Advertisment

Pushkara Official Trailer: ‘ପୁଷ୍କରା’ ଟ୍ରେଲରକୁ ଲୋକଙ୍କ ପ୍ରଶଂସା, କହିଲେ ‘ନା ବଡିଉଡ୍ ନା ଟଲିଉଡ୍, ବର୍ତ୍ତମାନ କେବଳ ଓଲିଉଡ୍’

ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପୁଷ୍କରା’ର ଟ୍ରେଲର୍। ଓଡିଶା ମାଟିର ଗାଥା କହିବ ଫିଲ୍ମ। କୁହାଯାଉଛି ଯେ ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଚେଷ୍ଟା କରାଯାଇଛି।

Pushkara Official Trailer release

Pushkara Official Trailer release

Advertisment

ଆସିଲା ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ ‘ପୁଷ୍କରା’ର ଟ୍ରେଲର। କିଛିଦିନ ପୂର୍ବରୁ ଏହାର ମୋସନ ପୋଷ୍ଟର ରିଲିଜ୍ ହୋଇଥିଲା ଆଉ ଏହାକୁ ଭରପୂର ଭଲପାବା ମଧ୍ୟ ମିଳିଥିଲା। ସେତେବେଳେ ସେପ୍ଟେମ୍ୱର ୧ରେ ଏହାର ଟ୍ରେଲର ରିଲିଜ ହେବା କୁହାଯାଇଥିଲା। ସେବେଠାରୁ ଲୋକେ ଏହିଦିନକୁ ଅପେକ୍ଷା କରି ବସିଥିଲେ। ଆଜି ତାହା ଅନ୍ତ ହୋଇଛି। ଟ୍ରେଲର୍ ରିଲିଜ୍ ହେବାକୁ ମାତ୍ର କେଇ ଘଣ୍ଟା ଭିତରେ ଏହାକୁ ୧୦ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

Advertisment

ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ୍‌ ପ୍ରମୋସନସର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାସ ଦେଇଥିବା ବେଳେ କାହାଣୀ ଓ ସଂଳାପ ଲେଖିଛନ୍ତି ଶଙ୍କର ତ୍ରିପାଠୀ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପାଗଳ ପ୍ରେମୀ ଫେମ୍ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା।

ସାହିତ୍ୟରୁ ସିନେମା ହୋଇଥିବା ‘ପୁଷ୍କରା’ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ରଚିତ ଏକ ଉପନ୍ୟାସ। ତାଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଫିଲ୍ମର ପରିକଳ୍ପନା ହୋଇଛି। ୨୦୦୦ ମସିହାରେ ଏହି ଉପନ୍ୟାସ ପ୍ରକାଶ ପାଇବା ପରେ ଅନେକ ପାଠକୀୟ ଆଦୃତି ସାଉଁଟିଥିଲା। ଏହାପରେ ଔପନ୍ୟାସିକ ଶଙ୍କର ତ୍ରିପାଠୀ ଏହାକୁ ଫିଲ୍ମର ରୂପ ଦେବାକୁ ଚେଷ୍ଟା କରିଥିଲେ।

Advertisment

ପୁରୀର ହଜିଯାଉଥିବା ଏକ କୌଳିକ ବୃତ୍ତି ଉପରେ ଆଧାରିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ଓ ସୁପ୍ରୀୟା ବ୍ୟତୀତ ଚୌଧୁରୀ ବିକାଶ ଦାସ, , ଅଶ୍ରୁମୋଚନ, ଦିବଂଗତ ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ରବି ମିଶ୍ର ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ଗୀତଗୁଦିକୁ ଦେବୀଦତ୍ତ ମହାନ୍ତି ଲେଖିଥିବା ବେଳେ ବିଭୂତି ଭୂଷଣ ଗଡନାୟକ ଏହାକୁ ସଂଗୀତରେ ସଜେଇଛନ୍ତି।

ତରଙ୍ଗ ସିନେ ପ୍ରଡକ୍ସନ୍ସର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ଟ୍ରେଲର୍ ରିଲିଜ୍ ହେଉ ହେଉ ଅନେକ ଦର୍ଶକୀୟ ଆଦୃତି ପାଇଛି। ଅନେକ ଦର୍ଶକ ଉତ୍ସାହର ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି। ଜଣେ ମତ ଦେଇ କହିଛନ୍ତି, “ପୁଷ୍କରା ନିଶ୍ଚିତ ପାନ ଇଣ୍ଡିଆ ହିଟ୍ ହେବ।” ସେହିପରି ଅନ୍ୟଜଣେ କହିଛନ୍ତି, “ନା ବଡିଉଡ୍ ନା ଟଲିଉଡ୍, ବର୍ତ୍ତମାନ କେବଳ ଓଲିଉଡ୍।” ଆଉ ଜଣେ ଦର୍ଶକଙ୍କୁ ଅନୁରୋଧ କରି କହିଛନ୍ତି, “ସମସ୍ତଙ୍କୁ ଅନୁରୋଧ ଯେ ଭଲ ମୂଳ ବିଷୟବସ୍ତୁ ଥିବା ଓଡିଆ ଚଳଚ୍ଚିତ୍ର ପ୍ରତି ସେମାନଙ୍କର ସମର୍ଥନର ହାତ ବଢାନ୍ତୁ ଏବଂ ପ୍ରେକ୍ଷାଳୟରେ ଦେଖନ୍ତୁ। ଟ୍ରେଲରଟି ବହୁତ ଆକର୍ଷଣୀୟ ହୋଇଛି!”

Advertisment

ଖାଲି ସାଧାରଣ ଦର୍ଶକ ନୁହଁନ୍ତି ସେଲିବ୍ରେଟିମାନେ ମଧ୍ୟ ଟ୍ରେଲର୍ ଦେଖି ଫିଦା ହୋଇଛନ୍ତି। ଓଲିଉଡ୍ କ୍ୱିନ୍ ଅର୍ଚ୍ଚିନା କହିଛନ୍ତି ଯେ “ଟ୍ରେଲରରେ ଥିବା ଧମାକା ଏବଂ ଉତ୍ତେଜନା ଦୀର୍ଘ ସମୟର ଅପେକ୍ଷା ମୂଲ୍ୟ। ଆମର ଶିଳ୍ପ ଦୁନିଆ ସଠିକ୍ ଦିଗକୁ ଯାଉଛି। ବହୁତ ଗର୍ବ ଅନୁଭବ ହେଉଛି।”

କୁହାଯାଉଛି ଯେ ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଚେଷ୍ଟା କରାଯାଇଛି। ବଡ଼ ପରଦାରେ ଗଣେଶ ପୂଜାରେ ଏହାକୁ ରିଲିଜ୍ କରାଯିବ ବୋଲି ପ୍ରଡକ୍ସନ୍ ହାଉସ୍ କହିଛି।

Ollywood Tarang Cine Productions Taranga Tv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ