Advertisment

ଚଳିତ ବର୍ଷ ରିଲିଜ୍ ହେବ 'ପୁଷ୍ପା ୨'; ଶାହରୁଖଙ୍କ ସହ ଦେବ ଟକ୍କର!

ଅଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ୨୦୨୪ ନୁହେଁ, ଚଳିତ ବର୍ଷ ହିଁ ରିଲିଜ୍ ହେବ 'ପୁଷ୍ପା ୨'। ଏହି ସମୟରେ ଶାହରୁଖଙ୍କ ‘ଡଙ୍କି’ ମଧ୍ୟ ରିଲିଜ୍ ହେବାର ଅଛି।

Pushpa 2 release date out Shah Rukh Khan and Allu Arjun may clash each other

Pushpa 2 release date out Shah Rukh Khan and Allu Arjun may clash each other

Advertisment

ସୁକୁମାରଙ୍କ ଫିଲ୍ମ 'ପୁଷ୍ପା: ଦ ରୁମ୍'କୁ ନେଇ ଦୀର୍ଘ ସମୟ ଧରି ଅପେକ୍ଷା ରହିଛି। ପ୍ରତ୍ୟେକ ଦର୍ଶକ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମକୁ ଖୁବ୍ ଶୀଘ୍ର ଥିଏଟରରେ ଦେଖିବାକୁ ଚାହାଁନ୍ତି। ଦୀର୍ଘ ଦିନ ଧରି ଫିଲ୍ମର ରିଲିଜ୍‌କୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଆସିଛି।

Advertisment

ଖବର ଅନୁଯାୟୀ, ଏହି ଫିଲ୍ମ ୨୦୨୪ ମସିହାରେ ରିଲିଜ୍ ନୁହେଁ, ଚଳିତ ବର୍ଷ ହିଁ ରିଲିଜ୍ ହେବ। ଏହି ଖବର ଜାଣି ଦର୍ଶକଙ୍କ ମନରେ ଉତ୍ସାହର ଲହରୀ ଖେଳିଯାଇଛି। ଏହି ଫିଲ୍ମରେ ଫହାଦ୍ ଫସିଲ ଏବଂ ରଶ୍ମିକା ମନ୍ଦନା ପ୍ରମୁଖ ଭୂମିକାରେ ନଜର ଆସିବେ।

ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦି ରାଇଜ୍' ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା। ଫିଲ୍ମଟି ଏତେ ପସନ୍ଦ ହୋଇଥିଲା ଯେ ଏହା ୩୦୦ କୋଟିରୁ ଅଧିକ ରୋଜଗାର କରିଥିଲା। ଚଳଚ୍ଚିତ୍ରର ସଫଳତାକୁ ଦେଖି ଏହାର ଦ୍ୱିତୀୟ ଭାଗ 'ପୁଷ୍ପା: ଦି ରୁଲ୍' କରିବାକୁ ଘୋଷଣା କରାଯାଇଥିଲା। ଅଲୁଙ୍କୁ ଏକ ଭିନ୍ନ ଅବତାର ଫିଲ୍ମର ଦ୍ୱିତୀୟ ଭାଗରେ ଦେଖିବାକୁ ମିଳିବ ଏବଂ ଫିଲ୍ମରେ ଅନେକ ଆଶ୍ଚର୍ଯ୍ୟଜନକ ଏଲିମେଣ୍ଟ୍ ରହିବ।

Advertisment

ଇ ଟାଇମ୍ସର ଖବର ଅନୁଯାୟୀ ଫିଲ୍ମର ରିଲିଜ୍ ତାରିଖ ନିଶ୍ଚିତ ହୋଇଛି ଏବଂ ଏହା ଚଳିତ ବର୍ଷ ଡିସେମ୍ବର ୨୨ରେ ମୁକ୍ତିଲାଭ କରିବ। ଏହା ଅଲୁଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଖବର ହୋଇଛି। ଏହି ସମୟରେ ଶାହରୁଖ ଖାନ ଓ ଅଲ୍ଲୁ ଅର୍ଜୁନଙ୍କ ମଧ୍ୟ କଡା ଟକ୍କର ହୋଇପାରେ। କାରଣ ଶାହରୁଖଙ୍କ 'ଡଙ୍କି' ମଧ୍ୟ ୨୨ ଡିସେମ୍ବରରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

ଏଭଳି ପରିସ୍ଥିତିରେ, ଏହା ୨୦୨୩ର ସବୁଠାରୁ ବଡ ସଂଘର୍ଷ ହୋଇପାରେ। ଯଦି ଏପରି ହୁଏ ତେବେ ଶାହରୁଖଙ୍କର କ୍ଷତି ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶାହରୁଖଙ୍କ ଫିଲ୍ମ 'ଜୱାନ'ରେ ମଧ୍ୟ ଅଲୁଙ୍କ ନଜର ଆସିବାର ଖବର ରହିଛି। ଏଭଳି ପରିସ୍ଥିତିରେ ଶାହରୁଖ ଚାହୁଁନାହାଁନ୍ତି ଯେ ତାଙ୍କ ଫିଲ୍ମ ଡିସେମ୍ବରରେ ଅଲୁଙ୍କ ଫିଲ୍ମ ସହିତ ଟକ୍କର ଦେଉ ବୋଲି।

Advertisment
Allu Arjun Rashmika Mandanna Pushpa Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ