Bairagi Sethi
ଓଟିଭିରେ ଖବର ପ୍ରସାରଣ ପରେ ପୁଚୁକି ଗାଲି ଫେମ୍ ବୈରାଗୀଙ୍କୁ ମିଳିଲା କାମ । ଏକ ନୂଆ ଆଲବମରେ ନଜର ଆସିଛନ୍ତି ବୈରାଗୀ । ଆଲବମଟି ୟ୍ୟୁଟୁବରେ ରିଲିଜ ହୋଇ ସାରିଥିବା ବେଳେ, ୨୮ ବର୍ଷ ପରେ ପରଦାକୁ ଫେରି ଉତ୍ସାହିତ ଅଛନ୍ତି ।
ସୁନା ପଞ୍ଜୁରି ଭଳି ଅନେକ ହିଟ୍ ଚଳଚ୍ଚିତ୍ରରେ ସିଦ୍ଧାନ୍ତଙ୍କ ସହ କ୍ୟାମେରା ଆଗରେ ଡାନ୍ସ କରିଥିବା ବୈରାଗୀ ଏବେ ମଧୁପାଟଣା ସମ୍ରାଟ ହଲ୍ ନିକଟରେ ଫାଷ୍ଟଫୁଡ ଦୋକାନରେ କାମ କରୁଛନ୍ତି । ସମୟ ଚକ୍ରରେ ପେଟପାଟଣା ପାଇଁ ତାଙ୍କ ବୃତ୍ତି ବଦଳିଥିଲେ ବି, ନାଚ ପ୍ରତି ଦୁର୍ବଳତା ଏବେବି ବଞ୍ଚିଛି । ସେଥିପାଇଁ ନିଜର ନିଆରା ଅନ୍ଦାଜରେ ନାଚି ନାଚି ଚାଉମିନ୍ ଓ ରୋଲ୍ ଆଦି ତିଆରି କରନ୍ତି ଓ ଗ୍ରାହକଙ୍କୁ ପରଷି ଦିଅନ୍ତି ବୈରାଗୀ ।
ନିକଟରେ ଏନେଇ ଖବର ପାଇବା ପରେ କଟକ ଯାଇ ନିଜର ପୁରୁଣା ସାଥୀ କଳାକାର ବୈରାଗୀ ସେଠୀଙ୍କୁ ଭେଟିଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତଙ୍କୁ ଏତେ ବର୍ଷ ପରେ ଆଖି ସାମ୍ନାରେ ଦେଖି, ତାଙ୍କ ପାଦ ତଳେ ଲୋଟିଯାଇଥିଲେ ଓ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ସିଦ୍ଧାନ୍ତ ବି ହୋଇଯାଇଥିଲେ ଭାବବିହ୍ୱଳ। ବୈରାଗୀଙ୍କୁ କୁଣ୍ଢାଇ ପକାଇ ତାଙ୍କ ଭଲମନ୍ଦ ପଚାରି ବୁଝିଥିଲେ ସିଦ୍ଧାନ୍ତ ମହାପାତ୍ର । ତାଙ୍କୁ ଏକ ଟି-ସାର୍ଟ ଉପହାର ଦେବା ସହ, ତାଙ୍କ ହାତରୁ କାଜୁ ଖାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697806625.jpg)