Advertisment

Happy Birthday: କାହିଁକି ସଫଳ ହେଲାନି ରାଜ କପୁର ଓ ନର୍ଗିସ୍‌ଙ୍କ ପ୍ରେମ କାହାଣୀ

ଆଜି ବଡିଉଡ୍‌ର ଶୋମ୍ୟାନ୍ ରାଜ କପୁରଙ୍କ ଜନ୍ମଦିନ। ରାଜ କପୁରଙ୍କ ଚଳଚ୍ଚିତ୍ର କ୍ୟାରିୟର ବ୍ୟତୀତ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି। ରାଜ କପୁର ଏବଂ ନର୍ଗିସଙ୍କ ପ୍ରେମ କାହାଣୀ ସବୁଠୁ ଅଧିକ ଚର୍ଚ୍ଚାର ପରିସର ଭୁକ୍ତ। ଆସନ୍ତୁ ନଜର ପକେଇବା…

ଅଦ୍ୟତନ ହୋଇଛି
Raj kapoor First Meeting With Nargis

Raj kapoor first meeting with nargis

Advertisment

ବଲିଉଡର ଭେଟେରାନ୍ ଅଭିନେତା ତଥା ଶୋମ୍ୟାନ୍ ଭାବରେ ଜଣାଶୁଣା ରାଜ କପୁର ୧୪ ଡିସେମ୍ବର ୧୯୨୪ରେ ଜନ୍ମଗ୍ରହଣ କରିଥିଲେ। ରାଜ କପୁର ୫୦ ବର୍ଷ ଧରି ନିଜ କ୍ୟାରିୟରରେ କ୍ୟାମେରା ଆଗରେ ଏବଂ ପଛରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ। ଏଥିପାଇଁ ତାଙ୍କୁ ୩ଟି ଜାତୀୟ ପୁରସ୍କାର, ୧୧ଟି ଫିଲ୍ମଫେୟାର ଟ୍ରଫି, ପଦ୍ମ ଭୂଷଣ ଏବଂ ଦାଦାସାହେବ ଫାଲକେ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ରାଜ କପୁରଙ୍କ ଚଳଚ୍ଚିତ୍ର କ୍ୟାରିୟର ବ୍ୟତୀତ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି। ରାଜ କପୁର ଏବଂ ନର୍ଗିସଙ୍କ ପ୍ରେମ କାହାଣୀ ସବୁଠୁ ଅଧିକ ଚର୍ଚ୍ଚାର ପରିସର ଭୁକ୍ତ।

Advertisment

ରାଜ କପୁର ଏବଂ ନର୍ଗିସ୍ ଦତ୍ତ ପ୍ରଥମେ ୧୯୪୮ ରେ ସାକ୍ଷାତ ହୋଇଥିଲେ। ଉଭୟଙ୍କ ସାକ୍ଷାତର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଯେତେବେଳେ ନର୍ଗିସ୍ ଏବଂ ରାଜ କପୁର ପ୍ରଥମେ ସାକ୍ଷାତ ହୋଇଥିଲେ, ନର୍ଗିସ୍‌ଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। ସେତେବେଳେ ରାଜ କପୁରଙ୍କୁ ମାତ୍ର ୨୨ ବର୍ଷ। ନର୍ଗିସ୍ ଏହି ୨୦ ବର୍ଷରେ ୮ଟି ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ରାଜ କପୁର ତାଙ୍କ କ୍ୟାରିଅର୍ ଆରମ୍ଭ କରୁଥିଲେ।

ଅଧିକ ପଢ଼ନ୍ତୁ: ମା’ ନୀତୁ କପୁର କରିଦେଲେ ଏମିତି ଭୁଲ୍, ଅଡୁଆରେ ପଡିଲେ ରଣବୀର

ନର୍ଗିସ୍‌ଙ୍କୁ ଭେଟିବା ପର୍ଯ୍ୟନ୍ତ ରାଜ କପୁର କୌଣସି ଫିଲ୍ମର ନିର୍ଦ୍ଦେଶନା ଦେବାର ସୁଯୋଗ ପାଇ ନଥିଲେ। ରାଜ କପୁର ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ଏକ ଷ୍ଟୁଡିଓ ଖୋଜୁଥିଲେ। ସେ ଜାଣିବାକୁ ପାଇଲେ ଯେ ନର୍ଗିସଙ୍କ ମା’ ପ୍ରସିଦ୍ଧ ଷ୍ଟୁଡିଓରେ ‘ରୋମିଓ ଏବଂ ଜୁଲିଏଟ୍’ ସୁଟିଂ କରୁଛନ୍ତି। ସେ ଜାଣିବାକୁ ଚାହୁଁଥିଲେ କି ସେଠାରେ କେଉଁ ପ୍ରକାର ସୁବିଧା ଅଛି?

Advertisment

ଏହି ସଂପର୍କରେ ଯେତେବେଳେ ରାଜ କପୁର ତାଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ନର୍ଗିସ୍ ନିଜେ କବାଟ ଖୋଲିଥିଲେ। ସେ ରୋଷେଇ ଘରେ ପକୁଡି ଛାଣୁଥିବା ବେଳେ ସେ ଦୌଡିଆସି କବାଟ ଖୋଲିଥିଲେ। ଅଜାଣତରେ ସେ ନିଜ କେଶରେ ବେସନ ଲଗା ହାତକୁ ଲଗେଇଦେଲେ। ତାଙ୍କ ହାତରେ ଲାଗିଥିବା ବେସନ ଚୁଟିରେ ଲାଗିଗଲା। ନର୍ଗିସ୍‌ଙ୍କୁ ଏଭଳି ଅବସ୍ଥାରେ ଦେଖି ରାଜ କପୁର ଫିଦା ହୋଇଗଲେ ଆଉ ତାଙ୍କୁ ମନ ଦେଇ ବସିଲେ।

ସେତେବେଳେ, ରାଜ କପୁର ଏବଂ ନର୍ଗିସ୍ ଦତ୍ତଙ୍କ ଯୋଡିକୁ ପରଦାରେ ହେଉ କି ବାସ୍ତବ ଜୀବନରେ ଲୋକେ ବହୁତ ପସନ୍ଦ କରୁଥିଲେ। ଉଭୟଙ୍କ କେମେଷ୍ଟ୍ରୀ ଖୁବ ଚର୍ଚ୍ଚାରେ ଥିଲା। ଦୁହେଁ ୧୬ ଟି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ଏବଂ ନଅ ବର୍ଷ ପର୍ଯ୍ୟନ୍ତ ଏକ ହିଟ୍ ଯୋଡି ଥିଲେ।

Advertisment

ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଏକ ସାଧାରଣ ହୋଇଯାଇଥିଲା। ଲୋକମାନେ ଭାବୁଥିଲେ ଯେ ଉଭୟ ବିବାହ କରିବେ। କିନ୍ତୁ ସେମାନଙ୍କ ପ୍ରେମ ସଫଳ ହୋଇ ନଥିଲା। କୁହାଯାଏ ଯେ ଦିନେ ନର୍ଗିସ ଅନୁଭବ କଲେ ଯେ ରାଜ କପୁର ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଉ ନାହାନ୍ତି। ତେଣୁ ସେ ଦୂରେଇ ଗଲେ।

Bollywood Raj Kapoor Happy Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ