Advertisment

ଲୋକଙ୍କୁ ପାଗଳ କଲା ପ୍ରିୟଙ୍କାଙ୍କ ୧୮ ବର୍ଷର ଫଟୋ

ଆପଣ ଦେଖିଛନ୍ତି କି ପ୍ରିୟଙ୍କାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା? ସେତେବେଳେ ସେ କେମିତି ଲାଗୁଥିଲେ ଦେଖନ୍ତୁ…

ଅଦ୍ୟତନ ହୋଇଛି
Priyanka Chopra shared a 22 year old picture

Priyanka Chopra shared a 22 year old picture

Advertisment

ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆଜି କୌଣସି ପରିଚୟ ପାଇଁ ବ୍ୟାକୁଳ ନୁହଁନ୍ତି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନୟ ପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ହୋଇଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ହଲିଉଡ୍‌ରେ ମଧ୍ୟ ହଲଚଲ କରୁଛନ୍ତି। ଚଳଚ୍ଚିତ୍ର ଏବଂ ଅଭିନୟ ସହିତ ଲୋକଙ୍କୁ ମନୋରଞ୍ଜନ କରୁଥିବା ପ୍ରିୟଙ୍କା ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଜଡିତ ହେଉଛନ୍ତି।

Advertisment

ସେ ପ୍ରାୟତଃ ଇଣ୍ଟର୍‌ନେଟ୍‌ରେ ପ୍ରଶଂସକଙ୍କ ସହିତ ନିଜର ଫଟୋ ଓ ଭିଡିଓ ଶେୟାର କରନ୍ତି। ଏହି କ୍ରମରେ ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି, ଯାହା ଏବେ ଚର୍ଚ୍ଚାରେ ରହିଛି।

ଅଭିନେତ୍ରୀ ଏହି ଥ୍ରୋବ୍ୟାକ୍ ଫଟୋକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ଏହା ଭାଇରାଲ ହେବାରେ ଲାଗିଛି। କେବଳ ସେତିକି ନୁହେଁ, ତାଙ୍କର ଏହି ଫଟୋ ହେତୁ ଅଭିନେତ୍ରୀ ଟ୍ୱିଟରରେ ମଧ୍ୟ ଟ୍ରେଣ୍ଡ୍‌ କରୁଛନ୍ତି। ଏହି ଫଟୋଟି ୨୦୦୦ ମସିହାର, ଯେତେବେଳେ ଅଭିନେତ୍ରୀଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଏହି ଫଟୋରେ ପ୍ରିୟଙ୍କା ବିକିନି ପିନ୍ଧିଥିବା ବେଳେ କପାଳରେ ବିନ୍ଦି ଓ ହାତରେ ଚୁଡି ପିନ୍ଧିଛନ୍ତି।

Advertisment

ଏହି ଫଟୋ ଶେୟାର କରି ଅଭିନେତ୍ରୀ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ ଏହା ପ୍ରାୟ ନଭେମ୍ବର ୨୦୦୦। ମୋର ୧୮ ବର୍ଷର "ସ୍ମୋଲ୍ଡର୍"। ପ୍ରିୟଙ୍କାଙ୍କ ଏହି ପଟୋକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ଏହି ପୋଷ୍ଟ୍‌କୁ ୮ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

ଏଥି ସହିତ ପ୍ରିୟଙ୍କାଙ୍କ ଏହି ଫଟୋ ଉପରେ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ମଧ୍ୟ ଫାୟାର ଇମୋଜୀ ସହିତ ପ୍ରତିକ୍ରିୟା ଦେଇଛନ୍ତି। ଏହା ବ୍ୟତୀତ, ଅନ୍ୟମାନେ ମଧ୍ୟ ଏହି ଫଟୋ ଉପରେ ସେମାନଙ୍କ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

Advertisment

କାମ କଥା କହିଲେ ପ୍ରିୟଙ୍କା ଚୋପ୍ରା ଖୁବ୍ ଶୀଘ୍ର ହଲିଉଡ୍‌ ଫିଲ୍ମ ‘ଇଟ୍ ଅଲ୍ କମିଙ୍ଗ୍ ବ୍ୟାକ୍ ତୋ ମାଇଁ’ରେ ନଜର ଆସିବେ। ଏହା ବ୍ୟତୀତ, ଯଦି ଆମେ ବଲିଉଡ୍‌ ଫିଲ୍ମ ବିଷୟରେ କହିବା, ତେବେ ସେ ଫରହାନ ଅଖତରଙ୍କ ଫିଲ୍ମ 'ଜୀ ଲେ ଜରା'ରେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ସହ ନଜର ଆସିବେ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି।

Priyanka Chopra Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ