Advertisment

ପୁଷ୍ପା : ଦୁଇ ଦିନରେ ୧୦୦ କୋଟି ରୋଜଗାର

ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନ୍ନାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା: ଦି ରାଇଜ୍' ପ୍ରେକ୍ଷାଳୟରେ କମାଲ କରୁଛି। ରିଲିଜ୍ ହେବାର ମାତ୍ର ଦୁଇ ଦିନରେ ଏହା ୧୦୦ କୋଟି ରୋଜଗାର କରିସାରିଲାଣି।

Pushpa box office collection day-2

Pushpa box office collection day-2

Advertisment

ମୁମ୍ବାଇ: ସାଉଥ୍ ଫିଲ୍ମ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନ୍ନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା: ଦି ରାଇଜ୍' ଡିସେମ୍ବର ୧୭ରେ ପରଦା ଉପରକୁ ଆସିଛି। ଏହା ରିଲିଜ୍ ହେବାର ମାତ୍ର ଦୁଇ ଦିନ ଯାଇଛି। ଏତେ କମ୍ ସମୟ ମଧ୍ୟରେ ସାରା ଦୁନିଆରେ ଚଳଚ୍ଚିତ୍ରଟିର ରୋଜଗାର ୧୦୦ କୋଟି ଅତିକ୍ରମ କରିସାରିଛି। ସୁକୁମାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରହିବାର ସମ୍ଭାବନା ଅଛି।

Advertisment

'ପୁଷ୍ପା: ଦି ରାଇଜ୍' ପାନ୍ ଇଣ୍ଡିଆର ଏକ ବଡ ପ୍ରକଳ୍ପ ବୋଲି କୁହାଯାଉଛି। ଏହା ଡିସେମ୍ବର ୪୭ରେ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିଥିଲା। ଏହାକୁ ଦୁଇଟି ଭାଗରେ ନିର୍ମାଣ କରାଯାଇଛି। ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ଶେଷଚାଲାମ ଅଞ୍ଚଳର ଲାଲ ଚନ୍ଦନ ଚୋରା ଚାଲାଣକାରୀଙ୍କ ଜୀବନ ଉପରେ ଆଧାରିତ।

Advertisment

ସାରା ଦୁନିଆର ବିଭିନ୍ନ ପ୍ରେକ୍ଷାଳୟରେ ‘ପୁଷ୍ପା’ ରିଲିଜ୍ ହୋଇଥିବା ବେଳେ ରିଲିଜ୍ ହେବାର ମାତ୍ର ଦୁଇ ଦିନରେ ଫିଲ୍ମର ରୋଜଗାର ୧୦୦ କୋଟି ଅତିକ୍ରମ କରିଛି। ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଟ୍ୱିଟରରେ ସେୟାର କରି ଲେଖିଛନ୍ତି ଯେ “‘ପୁଷ୍ପା’ ୧୦୦ କୋଟି ପାର୍ କରିଛି। ବିଶ୍ୱ ବ୍ୟାପୀ ବକ୍ସ ଅଫିସ୍ କଲେକ୍ସନ୍ ଡେ-୨।” ରମେଶ ‘ପୁଷ୍ପା’କୁ ନେଇ କହିଛନ୍ତି ଯେ ଏହା ଆମେରିକାରେ ମଧ୍ୟ ଭଲ ରୋଜଗାର କରୁଛି। ତାଙ୍କ ଟ୍ୱିଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ କେବଳ ଆମେରିକା ବକ୍ସ ଅଫିସ୍‌ରେ ୯ କୋଟି ସଂଗ୍ରହ କରିଛି।

Advertisment

ଯଦି ଏହା ବିଦେଶର ଅନ୍ୟ ପ୍ରେକ୍ଷାଳୟଗୁଡିକରେ ରିଲିଜ୍ ହୁଏ ତେବେ ଫିଲ୍ମ ଆହୁରି ଭଲ କଲେକ୍ସନ୍ (ପୁଷ୍ପା ବକ୍ସ ଅଫିସ୍ କରିପାରିବ ବୋଲି କୁହାଆଉଛି। ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ ପ୍ରକାଶ ଟ୍ୱିଟ୍ କରି କହିଛନ୍ତି ଯେ ଏହା ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଓ ଅନ୍ୟାନ୍ୟ ପ୍ରମୁଖ ଦେଶରେ ଏହା ରିଲିଜ ହୋଇପାରି ନାହିଁ। ତେଣୁ ଫିଲ୍ମକୁ ଅନେକ ମାତ୍ରାରେ ପ୍ରଭାବ ପକେଇଛି।

ଏହି ସିନେମାରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫଦାହ ଫାସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଲୋକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇବାରେ ଲାଗିଛି। ଏହାର ଦ୍ୱିତୀୟ ଭାଗ ଆସନ୍ତା ବର୍ଷ ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଇଛି।

Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ