Advertisment

ପ୍ରିୟଙ୍କା ଚୋପ୍ରାଙ୍କ ଉପଲବ୍ଧି; ଆପଣ ବି କହିବେ ସାବାସ୍ ଦେଶୀ ଗାର୍ଲ

‘ସିଟାଡେଲ୍‌’କୁ ନେଇ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଚର୍ଚ୍ଚାରେ। ଏହି ସମୟରେ, ଦେଶୀ ଗାର୍ଲଙ୍କ ଏକ ମତ ଆଲୋଚନାର ପରିସରକୁ ଆସିଛି। ମନୋରଂଜନ ଦୁନିଆରେ ୨୨ ବର୍ଷ କାମ କଲା ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଆସନ୍ତୁ ଜାଣିବା

ଅଦ୍ୟତନ ହୋଇଛି
Priyanka chopra reveals first time she got equal pay in citadel

Priyanka chopra reveals first time she got equal pay in citadel

Advertisment

ଅପ୍‌କମିଙ୍ଗ୍‌ ସିରିଜ୍ ‘ସିଟାଡେଲ୍‌’କୁ ନେଇ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚର୍ଚ୍ଚାରେ। ଫିଲ୍ମରେ ତାଙ୍କ ଆକ୍ସନକୁ ନେଇ ଚାରିଆଡେ ଆଲୋଚନା ହେଉଥିବା ବେଳେ ପ୍ରଶଂସକମାନେ ଏହି ସିରିଜ୍ ଦେଖିବା ପାଇଁ ଉତ୍ସାହ ପ୍ରକାଶ କରୁଥିବା ମଧ୍ୟ ଦେଖିବାକୁ ମିଳେ। ଏହି ସମୟରେ, ଦେଶୀ ଗାର୍ଲଙ୍କ ଏକ ମତ ଚର୍ଚ୍ଚାର ପରିସରକୁ ଆସିଛି, ଯେଉଁଥିରେ ସେ ଏହି ‘ସିଟାଡେଲ୍‌’ ସିରିଜ୍‌ରେ ତାଙ୍କ ଫି ବିଷୟରେ କହିଛନ୍ତି। ଏଥିରେ ତାଙ୍କୁ ପ୍ରଥମ ଥର ପାଇଁ ହିରୋଙ୍କ ସହ ସମାନ ଫିସ୍ ମିଳିଛି।

Advertisment

ଚଳଚ୍ଚିତ୍ର ମହୋତ୍ସବରେ ଆମାଜନ ଷ୍ଟୁଡିଓର ମୁଖ୍ୟ ଜେନିଫର ସାଲ୍‌କେଙ୍କ ସହ କଥାବାର୍ତ୍ତା ବେଳେ ପ୍ରିୟଙ୍କା କହିଛନ୍ତି, "ଏହା କହି ମୁଁ ଅସୁବିଧାରେ ପଡିପାରେ। ତେବେ ଏହା ତାହା ଉପରେ ନିର୍ଭର କରେ ଯେ ଏହାକୁ କିଏ ଦେଖୁଛନ୍ତି। ମୁଁ ମନୋରଞ୍ଜନ ଶିଳ୍ପରେ ୨୨ ବର୍ଷ ଧରି କାମ କଲିଣି। ପାଖାପାଖି ୭୦ ରୁ ଅଧିକ ଫିଚର୍ ଏବଂ ୨ଟି ଟିଭି ଶୋ କରିସାରିଛି। କିନ୍ତୁ ଯେତେବେଳେ ମୁଁ ‘ସିଟାଡେଲ’ରେ କାମ କଲି, ମୋ କ୍ୟାରିୟରରେ ପ୍ରଥମ ଥର ପାଇଁ ସମାନ ଦରମା ପାଇଲି।"

ଅଭିନେତ୍ରୀ ଆହୁରି କହିଛନ୍ତି, "ମୁଁ ଏହାକୁ ନେଇ ହସୁଛି, କାରଣ ଏହା ହସିବାର କାରଣ। ବିନିଯୋଗ ଏବଂ କାମ ସମାନ ହେଲେ ମଧ୍ୟ ମୁଁ ବହୁତ କମ୍ ଟଙ୍କା ପାଇଥାଏ। କିନ୍ତୁ ଆମାଜନ ଷ୍ଟୁଡିଓର କହିବା କଥା ତୁମେ ଏଥି ପାଇଁ ହକ୍‌ଦାର୍‌, ଆପଣ ଜଣେ ଅଂଶୀଦାର। ମୁଁ କହିଥିଲି 'ଆପଣ ଠିକ୍, କହିଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହା କଣ ଏଥିପାଇଁ ହେଲା କି ଏଠି ହଲିଉଡ୍‌ରେ ଖୁବ କମ୍ ମହିଳା ନିଜ ନିଷ୍ପତ୍ତି ନିଜେ ନିଅନ୍ତି? ଯଦି କୌଣସି ମହିଳା ସେହି ନିଷ୍ପତ୍ତି ନେଇ ନଥାନ୍ତେ ତେବେ ଏହା ଏକ ଭିନ୍ନ କଥା ହେଇଥାନ୍ତା କି? କାରଣ ସେସବୁ ଏମିତି ସେମିତି କଥା ନୁହେଁ ଯାହା ଅତି ସହଜରେ ହୋଇଯାଏ।”

Advertisment

ପ୍ରିୟଙ୍କା ଚୋପ୍ରା ଏବଂ ରିଚାର୍ଡ ମ୍ୟାଡେନଙ୍କ ‘ସିଟାଡେଲ୍’ ହେଉଛି ଏକ ସ୍ପାଇ ଆକ୍ସନ୍ ଥ୍ରୀଲର ସିରିଜ୍, ଯାହା ୨୮ ଏପ୍ରିଲରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାର ପ୍ରୋମୋ ନିକଟରେ ରିଲିଜ୍ ହୋଇସାରିଛି।

Priyanka Chopra Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ