Advertisment

ଡାଇରେକ୍ଟରଙ୍କ ପୋଲ୍‌ ଖୋଲିଲେ ପ୍ରିୟଙ୍କା, ସୁଟିଂ ସେଟ୍‌ରେ ଘଟିଥିଲା ଏମିତି କିଛି...

ପ୍ରିୟଙ୍କା ଚୋପ୍ରା ଅତୀତରେ କହିଥିଲେ ଯେ ଏଠାରେ ବହୁ ରାଜନୀତି ଚାଲିଥିବାରୁ ସେ ବଲିଉଡ୍ ଛାଡିଥିଲେ। ସେ ଫିଲ୍ମ ସେଟ୍‌ରୁ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା। ଡାଇରେକ୍ଟର ତାଙ୍କୁ ଏମିତି କଥା କହିଥିଲେ ଯେ ତାଙ୍କୁ ଖୁବ୍ ବାଧିଥିଲା।

ଅଦ୍ୟତନ ହୋଇଛି
Priyanka Chopra's Shocking Revelation

Priyanka chopra reveals shocking behind camera

Advertisment

ବଲିଉଡ୍‌ ଛାଡିବା ପରେ ପ୍ରିୟଙ୍କା ଚୋପ୍ରା ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ବଡ ବଡ ହଲିଉଡ୍‌ ପ୍ରୋଜେକ୍ଟ ସହିତ ଜଡିତ ଅଛନ୍ତି। ବର୍ତ୍ତମାନେ ବଲିଉଡକୁ ନେଇ ସେ ଏମିତି କିଛି ମତ ଦେଇଛନ୍ତି ଯାହାକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା। ସେ ବଲିଉଡର ନିର୍ଦ୍ଦେଶକ ଏବଂ ଫିଲ୍ମର ଏକ ଦୃଶ୍ୟକୁ ନେଇ ବଡ ଖୁଲାସା କରିଛନ୍ତି। ଏହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି।

Advertisment

ପ୍ରିୟଙ୍କା ଚୋପ୍ରା ଅତୀତରେ କହିଥିଲେ ଯେ ଏଠାରେ ବହୁ ରାଜନୀତି ଚାଲିଥିବାରୁ ସେ ବଲିଉଡ୍ ଛାଡିଥିଲେ। ଗୋଟିଏ ସମୟରେ ତାଙ୍କୁ ଜାଣିଶୁଣି ସାଇଡ୍ କରି ଦିଆଯାଇଥିଲା। ଏହି କାରଣରୁ ସେ ହଲିଉଡ୍‌ ପ୍ରୋଜେକ୍ଟ ନେବା ଆରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ଝିଅ ପାଇଁ କ୍ୟାରିୟର୍ ଛାଡିଦେବେ କି ପ୍ରିୟଙ୍କା; କାହିଁକି କହିଲେ ଏମିତି ?

Advertisment
Priyanka Chopra most attractive Photos(ପ୍ରିୟଙ୍କା ଚୋପ୍ରାଙ୍କ ଆକର୍ଷଣୀୟ ଅବତାର)

ନିକଟରେ ପ୍ରିୟଙ୍କା ଚୋପ୍ରା ଏକ ମାଗାଜିନ୍‌କୁ ଏକ ସାକ୍ଷାତକାର ଦେଇଛନ୍ତି, ଯେଉଁଥିରେ ସେ ଫିଲ୍ମ ସେଟ୍‌ରୁ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା। ଡାଇରେକ୍ଟର ତାଙ୍କୁ ଏମିତି କଥା କହିଥିଲେ ଯେ ତାଙ୍କୁ ଖୁବ୍ ବାଧିଥିଲା।

ପ୍ରିୟଙ୍କା କହିଛନ୍ତି, “ଏହି କଥା ୨୦୦୨-୦୩ ମସିହାର, ଯେତେବେଳେ ମୁଁ ଏକ ଚଳଚ୍ଚିତ୍ର ପାଇଁ ଏକ ସିନ୍ ସୁଟିଂ କରୁଥିଲି। ଏଥିରେ ମୋତେ ସିନ୍ ଅନୁଯାୟୀ ମୋର କିଛି ପୋଷାକ କାଢିବାକୁ ଥିଲା। ସେତେବେଳେ ଡାଇରେକ୍ଟର ଜୋରରେ ପାଟି କରି କହିଲେ ଯେ ‘ମତେ ତୁମର .... ୱିୟର୍ ଦେଖିବାର ଅଛି, ନଚେତ୍ ଫିଲ୍ମ ଦେଖିବାକୁ କିଏ ଆସିବ?”

Advertisment

ପ୍ରିୟଙ୍କା ଚୋପ୍ରା ଆହୁରି କହିଛନ୍ତି, “ମୁଁ ପ୍ରଥମ ଥର ନିର୍ଦ୍ଦେଶକଙ୍କ ସହ କାମ କରୁଥିଲି ଏବଂ ସେତେବେଳେ ମୁଁ ନୂଆ ଥିଲି। ସେ ଖୁବ୍ ଅମାନୁଷିକ ଦେଖାଯାଉଥିଲେ।”

ପ୍ରକାଶଥାଉ ଯେ ୨୦୦୪ରେ ପ୍ରିୟଙ୍କାଙ୍କ ଫିଲ୍ମ 'ଏତରାଜ୍' ଆସିଥିଲା ​​ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ଅବ୍ବାସ ମୁସ୍ତାନ। ଏଭଳି ପରିସ୍ଥିତିରେ ଆଲୋଚନା ହେଉଛି ଯେ ପ୍ରିୟଙ୍କା ନା’ ନ ନେଇ ଏହି ଫିଲ୍ମ ବିଷୟରେ କହିଛନ୍ତି।

ପ୍ରିୟଙ୍କାଙ୍କ ଏହି ମତ ସାମ୍ନାକୁ ଆସିବା ପରେ ବଲିଉଡ କରିଡରରେ ହଙ୍ଗାମା ଖେଳିଯାଇଛି। ଏଥି ସହିତ, ବଲିଉଡ ପରଦା ପଛରେ ଥିବା ସତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ପ୍ରିୟଙ୍କା ଚୋପ୍ରାଙ୍କ ଉପଲବ୍ଧି; ଆପଣ ବି କହିବେ ସାବାସ୍ ଦେଶୀ ଗାର୍ଲ

Priyanka Chopra Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ