Advertisment

ପ୍ରିୟଙ୍କା ଚୋପ୍ରା ଦେଖେଇଲେ ‘ସିଟାଡେଲ୍’ ଚରିତ୍ରର ଫଟୋ

ଗ୍ଲୋବାଲ୍ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ବିଗତ କିଛି ମାସ ହେବ ନିଜର ଆଗାମୀ ଫିଲ୍ମ ‘ସିଟାଡେଲ୍’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ତେବେ ସେ ଲଣ୍ଡନରେ କରୁଥିବା ଏହି ଫିଲ୍ମର ସୁଟିଂକୁ ନେଇ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ୍ କରି ନିଜ ଚରିତ୍ରର କିଛି ଝଲକ ଦେଖେଇଛନ୍ତି। ଋଷୋ ବ୍ରଦର୍ସଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Priyanka Chopra

Priyanka Chopra

Advertisment

ମୁମ୍ବାଇ : ଗ୍ଲୋବାଲ୍ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ବିଗତ କିଛି ମାସ ହେବ ନିଜର ଆଗାମୀ ଫିଲ୍ମ ‘ସିଟାଡେଲ୍’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ତେବେ ସେ ଲଣ୍ଡନରେ କରୁଥିବା ଏହି ଫିଲ୍ମର ସୁଟିଂକୁ ନେଇ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ୍ କରି ନିଜ ଚରିତ୍ରର କିଛି ଝଲକ ଦେଖେଇଛନ୍ତି। ଋଷୋ ବ୍ରଦର୍ସଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ପ୍ରିୟଙ୍କା ଚୋପ୍ରା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ସେଲ୍ଫି ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁରେ ମାଟି ଲାଗିଥିବା ଦେଖାଯାଉଛି। ଏହି ସେଲ୍‌ଫି ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “କାମରେ ମଇଳା ଦିନ। ଆପଣମାନେ ଏହାକୁ ଭେଟିବା ପାଇଁ ଅପେକ୍ଷା କରିପାରିବେ ନାହିଁ। #Citadel।” ପ୍ରିୟଙ୍କାଙ୍କ ଏହି ସେଲ୍‌ଫି ଉପରେ ପ୍ରଶଂସକମାନେ ତାଙ୍କୁ ଖୁବ ପ୍ରଶଂସା କରୁଥିବା ଦେଖାଯାଉଛି। କେହି କେହି “ତୁମର ଅଭିନୟ ପ୍ରକୃତରେ ଆଶ୍ଚର୍ଯ୍ୟଜନକ” ବୋଲି ଲେଖିଥିବା ବେଳେ ଆଉ କେହି “ସୁପର୍‌ ଆକର୍ଷଣୀୟ” ବୋଲି କହିଛନ୍ତି। ପ୍ରିୟଙ୍କାଙ୍କ ଜଣେ ପ୍ରଶଂସକ ତାଙ୍କ ସେଲ୍‌ଫି ଉପରେ କମେଣ୍ଟ ଦେଇ କହିଛନ୍ତି ଯେ “ଡ୍ୟୁଡ୍, ଏହା ବହୁତ ଚମତ୍କାର, ମୋତେ ଭଲ ଲାଗିଲା, ଆଗକୁ ବଢ ଏବଂ ଧୂମ ମଚେଇଦିଅ।”

Priyanka Chopraପ୍ରିୟଙ୍କା ଚୋପ୍ରା

ଇନ୍‌ଷ୍ଟାଗ୍ରାମ ସହିତ ପ୍ରିୟଙ୍କା ଇନଷ୍ଟା ଷ୍ଟୋରୀରେ ବି ସୁଟିଂ ଫଟୋ ସେୟାର କରି କହିଛନ୍ତି ଯେ ସୁଟିଂ ପରେ ସେ କିପରି ବହୁତ ଥକି ପଡିଛନ୍ତି। ଏହି ଫଟୋରେ ତାଙ୍କ ଆଖି ବୁଜିହୋଇଯାଇଥିବା ବେଳେ ଜିଭ ପଦାକୁ ବାହାରି ଆସିଛି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ “Switching to my EOD mood”

Advertisment
Priyanka Chopraପ୍ରିୟଙ୍କା ଚୋପ୍ରା

ନିକଟରେ ପ୍ରିୟଙ୍କା ଚୋପ୍ରା ଦୀର୍ଘ ସମୟ ପରେ ତାଙ୍କ ସ୍ୱାମୀ ନିକ୍‌ ଜୋନସଙ୍କୁ ଭେଟିଥିଲେ। କୋଭିଡ -୧୯ ମହାମାରୀ କାରଣରୁ ସେମାନଙ୍କ ବୃତ୍ତିଗତ ପ୍ରତିବଦ୍ଧତା ଏବଂ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ଗତ କିଛି ମାସ ଧରି ଏହି ଦମ୍ପତି ଅଲଗା ରହିବାକୁ ବାଧ୍ୟ ହୋଇଥିଲେ। ପରିସ୍ଥିତି ଏମିତି ହେଲା ଯେ ବର୍ତ୍ତମାନ ପ୍ରିୟଙ୍କା ଲଣ୍ଡନରେ ଥିବାବେଳେ ନିକ ତାଙ୍କ ସୁଟିଂ ପାଇଁ ଆମେରିକା ଚାଲିଯାଇଥିଲେ। ନିକ୍ ଏବେ ଜର୍ସି ବଏଜ୍ ପ୍ରଡକସନ୍‌ର୍ ରିହର୍ସାଲ୍ କରୁଛନ୍ତି।

Advertisment

ପ୍ରିୟଙ୍କା ଚୋପ୍ରାଙ୍କ କାମର କଥା କହିବାକୁ ଗଲେ, 'ସିଟାଡେଲ୍' ବ୍ୟତୀତ ଅନ୍ୟ କେତେକ ପ୍ରୋଜେକ୍ଟ୍ ପାଇପ୍‌ଲାଇନ୍‌ରେ ଅଛି। ଏହା ବ୍ୟତୀତ ନିକଟରେ 'ମ୍ୟାଟ୍ରିକ୍ସ ୪' ଏବଂ 'ଟେକ୍ସଟ୍ ଫର୍ ୟୁ'ର ସୁଟିଂ ଶେଷ ହୋଇଛି। ଏହା ଛଡା ‘ଇଣ୍ଡିଆନ୍ ୱେଡିଙ୍ଗ କମେଡି’ରେ ମିଣ୍ଡି କାଲିଙ୍ଗଙ୍କ ସହ ମଧ୍ୟ ନଜର ଆସିବେ, ଯାହା ନିଜେ ପ୍ରସ୍ତୁତ କରୁଛନ୍ତି।

Priyanka Chopra Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ