Advertisment

ସ୍ୱାଭିମାନ ଅଞ୍ଚଳରେ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ, ଆରମ୍ଭ ହେଲା ‘ପୁଷ୍ପା-୨’ ସୁଟିଂ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ସୁଟିଂ ଆରମ୍ଭ ହୋଇଛି । କିଛିଦିନ ପୂର୍ବେ ପାନ୍‌ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ ହୋଇଥିଲା।

ଅଦ୍ୟତନ ହୋଇଛି
Allu Arjun's Pushpa 2 Shooting In Malkangiri

Pushpa 2 shooting begins in Swabhiman Anchal

Advertisment

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ସୁଟିଂ ଆରମ୍ଭ ହୋଇଛି । ‘ପୁଷ୍ପା-୨’ର ପୁରା ଟିମ ତରାବୁ ଜଳ ପ୍ରପାତ ନିକଟରେ ପହଞ୍ଚି ସୁଟିଂ କରିଛନ୍ତି। ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ ଘର ସହ ଜଙ୍ଗଲରେ କିଭଳି ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଜୀବନ ଶୈଳୀ ବିତାଉଥିଲେ, ଟିମ୍ ତାହା ପୂର୍ବରୁ ଯାଇ ପ୍ରସ୍ତୁତି କରିଥିଲେ।

Advertisment

ଫିଲ୍ମ ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ୧ ମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତି।  ଏବେ ପୁଷ୍ପା-୨ ଲାଗି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ସ୍ଥାନରେ ସୁଟିଂ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି ଟିମ୍। 

Advertisment

କିଛିଦିନ ପୂର୍ବେ ପାନ୍‌ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ ହୋଇଥିଲା। ଫୁଲ୍ ଅଫ୍ ଆକ୍ସନ, ଫାଇଟ୍, ଫାୟାର, ଡାଇଲଗ୍ ଏବଂ ଅଲ୍ଲୁଙ୍କ ଜବରଦସ୍ତ ଆଟିଟ୍ୟୁଡ୍ ଟିଜରରେ ନଜର ଆସିଛି।ହାଇଭୋଲଟେଜ୍ ଡାଇଲଗ, ସୁପର ଆକ୍ସନ...ଟିଜର ଯଦି ଏମିତି ଧମାକାଦାର ହୋଇଛି ତେବେ ଫିଲ୍ମ କେମିତି ହୋଇଥିବ।

Advertisment

Allu Arjun
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ