Advertisment

ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରୁଥିଲେ ଶିଳ୍ପାଙ୍କ ସ୍ୱାମୀ, ଏମିତି ଧରାପଡ଼ିଲେ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ଗତକାଲି ରାତିରେ ମୁମ୍ବାଇରୁ ଗିରଫ କରାଯାଇଛି। ପାଖାପାଖି ୩ ଘଣ୍ଟାର ଜେରା ପରେ ରାତି ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା।

ଅଦ୍ୟତନ ହୋଇଛି
ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରୁଥିଲେ ଶିଳ୍ପାଙ୍କ ସ୍ୱାମୀ, ଏମିତି ଧରାପଡ଼ିଲେ

shilpa shetty and her husband

Advertisment

ମୁମ୍ବାଇ(ସୁରେଶ ଦାସ): ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ଗତକାଲି ରାତିରେ ମୁମ୍ବାଇରୁ ଗିରଫ କରାଯାଇଛି। ପାଖାପାଖି ୩ ଘଣ୍ଟାର ଜେରା ପରେ ରାତି ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା।  କ୍ରାଇମ ବ୍ରାଞ୍ଚର ସୂଚନା ଅନୁସାରେ, ରାଜ୍‌ କୁନ୍ଦ୍ରା ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ପାଇଁ ଟଙ୍କା ଇନ୍‌ଭେଷ୍ଟ୍‌ କରୁଥିଲେ। ପର୍ଣ୍ଣୋଗ୍ରାଫିକ ଫିଲ୍ମ ରାକେଟ୍‌ ମାମଲାରେ ଅଭିନେତ୍ରୀ ତଥା ମଡେଲ୍‌ ଗହନା ବଶିଷ୍ଠ ଗିରଫ ହେବା ପରେ ରାଜ୍‌ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା। 

Advertisment

କ୍ରାଇମ ବ୍ରାଞ୍ଚର କହିବା ଅନୁସାରେ, ୟୁକେରେ ରହୁଥିବା ରାଜ୍‌ କୁନ୍ଦ୍ରାଙ୍କ ସମ୍ପର୍କୀୟ ପ୍ରକାଶ ବକ୍ସି କେନରିନ ପ୍ରଡକ୍ସନ ହାଉସ୍‌ର ମାଲିକ। ୟୁକେରେ ଥିବା ଏହି କମ୍ପାନୀ ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ କରି ଏଜେଣ୍ଟଙ୍କ ମାଧ୍ୟମରେ ଏହାକୁ ବିକ୍ରି କରି ସେମାନଙ୍କ ନିକଟରୁ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଛି।ରାଜ୍‌ କୁନ୍ଦ୍ରା ଏହି କମ୍ପାନୀର ପାର୍ଟନର ଅଛନ୍ତି, ଯାହାର ଚେୟାରମ୍ୟାନ ପ୍ରକାଶ। ତେଣୁ ପରୋକ୍ଷ ଭାବେ କୁନ୍ଦ୍ରା ମଧ୍ୟ ଏହି କମ୍ପାନୀର ମାଲିକ ଓ ନିବେଶକ। ରାଜ୍‌ଙ୍କ ପୂର୍ବତନ ପିଏ ଉମେଶ କାମତ ଭାରତରେ ଏହି କମ୍ପାନୀର ପ୍ରତିନିଧିତ୍ୱ କରୁଥିଲେ।

Advertisment

୨୦୨୧ ଫେବୃଆରୀରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପର୍ଣ୍ଣୋଗ୍ରାଫିକ ଫିଲ୍ମ ସହ ଜଡ଼ିତ ଏକ ବଡ଼ ରାକେଟ୍‌ର ପର୍ଦ୍ଦାଫାସ କରିଥିଲା। ଉମେଶ କାମତ, ଗହନା ବଶିଷ୍ଠଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ପଚରାଉଚରା ପରେ ଜଣାଡ଼ିଥିଲା, ଅନ୍ତର୍ଜାତୀୟ ସ୍ତରରେ ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ପାଇଁ କେନରିନ ପ୍ରଡକ୍ସନ ହାଉସ୍‌ରୁ ଗହନା ଓ ଉମେଶଙ୍କୁ କାମ ମିଳୁଥିଲା। ଏହାକୁ କେନରିନ ପ୍ରଡକ୍ସନ ହାଉସ୍‌ ପଠା ଯାଉଥିଲା। ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ଶେଷ ହେବା ପରେ ଟଙ୍କା ସିଧାସଳଖ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପଠା ଯାଉଥିଲା। ସୋସିଆଲ ମିଡିଆ ଆପ୍‌ରେ ଏହିସବୁ ଫିଲ୍ମ ଅପଲୋଡ୍‌ କରାଯାଉଥିଲା। ପୂର୍ବରୁ ଗିରଫ ହୋଇଥିବା ଉମେଶଙ୍କୁ ପଚରାଉଚରା ପରେ ରାଜ୍‌ କୁନ୍ଦ୍ରାଙ୍କୁ ସୋମବାର ନୋଟିସ୍‌ କରାଯାଇଥିଲା। ଏହାପରେ ତାଙ୍କୁ ଜେରା କରାଯାଇଥିଲା ଓ ରାତି ୧୧ଟାରେ ଗିରଫ କରାଯାଇଥିଲା। 

ସୂଚନାଥାଉ କି, ପର୍ଣ୍ଣୋଗ୍ରାଫିକ୍ ଭିଡିଓ ମାମଲାରେ ଅଭିନେତ୍ରୀ ତଥା ମଡେଲ୍ ଗହନା ବଶିଷ୍ଠ(Gehana Vasisth)ଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପ୍ରପୋର୍ଟି ସେଲ୍ ଚଳିତ ବର୍ଷ ଫେବୃଆରୀରେ ଗିରଫ କରିଥିଲେ। ନିଜ ୱେବ୍‌ସାଇଟ୍‌ରେ ପର୍ଣ୍ଣ ଭିଡିଓ ଶୁଟ୍ ଓ ଏହାକୁ ଅପଲୋଡ୍‌ କରିବା ଅଭିଯୋଗରେ ଗହନାଙ୍କୁ ଗିରଫ କରାଯାଇଥିଲା। ଗହନା ୮୦ରୁ ଅଧିକ ଆପତ୍ତିଜନକ ଓ ଅଶ୍ଲୀଳ ଭିଡିଓ ଶୁଟ୍ କରି ଏହାକୁ ନିଜ ନିଜ ୱେବ୍‌ସାଇଟ୍‌ରେ ଅପଲୋଡ୍ କରିଥିଲେ। ଏହି ୱେବ୍‌ସାଇଟ୍‌ରୁ କଣ୍ଟେଣ୍ଟ୍ ନେବା ଲାଗି ପ୍ରଥମେ ସବ୍‌ସ୍କ୍ରିପସନ୍‌ କରିବାକୁ ପଡ଼ିଥାଏ।  ଯେଉଁ ଲୋକମାନେ ସବ୍‌ସ୍କ୍ରିପସନ୍‌ କରିଛନ୍ତି ସେମାନେ ୨,୦୦୦ ଟଙ୍କା ଦେଇଛନ୍ତି। ଏଭଳି ଭାବରେ ଗହନା ଓ ତାଙ୍କ ଟିମ୍ ଟଙ୍କା ରୋଜଗାର କରୁଥିଲେ ବୋଲି ଜଣାପଡ଼ିଥିଲା। ଏହି ୱେବ୍‌ସାଇଟ୍‌ ବିରୋଧରେ ୩ ଜଣ ଅଭିଯୋଗ କରିଥିଲେ। ପର୍ଣ୍ଣ ଫିଲ୍ମରେ କାମ କରିବା ଲାଗି ସେମାନଙ୍କୁ ବାଧ୍ୟ କରାଯାଉଥିଲା ବୋଲି ସେମାନେ ଅଭିଯୋଗ ଆଣିଥିଲେ।

Advertisment
Shilpa Shetty Raj Kundra Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ