Producers are losing faith in khiladi actor
ବଲିଉଡ୍ର ଖିଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କ ଉପରେ ପ୍ରଯୋଜକଙ୍କର ଆଉ ଭରସା ପାଉନି। ଅକ୍ଷୟ ଏକାସାଙ୍ଗରେ ଅନେକ ଚଳଚ୍ଚିତ୍ରରେ କାମ କରନ୍ତି। ସେ ବର୍ଷକୁ ପ୍ରାୟ ୩-୫ଟି ଚଳଚ୍ଚିତ୍ର ଦିଅନ୍ତି। କିନ୍ତୁ ଲାଗୁଛି ବର୍ତ୍ତମାନ ସେ ପରିମାଣ ଅପେକ୍ଷା ଗୁଣବତ୍ତା ଉପରେ ଧ୍ୟାନ ଦେବା ଉଚିତ, କାରଣ ଆଖିବୁଝି ଚଳଚ୍ଚିତ୍ର କରିବାର ପାର୍ଶ୍ୱ ପ୍ରତିକ୍ରିୟା ବର୍ତ୍ତମାନ ଦେଖିବାକୁ ମିଳୁଛି। ତାଙ୍କ ଚଳଚ୍ଚିତ୍ର ‘ସମ୍ରାଟ ପୃଥ୍ୱୀରାଜ’ ବକ୍ସ ଅଫିସରେ ସଂପୂର୍ଣ୍ଣ ଭାବେ ଖରାପ ପ୍ରଦର୍ଶନ କରିଛି।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପରେ ମଧ୍ୟ ‘ସମ୍ରାଟ ପୃଥ୍ୱୀରାଜ’କୁ ଅଧିକ ଲାଭ ମିଳି ନାହିଁ। ଏହାପୂର୍ବରୁ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ ମଧ୍ୟ ବକ୍ସ ଅଫିସରେ ବିଫଳ ହୋଇଥିଲା। ଏବେ ଖବର ଆସୁଛି ଯେ ନିର୍ମାତାମାନେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ହାତ ଟେକି ଦେଉଛନ୍ତି।
ଖବର ଆସିଛି ଯେ ତାଙ୍କ ଚଳଚ୍ଚିତ୍ର ‘ଗୋରଖା’ କୁ ବର୍ତ୍ତମାନ ପାଇଁ ରୋକ୍ ଦିଆଯାଇଛି। ଏଥିସହିତ ସାଉଥ୍ ସୁପର୍ଷ୍ଟାର୍ ସୁରିଆ ମଧ୍ୟ ଅକ୍ଷୟ କୁମାରଙ୍କ ସହ ନିଜ ଫିଲ୍ମକୁ ନେଇ ପୁନର୍ବିଚାର କରୁଛନ୍ତି ଏବଂ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପର୍ଯ୍ୟନ୍ତ ଅଟକି ରହିଛି। ଏଥି ସହିତ, ୟଶ୍ ରାଜ୍ ଫିଲ୍ମ ଅକ୍ଷୟଙ୍କୁ ନେଇ ‘ଧୁମ୍ ୪’ କରିବାକୁ ଚାହୁଁଥିବାର ଖବର ମଧ୍ୟ ଅଛି। କିନ୍ତୁ ‘ସମ୍ରାଟ ପୃଥ୍ୱୀରାଜ’ ର ଭାଗ୍ୟ ଦେଖିବା ପରେ ଏବେ ନିର୍ମାତାମାନେ ତାଙ୍କ ସହ ଏହି ଫିଲ୍ମ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି।
ଫଳରେ ପରିମାଣକୁ ନେଇ ବିଶ୍ୱାସ କରୁଥିବା ଅକ୍ଷୟ କୁମାର ବର୍ତ୍ତମାନ ଗୁଣବତ୍ତା ଉପରେ ଧ୍ୟାନ ଦେବା ଉଚିତ। ‘ସମ୍ରାଟ ପୃଥ୍ୱୀରାଜ’ ନିକଟରେ ଅନେକ କ୍ଷତି ସହିଛି। ଐତିହାସିକ ଚଳଚ୍ଚିତ୍ର କରିବା ପାଇଁ ଅଭିନେତାମାନଙ୍କୁ ଅନେକ ସମୟ ଦେବାକୁ ପଡିବ ଏବଂ ଚରିତ୍ରରେ ସମ୍ପୁର୍ଣ୍ଣ ଭାବରେ ପ୍ରବେଶ କରିବାକୁ ପଡିବ। କିନ୍ତୁ ଏହି କ୍ଷେତ୍ରରେ ସେ ହାରିଥିଲେ। ଏହି ଦୃଷ୍ଟିରୁ ଦେଖିଲେ ଅକ୍ଷୟ କୁମାର ତାଙ୍କ ଚରିତ୍ରକୁ ନେଇ କିଛି ଅଧିକ ସମୟ ଦେବା ଉଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655200794.jpg)