Advertisment

ଝିଅ ପାଇଁ କ୍ୟାରିୟର୍ ଛାଡିଦେବେ କି ପ୍ରିୟଙ୍କା; କାହିଁକି କହିଲେ ଏମିତି ?

ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ଭଲ ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ତାଙ୍କ ଅଭିନୟ କ୍ୟାରିଅରକୁ ବିଦାୟ ଦେବାକୁ ଯାଉଛନ୍ତି କି? ଏହି ପ୍ରଶ୍ନ ଏଇଥିପାଇଁ, କାରଣ ସେ ଯାହା କହିଛନ୍ତି ତାହା ଏହି ଦିଗକୁ ସୂଚାଉଛି। ସେ କାହିଁକି ଏମିତି କହିଲେ।

ଅଦ୍ୟତନ ହୋଇଛି
Priyanka Chopra Career

Priyanka chopra surprising statement says she give up her career

Advertisment

ଗ୍ଲୋବାଲ୍‌ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ତାଙ୍କ ଏକ ବିବୃତ୍ତି ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କର ପୂର୍ବ ସମ୍ପର୍କକୁ ନେଇ ଏମିତି ଏକ ବିବୃତ୍ତି ଦେଇଛନ୍ତି, ଯାହାକୁ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ଭଲ ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ତାଙ୍କ ଅଭିନୟ କ୍ୟାରିଅରକୁ ବିଦାୟ ଦେବାକୁ ଯାଉଛନ୍ତି କି? ଏହି ପ୍ରଶ୍ନ ଏଇଥିପାଇଁ, କାରଣ ସେ ଯାହା କହିଛନ୍ତି ତାହା ଏହି ଦିଗକୁ ସୂଚାଉଛି।

Advertisment

୨୧ ବର୍ଷର କଠିନ ପରିଶ୍ରମ ପରେ ଆଜି ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ସହିତ ହଲିଉଡ୍‌ରେ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ସେ କାହିଁକି କ୍ୟାରିୟର ଛାଡିବାକୁ କହୁଛନ୍ତି? କାହା ପାଇଁ ସେ ନିଜ କ୍ୟାରିଅର୍‌କୁ ବିପଦରେ ପକାଇବାକୁ ପ୍ରସ୍ତୁତ, ଯାହା ପାଇଁ ସେ ଦିନରାତି କଠିନ ପରିଶ୍ରମ କରିଥିଲେ।

ନିକଟରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ସେ ତାଙ୍କ ଝିଅ ମାଳତିଙ୍କ ପାଇଁ ଖୁସିରେ ନିଜ କ୍ୟାରିୟର ଛାଡିପାରିବେ। ଅଭିନେତ୍ରୀ କହିଛନ୍ତି “ମୋର କ୍ୟାରିଅର୍ ଗୁରୁତ୍ୱ ରଖେ। ମୁଁ ସେପର୍ଯ୍ୟନ୍ତ ଏ ବିଷୟରେ ଚିନ୍ତା କରି ନ ଥିଲି ଯେପର୍ଯ୍ୟନ୍ତ ମୁଁ ମୋ ବହି ଉପରେ କାମ କରି ନଥିଲି। ତା’ପରେ ମୁଁ ଭାବିଲି ଯେ ବର୍ତ୍ତମାନ ମୋର ବୟସ ୪୦ ହୋଇଛି। ବର୍ତ୍ତମାନ ମୋତେ ପଚରାଯିବ ଯେ ମୁଁ ମୋର କ୍ୟାରିଅର୍ ଛାଡିଦେବି ଆଉ ଦେଶ ପରିବର୍ତ୍ତନ କରିଦେବି, ତେବେ ମୁଁ ମୋ ଝିଅ ପାଇଁ କୌଣସି ପ୍ରଶ୍ନ ବିନା ଏହା କରିବି।

Advertisment

ସେ ତାଙ୍କ ବାପାମାଆଙ୍କ କଥାକୁ ନେଇ କହିଥିଲେ ଯେ ସେ କିପରି ସେମାନଙ୍କ ସହ ବୁଲୁଥିଲେ। ବର୍ତ୍ତମାନ ସେ ବୁଝୁଛନ୍ତି ଯେ ପିଲାମାନଙ୍କ ପାଇଁ ନିଜକୁ ଆଡ୍‌ଜଷ୍ଟ୍ କରିବା ବାପାମାଆଙ୍କ ଏକ ବଡ ଦାୟିତ୍ୱ। ସେ କହିଛନ୍ତି ଯେ “ଏହା ଏକ ବଡ ବଳିଦାନ ଏବଂ ମୁଁ ବହୁତ ଭାଗ୍ୟବାନ ଯେ ମତେ ଏପରି ବାପାମାଆ ମିଳିଛନ୍ତି ଯେଉଁମାନେ ଏହା କରିଛନ୍ତି।”

ଦେଶୀ ଗର୍ଲ ଆହୁରି କହିଛନ୍ତି ଯେ “କିନ୍ତୁ ଏପରି କିଛି ପରିବାର ଅଛନ୍ତି ଯେଉଁମାନେ ସାମାଜିକ ଚାପରେ ଅଛନ୍ତି, ଯେଉଁମାନେ ଜାଣନ୍ତି ନାହିଁ ଯେ ସେମାନେ ନିଜ ଝିଅମାନଙ୍କୁ ପ୍ରଶଂସା କରୁ ନାହାନ୍ତି। ତେଣୁ, ମୁଁ ଭାବୁଛି ଗୋଟିଏ ଜିନିଷ ଆମକୁ କରିବା ଆବଶ୍ୟକ, ତାହା ହେଉଛି ପିଲାମାନଙ୍କ ଯତ୍ନ ନେବା ସମୟରେ ପରସ୍ପର ସହ କଥା କରେଇବା। 

Advertisment

ଯେଉଁଠାରେ ମହିଳାମାନେ କ୍ଷମତାରେ ଅଛନ୍ତି, କେବଳ ଚାକିରି ପାଇଯିବା ପାଇଁ ନୁହେଁ, ପ୍ରକୃତରେ ସେମାନେ ନିଷ୍ପତ୍ତି ନେବା ଉଚିତ। ମୁଁ ଭାବୁଛି ଏହା ହିଁ ଆମ ପାଇଁ ପରିବର୍ତ୍ତନ ହେବ।

Priyanka Chopra Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ