Advertisment

ବିଶ୍ୱରେ ଚମକିଲେ ସର୍‌ଗମ୍‌ କୌଶଲ; ଦିନେ ଥିଲେ ଶିକ୍ଷୟିତ୍ରୀ

ବିଶ୍ୱ ଦରବାରରେ ଭାରତକୁ ପୁଣି ଚମକେଇଛନି ସର୍‌ଗମ୍‌ କୌଶଲ। ଦୀର୍ଘ ୨୧ ବର୍ଷ ପରେ ଦେଶକୁ ଦେଇଛନ୍ତି ‘ମିସେସ୍ ୱାର୍ଲ୍ଡ ୨୦୨୨’ ଟାଇଟଲ୍। ତେବେ ଆସନ୍ତୁ ଜାଣିବା କିଏ ଏହି ସରଗମ୍ କୌଶଲ୍।

ଅଦ୍ୟତନ ହୋଇଛି
Mrs World Sargam Koushal Profile

Profile of Mrs World Sargam Koushal

Advertisment

ବିଶ୍ୱରେ ପୁଣି ଚମକିଲେ ଭାରତୀୟ। ଦୁନିଆକୁ ନିଜ ଆଡକୁ ଆକର୍ଷିତ କଲେ ଭାରତର ନାରୀ। ଭାରତର ସର୍‌ଗମ୍‌ କୌଶଲ ‘ମିସେସ୍ ୱାର୍ଲ୍ଡ ୨୦୨୨’ ଟାଇଟଲ ଜିତି ଭାରତ ପାଇଁ ଏହି ଗୌରବ ଆଣିଛନ୍ତି। ତାଙ୍କୁ ନେଇ ଏବେ ସାରା ଦେଶରେ ଆଲୋଚନା କରାଯାଉଛି। ଭାରତ ଦୀର୍ଘ ୨୧ ବର୍ଷ ପରେ ଶେଷରେ ଏହି ଟାଇଟଲ୍ ପାଇଛି। ଏହାପୂର୍ବରୁ ୨୦୦୧ରେ, ଡକ୍ଟର ଆଦିତି ଗୋବିତ୍ରିକର୍ ଏହି ଟାଇଟଲ୍ ଜିତି ମିସେସ୍ ୱାର୍ଲ୍ଡ ୨୦୦୧ ମୁକୁଟ ପିନ୍ଧିଥିଲେ।

Advertisment
Profile of Mrs World Sargam Koushal(ବୋଲ୍ଡ୍ ଲୁକ୍‌ରେ ସର୍‌ଗମ୍ କୌଶଲ୍)

ଏଥର ଆମେରିକାର ଲାସ୍ ଭେଗାସ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ବିଶ୍ୱରୁ ୬୩ ମହିଳା ଅଂଶଗ୍ରହଣ କରିଥିଲେ। କିନ୍ତୁ ବାଜିମାରିନେଲେ ଭାରତର ସରଗମ୍‌ କୌଶଲ୍। ସେ ଏହି ପ୍ରତିଯୋଗିତାରେ ଜିତି ‘ମିସେସ୍ ୱାର୍ଲ୍ଡ ୨୦୨୨’ ଆଖ୍ୟା ଅର୍ଜନ କରିଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ଏହି ସରଗମ୍‌ କୌଶଲ୍।

ସର୍‌ଗମ୍‌ କୌଶଲ୍ କିଏ:

ସରଗମ୍‌ କୌଶଲ୍ ଜମ୍ମୁ କାଶ୍ମୀରର ବାସିନ୍ଦା। ସେ ୧୭ ସେପ୍ଟେମ୍ବର ୧୯୯୦ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଏବେ ୩୨ ବର୍ଷ ହୋଇଥିବା ବେଳେ ସେ ଇଂରାଜୀ ସାହିତ୍ୟରେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି। ତାଙ୍କ ବାପାଙ୍କ ନାମ ଜିଏସ୍‌ କୌଶଲ ଏବଂ ମା’ଙ୍କ ନାମ ରୀମା ଖଜୁରିଆ। ତାଙ୍କର ମଧ୍ୟ ଜଣେ ସାନ ଭାଇ ଅଛନ୍ତି, ଯାହାଙ୍କ ନାଁ ମନ୍ଥନ କୌଶଲ।

Advertisment

ପୂର୍ବରୁ ସରଗମ ବିଶାଖାପାଟନମ୍‌ରେ ଜଣେ ଶିକ୍ଷକ ଭାବରେ କାମ କରୁଥିଲେ। ଏହି ସମୟରେ ସେ ମଡେଲିଂକୁ ବହୁତ ଭଲ ପାଉଥିବାରୁ ମଡେଲିଂ ମଧ୍ୟ କରୁଥିଲେ। ତାଙ୍କ ବାପା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅବସରପ୍ରାପ୍ତ ମୁଖ୍ୟ ମ୍ୟାନେଜର୍ ଏବଂ ତାଙ୍କ ସ୍ୱାମୀ ଭାରତୀୟ ନୌସେନାରେ ଜଣେ ଅଧିକାରୀ ଭାବରେ କାମ କରୁଛନ୍ତି।

Profile of Mrs World Sargam Koushal(ସ୍ୱାମୀ ଆଦିତ୍ୟଙ୍କ ସହ ସର୍‌ଗମ୍ କୌଶଲ୍)

ସର୍‌ଗମ୍‌ଙ୍କ କ୍ୟାରିୟର୍:

ସର୍‌ଗମ୍‌ କୌଶଲ ଜମ୍ମୁ କାଶ୍ମୀରର ପ୍ରେଜେଣ୍ଟେସନ୍ କନଭେଣ୍ଟ ସିନିୟର ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢିଛନ୍ତି। ଏହା ପରେ ସେ ଜମ୍ମୁ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର କରିଛନ୍ତି। ମଡେଲିଂ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସର୍‌ଗମ୍‌ ଜଣେ ଶିକ୍ଷୟିତ୍ରୀ ଥିଲେ। ୨୦୧୮ ମସିହାରେ ସେ ବାୟୁସେନା ଅଧିକାରୀ(ଲେଫ୍ଟନାଣ୍ଟ କମାଣ୍ଡର) ଆଦିତ୍ୟଙ୍କୁ ବିବାହ କରିଥିଲେ।

Advertisment

ବିବାହ ପରେ ସର୍‌ଗମ୍ ମୁମ୍ବାଇ ଆସି ମଡେଲିଂ ଆରମ୍ଭ କରିଥିଲେ ଏବଂ ଅନେକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିବାହ ପରେ ସେ ତାଙ୍କ ମଡେଲିଂ କ୍ୟାରିୟର୍‌ରେ ସକ୍ରିୟ ରହିଲେ, ଯେଉଁଥିରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ କରିଥିଲେ ଏବଂ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ। ଏହାର ଫଳସ୍ୱରୂପ, ସର୍‌ଗମ୍ ବିଶ୍ୱସ୍ତରୀୟ ଏହି ସଫଳତା ପାଇଛନ୍ତି।

୨୧ ବର୍ଷ ପରେ ଫେରିଲା ଗୌରବ:

ସମସ୍ତଙ୍କୁ ଏହି ଖବର ଖୁସି କରିଦିଏ ଯେ ‘ମିସେସ୍ ୱାର୍ଲ୍ଡ ୨୦୨୨’ ଟାଇଟଲ୍ ଜିତି ସର୍‌ଗମ୍‌ କୌଶଲ ୨୧ ବର୍ଷ ପରେ ଭାରତକୁ ଏହି ମୁକୁଟ ଫେରାଇ ଆଣିଛନ୍ତି। ଏହାପୂର୍ବରୁ, ‘ମିସେସ୍ ୱାର୍ଲ୍ଡ ୨୦୨୧’ ରେ ଡ. ଆଦିତି ଗୋବିଟତ୍ରୀକର ଏହି ମୁକୁଟ ଜିତିଥିଲେ। ଏହି ମୁକୁଟ ଜିତିବାରେ ଆଦିତି ପ୍ରଥମ ଭାରତୀୟ ମହିଳା ହୋଇଥିଲେ। ଆଦିତି ଜଣେ ଅଭିନେତ୍ରୀ ମଧ୍ୟ ହୋଇଛନ୍ତି, ସେ ଅନେକ ପ୍ରସିଦ୍ଧ ବଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ