Raghav chadha kisses parineeti chopra as she sings at engagement ceremony
ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି (AAP) ନେତା ରାଘବ ଚଢାଙ୍କ ଶନିବାର ରାତିରେ ନୂଆଦିଲ୍ଲୀରେ ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ନିର୍ବନ୍ଧ ହୋଇଯାଇଛି। ଏହି ଯୋଡିଙ୍କ ଏନ୍ଗେଜ୍ମେଣ୍ଟ୍ ସମାରୋହରେ ଅଭିନେତ୍ରୀଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଯୋଗ ଦେଇଥିଲେ।
ଏନ୍ଗେଜ୍ମେଣ୍ଟ୍ ପରେ ପରିଣୀତି ଓ ରାଘବ ପାପାରାଜିଙ୍କ ପାଇଁ ପୋଜ୍ ଦେଇଥିଲେ ଏବଂ ଏହି ସମୟରେ ଦୁହେଁ ପରସ୍ପରଙ୍କ ପ୍ରେମରେ ବୁଡି ଯାଇଥିବା ଦେଖାଯାଏ। ବର୍ତ୍ତମାନ ସେମାନଙ୍କ ଏନ୍ଗେଜ୍ମେଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପରିଣୀତି ଏବଂ ରାଘବଙ୍କ ପ୍ରେମ ଦେଖିବାକୁ ମିଳୁଛି।
ଭିଡିଓରେ ପରିଣୀତି ଏବଂ ରାଘବ ସେମାନଙ୍କ ଏନ୍ଗେଜ୍ମେଣ୍ଟ୍ ରାତିକୁ ଖୁବ ଉପଭୋଗ କରୁଥିବା ଦେଖିବାକୁ ମିଳେ। ପରିଣୀତି ତାଙ୍କ ପ୍ରେମିକା ରାଘବଙ୍କ ପାଇଁ ଯେତେବେଳେ ଗୀତ ଗାଇବା ଆରମ୍ଭ କଲେ ରାଘବ ଆଉ ନିଜକୁ ରୋକିପାରିଲେ ନାହିଁ। ସେ ଭାବପ୍ରବଣ ହୋଇ ସମସ୍ତଙ୍କ ସାମ୍ନାରେ ପରିଣୀତିଙ୍କୁ ଚୁମ୍ବନ ଦେବା ଭିଡିଓରେ ଦେଖିବାକୁ ମିଳେ।
ସୋସିଆଲ ମିଡିଆରେ ରାଘବ ଏବଂ ପରିଣୀତିଙ୍କ ଏହି ଭାଇରାଲ ଭିଡିଓକୁ ଲୋକେ ଖୁବ ବହୁତ ପସନ୍ଦ କରୁଛନ୍ତି। ରାଘବ ଯେତେବେଳେ ପରିଣୀତିଙ୍କ ଗାଲରେ ଚୁମ୍ବନ ଦିଅନ୍ତି, ଅଭିନେତ୍ରୀ ମଧ୍ୟ ଲାଜେଇ ଯାଆନ୍ତି ଆଉ ହସି ହସି ତାଙ୍କୁ ଆଲିଙ୍ଗନ କରନ୍ତି ଆଉ ଗୀତ ଗାଇବା ଜାରି ରଖନ୍ତି।
ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ସେ ତାଙ୍କୁ ଖୁବ ଭଲ ପାଉଛନ୍ତି। ଅନ୍ୟ ଜଣେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ରାଘବ ଜଣେ ସଭ୍ୟ ବ୍ୟକ୍ତି ଏବଂ ଉଭୟ ପରସ୍ପରକୁ ସମାନ ଭାବରେ ପ୍ରେମ କରନ୍ତି, ଟଚ୍ଉଡ୍। ଆଉ ଜଣେ ଲେଖିଛନ୍ତି- “ବହୁତ ବହୁତ ସୁନ୍ଦର। ଏବଂ ସେହି ଚୁମ୍ବନ ମଧ୍ୟ।” କେତେକ ମଧ୍ୟ ପରିଣୀତିଙ୍କ ଲୁକ୍କୁ ନେଇ ମନ୍ତବ୍ୟ ଦେଉଛନ୍ତି। ଅନେକ ଅଭିନେତ୍ରୀଙ୍କ ସୁଟ୍ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ପରିଣୀତିଙ୍କ ଲୁକ୍ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି- “ପରିଣୀତି ତାଙ୍କ ନିର୍ବନ୍ଧରେ ବହୁତ ସୁନ୍ଦର ପୋଷାକ ପିନ୍ଧିଛନ୍ତି। ଅନ୍ୟ ଅଭିନେତ୍ରୀମାନଙ୍କ ପରି ନୁହେଁ।”
ଦିଲ୍ଲୀର କପୁରଥଲା ହାଉସ୍ରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ପରିଣୀତିଙ୍କ ସମ୍ପର୍କୀୟ ଭାଇ, ପ୍ରିୟଙ୍କା ଚୋପ୍ରା ଓ ଜୋନାସଙ୍କ ସମେତ ପ୍ରାୟ ୧୫୦ ଅତିଥି ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684053303.jpg)