Advertisment

ରିସେପ୍ସନରେ ଜମେଇକି ନାଚିଲେ ରାହୁଲ ବୈଦ୍ୟ ଓ ଦିଶା ପରମାର

ଗାୟକ ରାହୁଲ ବୈଦ୍ୟ ଓ ଦିଶା ପରମାରଙ୍କ ବିବାହ ଶୁକ୍ରବାର (ଜୁଲାଇ ୧୬) ଧୁମ୍‌ଧାମ୍‌ରେ ହୋଇଯାଇଛି। ବିବାହ ବାନ୍ଧିହେବା ପରେ ଏହି ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଏକ ବିବାହ ରିସେପ୍ସନ୍ ଭୋଜି ଦେଇଥିଲେ, ଯେଉଁଥିରେ ନିମନ୍ତ୍ରିତ ଅତିଥି ଏବଂ ସାଙ୍ଗମାନଙ୍କ ସହିତ ବର-କନ୍ୟା ବହୁତ ମସ୍ତି କରିଥିଲେ।

ଅଦ୍ୟତନ ହୋଇଛି
ରିସେପ୍ସନରେ ଜମେଇକି ନାଚିଲେ ରାହୁଲ ବୈଦ୍ୟ ଓ ଦିଶା ପରମାର

Rahul-Disha

Advertisment

ଗାୟକ ରାହୁଲ  ବୈଦ୍ୟ ଓ ଦିଶା ପରମାରଙ୍କ ବିବାହ ଶୁକ୍ରବାର (ଜୁଲାଇ ୧୬) ଧୁମ୍‌ଧାମ୍‌ରେ ହୋଇଯାଇଛି। ବିବାହ ବାନ୍ଧିହେବା ପରେ ଏହି ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଏକ ବିବାହ ରିସେପ୍ସନ୍ ଭୋଜି ଦେଇଥିଲେ, ଯେଉଁଥିରେ ନିମନ୍ତ୍ରିତ ଅତିଥି ଏବଂ ସାଙ୍ଗମାନଙ୍କ ସହିତ ବର-କନ୍ୟା ବହୁତ ମସ୍ତି କରିଥିଲେ।

Advertisment

ଦିନବେଳେ ହୋଇଥିବା ଏହି ବିବାହରେ ଏକ ସିଲ୍‌ଭର ଓ ମିରର କାମର ଲାଲ୍ ରଙ୍ଗର୍ ଲେହେଙ୍ଗା ପରିଧାନ କରିଥିବା ଦିଶା ରିସେପ୍ସନରେ ଏକ ଇଣ୍ଡୋ ୱେଷ୍ଟର୍ଣ୍ଣ ଶାଢୀ ବାଛିଥିଲେ, ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ। ସେହିପରି ବର ସାଜିଥିବା ରାହୁଲ ବୈଦ୍ୟ ବିବାହ ବେଳେ ଗୋଲ୍ଡେନ୍ ରଙ୍ଗର ଏକ ପଗଡି, କ୍ରିମ୍ ରଙ୍ଗର ଏକେ ସେର୍‌ୱାନୀ ସହିତ ଏକ ଉତ୍ତରୀୟ ପକେଇଥିବା ବେଳେ ରିସେପ୍ସନରେ ଏକ ସିଲ୍‌ଭର୍ ବ୍ଲେଜର ସହିତ କଳା ରଙ୍ଗର ଏକ ସୁଟ୍‌ ପିନ୍ଧିଥିଲେ। ନୂଆ କନ୍ୟାଙ୍କର ସ୍ୱାଗ ମଧ୍ୟ ଦେଖାଯାଇଥିଲା। ଦିଶା ଏକ ଶାଢୀ ସହିତ ଜୋତା ପିନ୍ଧିଥିଲେ।

Advertisment

ରାହୁଲ  ବୈଦ୍ୟ ଏବଂ ଦିଶା ପରମାରଙ୍କ ବିବାହ ରିସେପ୍ସନର ଫଟୋ ଓ ଭିଡିଓଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେମାନଙ୍କର ବିଶେଷ ଦିନକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ଏହି ଦମ୍ପତି ମଞ୍ଚରେ ଏକ ନୃତ୍ୟ ପରିବେଷଣ କରିଥିଲେ, ଯେଉଁଥିରେ ଉଭୟ ଜବରଦସ୍ତ ନାଚିଥିଲେ। ରାହୁଲ  ବୈଦ୍ୟ ଏବଂ ଦିଶା ପରମାର ବିବାହ ଉତ୍ସବରେ ନାଚିବା ପାଇଁ ଏକ ରୋମାଣ୍ଟିକ ଗୀତକୁ ଚୟନ କରିଥିଲେ। ରୁସ୍ତମ୍‌ ଚଳଚ୍ଚିତ୍ରର 'ହଜାରୋ ଦଫା' ଗୀତରେ ଉଭୟ ଜମେଇକି ନାଚିବା ସହିତ ପରସ୍ପର ମଧ୍ୟରେ ହଜିଯାଇଥିଲେ।

ତା’ପରେ ଉଭୟ ଏକ ଇଂରାଜୀ ଗୀତରେ ପୂର୍ଣ୍ଣ ଉତ୍ସାହ ସହିତ ନାଚୁଥିବାର ନଜର ଆସିଥିଲେ। ଏହି ସମୟରେ ନୂଆ କନ୍ୟାର ସ୍ୱାଗ୍ ଦେଖିବାକୁ ମିଳିଥିଲା। ଉପସ୍ଥିତ ଲୋକଙ୍କ ଆଖି ସେ ପରିଧାନ କରିଥିବା ଶାଢୀ ଓ ଜୋତା ଉପରେ ପଡିଥିଲା।

Advertisment
ବିବାହ ବନ୍ଧନରେ ରାହୁଲ  ବୈଦ୍ୟ ଓ ଦିଶା ପରମାର

ଏହି ରିସେପ୍ସନ୍ ପାର୍ଟିରେ ରାହୁଲଙ୍କ ସର୍ବୋତ୍ତମ ବନ୍ଧୁ ଅଲି ଗୋନି ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜସ୍ମିନ୍ ଭାସିନ୍ ଏବଂ ଗାୟକ ମିକା ସିଂ, ତୋଷୀ ସାବରୀ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ମିକା ଏବଂ ତୋଷୀ ରାହୁଲଙ୍କର ଭଲ ବନ୍ଧୁ। ଏହି ବିଶେଷ ଉତ୍ସବରେ ଦୁହେଁ ମଞ୍ଚରେ ସେମାନଙ୍କର ସୁରିଲା ସ୍ୱରର ଯାଦୁ ଦେଖେଇ ଥିଲେ।

ସେହିପରି ରାହୁଲଙ୍କ ‘ଖତ୍‌ରୋ କେ ଖିଲାଡି’ର ବନ୍ଧୁ ବିଶାଲ ଆଦିତ୍ୟ ସିଂ, ଅନୁଷ୍କା ସେନ୍, ଅର୍ଜୁନ ବିଜଲାନି, ଶ୍ୱେତା ତିୱାରୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ସମସ୍ତେ ଏହି ପାର୍ଟିକୁ ପୂରା ଉପଭୋଗ କରିଥିଲେ।

Rahul Vaidya Disha Parmar Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ