ୍ରଭାସଙ୍କ ନାମ ଏକ ନମ୍ବରରେ ରହିଛି, ଯିଏ ବାହୁବଲୀ ପରେ ତାଙ୍କ ଫିସ୍‌କୁ ବହୁଗୁଣିତ କରିଥିଲେ। ତା’ପରେ ମହଙ୍ଗା ଅଭିନେତାମାନଙ୍କ ମଧ୍ୟରେ ଶାହରୁଖ ଏବଂ ସଲମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ମଝିରେ ‘ଲିଓ’ ଷ୍ଟାର୍ ଥାଲାପତି ବିଜୟଙ୍କୁ ଭାରତୀୟ ସିନେମାର ମହଙ୍ଗା ଅଭିନେତା କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ଏମିତି ଜଣେ ଷ୍ଟାର୍‌ଙ୍କ ନାଁ ସାମ୍ନାକୁ ଆସିଛି ଯିଏ ସମସ୍ତଙ୍କ ଅପେକ୍ଷା ସବୁଠାରୁ ମହଙ୍ଗା।

Advertisment

ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ତାଙ୍କର କୌଣସି ବିଶେଷ ଉଚ୍ଚତା ନାହିଁ କି ସେ ଗୋରା ବି ନୁହଁନ୍ତି, ସେ ହ୍ୟାଣ୍ଡସମ୍ ମଧ୍ୟ ନୁହଁନ୍ତି। ତଥାପି, ସେ ହିରୋ । ଯେଉଁ ବୟସରେ ଏକ ମୁଖ୍ୟ ଭୂମିକା ଭାବରେ ପରଦାରେ ରାଜ କରୁଛନ୍ତି ସେତେବେଳେ ଅନେକ ବରିଷ୍ଠ ତାରକା ଅବସର ଗ୍ରହଣ କଲେଣି କିମ୍ବା ସହାୟକ ଭୂମିକାରେ ଅଭିନୟ କରିବା ଆରମ୍ଭ କଲେଣି।

ଏଠାରେ ଯେଉଁ ଅଭିନେତାଙ୍କ କଥା କୁହାଯାଉଛି ସେ କେବଳ ଗୋଟିଏ ନୁହେଁ ଅନେକ ଭାଷାର ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ହିନ୍ଦୀରୁ ସାଉଥ୍ ପର୍ଯ୍ୟନ୍ତ ନିଜ ଅଭିନୟ ପାଇଁ ଜଣାଶୁଣା ଏବଂ ବର୍ତ୍ତମାନ ସେ ଏକ ଫିଲ୍ମରେ କାମ କରୁଛନ୍ତି ଯାହାର ଟାଇଟଲ୍ ଅମିତାଭ ବଚ୍ଚନଙ୍କ ୧୯୮୩ ବ୍ଲକବଷ୍ଟର ଫିଲ୍ମ ସହିତ ସମାନ ଏବଂ ସେ ହେଉଛନ୍ତି ଥାଲାଇଭର୍ ଅର୍ଥାତ୍ ରଜନୀକାନ୍ତ।

Advertisment

ରଜନୀକାନ୍ତ ଆଜିର ସମୟର ସବୁଠାରୁ ମହଙ୍ଗା ତାରକା ହୋଇପାରିଛନ୍ତି। ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ୨୮୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଯଦି ସେ ଏହି ଫିସ୍‌ ପାଇବେ, ତେବେ ତାଙ୍କୁ କେବଳ ଦେଶରେ ନୁହେଁ ଏସିଆର ସବୁଠାରୁ ଦାମୀ ଷ୍ଟାର୍‌ କୁହାଯିବ। ନିକଟରେ ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ତାଙ୍କ ଚଳଚ୍ଚିତ୍ରର ଟାଇଟଲ୍ ଘୋଷଣା କରିଛନ୍ତି ଯାହାର ନାମ ‘କୁଲି’।

୭୩ ବୟସରେ ତାଙ୍କର ଆକ୍ସନ ଏପରି ଯେ ହଲ୍‌ରୁ ସିଟ୍ ଛାଡିବା କଷ୍ଟକର ହୋଇଯିବ। ପୂର୍ବରୁ ରିଲିଜ୍ ହୋଇଥିବା ରଜନୀକାନ୍ତଙ୍କ ‘ଜେଲର୍’ ବକ୍ସ ଅଫିସ୍‌ରେ କମାଲ କରିଥିଲା। ଏହା ପରେ ପ୍ରଶଂସକମାନେ କେବଳ ତାଙ୍କ ଫିଲ୍ମକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ରଜନୀକାନ୍ତଙ୍କ ୧୭୧ତମ ଚଳଚ୍ଚିତ୍ର ‘କୁଲି’ର ଟିଜର ରିଲିଜ୍ ହୋଇଛି।

Advertisment

ଏଥର ରଜନୀକାନ୍ତ ଲୁହା ନୁହେଁ ବରଂ ଏକ ସୁନା ଚେନ୍‌ରେ ଶତ୍ରୁମାନଙ୍କୁ ଉଚିତ ଜବାବ ଦେବାକୁ ଯାଉଛନ୍ତି। ତାଙ୍କର ଆକ୍ସନ୍ ଅବତାର ଏହି ଟାଇଟଲ୍ ଟିଜର୍‌ରେ ଦେଖିବାକୁ ମିଳେ। ‘କୁଲି’ ହେଉଛି ରଜନୀକାନ୍ତଙ୍କ ଆକ୍ସନ୍ ଫିଲ୍ମ ଏବଂ ଏହାର ଟାଇଟଲ୍ ଟିଜର୍‌ରୁ ଏହା ସୂଚିତ ହୁଏ। ଏହି ଟିଜର୍‌ରେ ଦେଖିବାକୁ ମିଳେ ଯେ କିଛି ଲୋକ ସୁନା ଚୋରା ଚାଲାଣକାରୀ ଏବଂ ସେମାନେ ଜାଣିବାକୁ ପାଆନ୍ତି ଯେ କେହି ଜଣେ ଅଜଣା ବ୍ୟକ୍ତି ସେମାନଙ୍କ ସ୍ଥାନକୁ ଆସିଛି। ସେହି ବ୍ୟକ୍ତି ରଜନୀକାନ୍ତ ହୋଇଥିବା ବେଳେ ସେ ସେମାନଙ୍କୁ ଉଚିତ ଶିକ୍ଷା ଦେଉଛନ୍ତି।

ଏଥିରେ ରଜନୀକାନ୍ତଙ୍କୁ ତାଙ୍କର ଚିର-ପରିଚିତ ଷ୍ଟାଇଲ୍‌ରେ ଦେଖିବାକୁ ମିଳେ। ସେ ପୂରା ଷ୍ଟାଇଲ୍ ଏବଂ ସ୍ୱାଗ୍ ସହିତ ଆକ୍ସନ୍ ପ୍ରଦର୍ଶନ କରୁଥିବା ଦେଖାଯାଏ ଏବଂ ଶେଷରେ ତାଙ୍କର ‘କୁଲି’ ବ୍ୟାଜ୍ ମଧ୍ୟ ଦେଖାଯାଏ। ଲୋକେଶ କନଗରାଜଙ୍କ ପୂର୍ବ ଚଳଚ୍ଚିତ୍ର ଥିଲା ‘ବିକ୍ରମ’ ଏବଂ ‘ଲିଓ’ ଯାହା ଏକ ସୁପର୍‌ହିଟ୍ ହୋଇଥିଲା। ‘କୁଲି’ର ସଙ୍ଗୀତକାର ହେଉଛନ୍ତି ଅନିରୁଦ୍ଧ ରବିଚନ୍ଦର୍। ଫିଲ୍ମର ବାକି ଷ୍ଟାର୍‌ କା୍‌ଷ୍ଟ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

Bollywood Rajnikanth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ