Advertisment

ଏହା ମୋ ଶରୀର, ମୋର ଯାହା ଇଛା ମୁଁ ତାହା ପିନ୍ଧିବି : ରାଧିକା

ତିନି ବର୍ଷ ଭିତରେ ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖେଇଥିବା ରାଧିକା ନିଜର ସ୍ପଷ୍ଟବାଦୀ ଓ ବୋଲ୍ଡନେସ୍‌ ନେଇ ମଧ୍ୟ ବେଶ ଜଣାଶୁଣା। ସେ ନିଜର ପୋଷାକ ପରିପାଟ୍ଟୀ ନେଇ ଅନେକ ସମରେ ସୋସିଆଲ୍ ମିଡିଆରେ ଟ୍ରୋଲର ଶିକାର ହୋଇଥାନ୍ତି। ନିକଟରେ ଅଭିନେତ୍ରୀ ଏକ କଳା ରଙ୍ଗର ବ୍ରାଲେଟ୍ ଓ ହାଇ ବେଷ୍ଟେଡ୍ ସ୍ଲାକ୍ସ ପିନ୍ଧି ନଜର ଆସିଥିଲେ। ଏନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି। ଏନେଇ ସେ ଜମେଇକି ଏହି ଟ୍ରୋଲ୍ସର ଜବାବ ମଧ୍ୟ ଦେଇଛନ୍ତି।

Radhika Madan trolled for her dressing

Radhika Madan trolled for her dressing

Advertisment

ନୂଆଦିଲ୍ଲୀ : ବହୁତ କମ ବୟସରୁ ରାଧିକା ମଦାନ ବଲିଉଡ୍‌ରେ ନିଜର ଜାଗା କିଣିସାରିଛନ୍ତି। ନିଜ ଅଭିନୟ ପ୍ରତିଭାରେ ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ସେ ଅନେକ ବଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଟେଲିଭିଜନ ଦୁନିଆରୁ ନିଜ କେରିୟର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ବଡ ପରଦାରେ ରାଜ କରିସାରିଲେଣି। ଦିବଂଗତ ଅଭିନେତା ଇରଫାନ ଖାନଙ୍କ ସହ ‘ଅଂଗ୍ରେଜୀ ମିଡିୟମ୍’ରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥିଲେ।

Advertisment
Radhika Madan trolled for her dressingନିଜ ପୋଷାକୁ ନେଇ ଟ୍ରୋଲ୍ ହେଲେ ରାଧିକା

ତିନି ବର୍ଷ ଭିତରେ ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖେଇଥିବା ରାଧିକା ନିଜର ସ୍ପଷ୍ଟବାଦୀ ଓ ବୋଲ୍ଡନେସ୍‌ ନେଇ ମଧ୍ୟ ବେଶ ଜଣାଶୁଣା। ସେ ନିଜର ପୋଷାକ ପରିପାଟ୍ଟୀ ନେଇ ଅନେକ ସମରେ ସୋସିଆଲ୍ ମିଡିଆରେ ଟ୍ରୋଲର ଶିକାର ହୋଇଥାନ୍ତି। ନିକଟରେ ଅଭିନେତ୍ରୀ ଏକ କଳା ରଙ୍ଗର ବ୍ରାଲେଟ୍ ଓ ହାଇ ବେଷ୍ଟେଡ୍ ସ୍ଲାକ୍ସ ପିନ୍ଧି ନଜର ଆସିଥିଲେ। ଏନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି। ଏନେଇ ସେ ଜମେଇକି ଏହି ଟ୍ରୋଲ୍ସର ଜବାବ ମଧ୍ୟ ଦେଇଛନ୍ତି।

Advertisment

ଏକ ସାକ୍ଷାତକାରରେ ରାଧିକା କହିଛନ୍ତି ଯେ “ମୋର ମନେଅଛି ମୁଁ ସୋସିଆଲ୍ ମିଡିଆରେ ନିଜର କିଛି ଫଟୋ ଶେୟାର କରିଥିଲି ଏବଂ ତା’ ପରଦିନ ମୁଁ ସବୁ ମେସେଜ୍ ମଧ୍ୟ ପଢିଥିଲି। ସତ କହିବାକୁ ଗଲେ ଏନେଇ ଟ୍ରୋଲ୍ ହେବା ନେଇ ମୁଁ କିଛି ବି ଭାବି ନ ଥିଲି। ମୁଁ ଯାହା କିଛି ପିନ୍ଧେ ତାକୁ ଭଲପାଏ। ଏନେଇ ମୁଁ କାହାର ମତକୁ ପସନ୍ଦ କରେ ନାହିଁ। ଏହା ମୋ ଶରୀର। ମତେ ଯାହା ଭଲ ଲାଗିବ ମୁଁ ତାହା ପିନ୍ଧିପାରିବି। ମତେ କେହି ବି କହିପାରିବେ ନାହିଁ ଯେ ମତେ କ’ଣ ପିନ୍ଧିବାର ଅଛି ବା କ’ଣ ପିନ୍ଧିବାର ନାହିଁ ବା ମୁଁ କେମିତି ଦେଖାଯିବାର ଅଛି। ମତେ ଜଣାଅଛି ଯେ ମୁଁ କେମିତି ଦେଖାଯାଉଛି ଏବଂ ମତେ ମୋ ନିଜ ଉପରେ ପୂରା ବିଶ୍ୱାସ ଅଛି।”

Advertisment

ପ୍ରକାଶଥାଉ ଯେ ରାଧିକା ମଦାନ ଟିଭି ସିରିୟଲ ‘ମେରୀ ଆଶିକୀ ତୁମ୍‌ସେ ହୀ’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେତେବେଳେ ସେ ୧୯ ବର୍ଷର ଥିଲେ। ଏହା ସହିତ ସେ ‘ଝଲକ ଦିଖ୍‌ଲା ଜା’ର ସିଜନ ୮ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ୱେବ୍‌ ସିରିଜ ‘ରେ’ରେ ମଧ୍ୟ ନଜର ଆସିଛନ୍ତି।

Radhika Madan trolled for her dressingନିଜ ପୋଷାକୁ ନେଇ ଟ୍ରୋଲ୍ ହେଲେ ରାଧିକା

ତାଙ୍କ ଫିଲ୍ମ ଦୁନିଆ କଥା ଆଲୋଚନା କଲେ ସେ ମାତ୍ରା ୩ ବର୍ଷ ହେବ ସିନେ ଜଗତରେ ପାଦ ଥାପିଛନ୍ତି। ୨୦୧୮ରେ ‘ପଟାଖା’ରୁ ସେ ବଲିଉଡ୍ ଡେବ୍ୟୁ କରିଥିଲେ। ଏବେ ତାଙ୍କ ହାତରେ ଗୋଟିଏ ଫିଲ୍ମ ଅଛି। ଭିକ୍କୀ କୌଶଲଙ୍କ ଭାଇ ସନୀ କୌଶଲଙ୍କ ସହ ଫିଲ୍ମ ‘ଶିଦ୍ଧତ’ରେ ସେ ନଜର ଆସିବେ। କୃଣାଲ ଦେଶମୁଖଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମର ପ୍ରମୋଶନ ପାଇଁ ରାଧିକା ଓ ସନୀ ନିକଟରେ ଡ୍ୟାନ୍ସିଂ ରିଏଲିଟି ଶୋ ‘ଡ୍ୟାନ୍ସ ଦୀୱାନେ’ ସେଟ୍‌କୁ ଆସିଥିଲେ। ସେମାନଙ୍କୁ ମାଧୁରୀ ଦୀକ୍ଷିତଙ୍କ ସହ ମଜ୍ଜାମସ୍ତି କରିବାର ମଧ୍ୟ ଦେଖାଯାଇଥିଲା।

Entertainment Radhika Madan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ