Advertisment

ମାଗଣାରେ ଷ୍ଟ୍ରିମିଂ ହେବ 'ପୁଷ୍ପା : ଦି ରାଇଜ୍'; ଜାଣନ୍ତୁ କେବେ ଓ କେଉଁଠି

ଆପଣ ପ୍ରେକ୍ଷାଳୟ ହେଉ କି ଓଟିଟି ହେଉ ଦେଖିପାରି ନାହାନ୍ତି କି 'ପୁଷ୍ପା : ଦି ରାଇଜ୍'? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ପାଇଁ ଖୁସି ଖବର। ଏହାକୁ ମାଗଣାରେ ଦେଖିବାର ବ୍ୟବସ୍ଥା କରାଯାଇଛି। ଜାଣନ୍ତୁ କେବେ ଓ କେଉଁଠି ଦେଖିବେ…

Pushpa the rise watch for free know when to watch

Pushpa the rise watch for free know when to watch

Advertisment

ଗତ ବର୍ଷ ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା 'ପୁଷ୍ପା: ଦି ରାଇଜ୍' ଧମାଲ କରିଥିଲା। କେବଳ ଫିଲ୍ମର ଗୀତ ନୁହେଁ ଆଲୁ ଅର୍ଜୁନଙ୍କ ଷ୍ଟାଇଲ୍, ଅଙ୍ଗଭଙ୍ଗୀ ଏବଂ ସଂଳାପ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ୧୫୦ କୋଟି ଟଙ୍କାର ବଜେଟ୍‌ରେ ତିଆରି ଏହି ଫିଲ୍ମ ଦଶ ସପ୍ତାହ ମଧ୍ୟରେ ୩୧୩.୮ କୋଟି ଟଙ୍କା ରୋଜଗାର କରି ବକ୍ସ ଅଫିସ୍‌ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Advertisment

ଯେଉଁମାନେ କୌଣସି କାରଣରୁ ସିନେମାରେ ଅଲୁ ଅର୍ଜୁନଙ୍କ ଷ୍ଟାଇଲକୁ ଦେଖିପାରି ନଥିଲେ, ପରେ ନିର୍ମାତା ବିଭିନ୍ନ ଭାଷାରେ ଓଟିଟିରେ ଏହାକୁ ମୁକ୍ତିଲାଭ କରିଥିଲେ। ଏନେଇ ଲୋକଙ୍କୁ ଟଙ୍କା ଦେଇ ଦେଖିବାକୁ ପଡୁଥିଲା। ଏବେ ସିନେ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଅଲୁ ଅର୍ଜୁନଙ୍କ 'ପୁଷ୍ପା' ଖୁବ୍ ଶୀଘ୍ର ୟୁଟ୍ୟୁବ୍‌ରେ ମାଗଣାରେ ଷ୍ଟ୍ରିମ୍ ହେବାକୁ ଯାଉଛି। ତେବେ କେତେବେଳେ ଏବଂ କେଉଁଠାରେ ଦର୍ଶକମାନେ ମାଗଣାରେ 'ପୁଷ୍ପା ଦି ରାଇଜ୍' ଦେଖିପାରିବେ ଆସନ୍ତୁ ଜାଣିବା।

କେବେ ଏବଂ କେଉଁଠାରେ ଷ୍ଟ୍ରୀମ୍ ହେବ:

‘ପୁଷ୍ପା’ ପ୍ରଶଂସକମାନେ ଅଗଷ୍ଟ ୧୪ରୁ ମାଗଣାରେ ୟୁଟ୍ୟୁବ୍‌ରେ ହିନ୍ଦୀରେ ଏହି ଫିଲ୍ମ ଦେଖିପାରିବେ। ଗୋଲ୍ଡମାଇନ୍ସ ଟେଲିଫିଲ୍ସ ଫିଲ୍ମର ଏକ ଭିଡିଓ ଶେୟାର କରି ଏହା ଘୋଷଣା କରିଛି। ସୂଚନାନୁସାରେ, ‘ପୁଷ୍ପା’ ଏହିଦିନ ରବିବାର ରାତି ରେ ଟାରୁ ୟୁଟ୍ୟୁବରେ ହିନ୍ଦୀରେ ଷ୍ଟ୍ରିମ୍ ହେବ।

Advertisment

କେବେ ଆରମ୍ଭ ହେବ ‘ପୁଷ୍ପା ୨’ର ସୁଟିଂ:

ଏବେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ନିର୍ମାତାମାନେ ଫିଲ୍ମର ସମସ୍ତ ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ମାତାମାନେ କହିଛନ୍ତି, ବଜେଟ୍‌ରେ ବୃଦ୍ଧି, ବକ୍ସ ଅଫିସ୍ ସଂଗ୍ରହ, ଟିକେଟ୍ ମୂଲ୍ୟ ଇତ୍ୟାଦି ଉପରେ କୌଣସି ଆଲୋଚନା ନହେବା ପର୍ଯ୍ୟନ୍ତ ଫିଲ୍ମଗୁଡ଼ିକର କାମ ଆରମ୍ଭ ହେବ ନାହିଁ। ଏହି କାରଣରୁ ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨’କୁ ସ୍ଥଗିତ ରଖାଯାଇଛି। ୱାଇ ରବି ଶଙ୍କର କହିଛନ୍ତି, “ଏଠାରେ ନିର୍ମାତାଙ୍କ ଧର୍ମଘଟ ଚାଲିଛି। ଥରେ ଷ୍ଟ୍ରାଇକ୍ ଶେଷ ହେବା ପରେ ଆମେ ଅଗଷ୍ଟ ଶେଷ ସୁଦ୍ଧା କିମ୍ବା ଯେତେବେଳେ ଷ୍ଟ୍ରାଇକ୍ ଶେଷ ହେବ ଆମେ ଶୁଟିଂ ଆରମ୍ଭ କରିବୁ।”

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, "ଆଲୁ ଅର୍ଜୁନ ପୁଷ୍ପା ୨ ପାଇଁ ନିଜ ଲୁକ୍‌କୁ ନେଇ ଭିନ୍ନ ଭିନ୍ନ ପରୀକ୍ଷଣ କରୁଛନ୍ତି। ସେ ପ୍ରଥମ ଲୁକ୍‌ରେ ଟାଟୁ ଏବଂ ଦ୍ୱିତୀୟ ଲୁକ୍‌ରେ ପିୟର୍‌ସିଂଗ୍‌କୁ ନେଇ ପରୀକ୍ଷା କରିଛନ୍ତି। କେବଳ ଏତିକି ନୁହେଁ ଅଭିନେତା ତାଙ୍କ ଲୁକ୍‌ର ଫଟୋ ମଧ୍ୟ ଶେୟାର କରିଛନ୍ତି। ଅପଲୋଡ୍ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏହା କରି ସେ ଜାଣିବାକୁ ଚାହୁଁଛନ୍ତି ଯେ ସୋସିଆଲ ମିଡିଆରେ ତାଙ୍କୁ ଦେଖି ଲୋକମାନେ କିପରି ପ୍ରତିକ୍ରିୟା କରୁଛନ୍ତି।

Advertisment
Allu Arjun Bollywood Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ