Advertisment

ୟୁକ୍ରେନ୍‌ର ଶରଣାର୍ଥୀଙ୍କୁ ଭେଟି ଭାବପ୍ରବଣ ହୋଇଗଲେ ପ୍ରିୟଙ୍କା ଚୋପ୍ରା

ନିକଟରେ ପ୍ରିୟଙ୍କା ଚୋପ୍ରା ପୋଲାଣ୍ଡରେ ୟୁକ୍ରେନ୍‌ର ଶରଣାର୍ଥୀଙ୍କୁ ଭେଟିଛନ୍ତି। ଏଠାରେ ଥିବା ମହିଳା ଓ ପିଲାମାନଙ୍କ ସଙ୍କଟକୁ ଦେଖି ସେ ଦୁଃଖି ହୋଇଯାଇଥିଲେ। ସେମାନଙ୍କୁ ସାହାଯ୍ୟ କରିବାକୁ ସେ ସାରା ଦୁନିଆଁକୁ ଗୁହାରି କରିଛନ୍ତି।

Priyanka chopra meet Ukraine refugees children

Priyanka chopra meet Ukraine refugees children

Advertisment

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟ ୧୫ ବର୍ଷ ଧରି ୟୁନିସେଫ୍‌ ସହିତ ଜଡିତ ଅଛନ୍ତି। ମିଳିତ ଜାତିସଂଘର ଏହି ସଂଗଠନ ପାଇଁ ସେ ନିରନ୍ତର ସମାଜ ମଙ୍ଗଳ ପାଇଁ କାମ କରୁଛନ୍ତି। ଏହି ପ୍ରସଙ୍ଗରେ ପ୍ରିୟଙ୍କା ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ସେ ପୋଲାଣ୍ଡର ୟୁନିସେଫ୍ ସମ୍ମିଳନୀ କେନ୍ଦ୍ରରେ ପହଞ୍ଚି ୟୁକ୍ରେନ୍‌ର ଶରଣାର୍ଥୀ ମହିଳା ଏବଂ ପିଲାମାନଙ୍କୁ ଏଠାରେ ଭେଟିଛନ୍ତି।

Advertisment

ୟୁକ୍ରେନର ଏହି ନାଗରିକମାନେ ଋଷ୍‌ର ଆକ୍ରମଣ ମଧ୍ୟରେ ପୋଲାଣ୍ଡର ଶରଣାର୍ଥୀ କେନ୍ଦ୍ରରେ ପହଞ୍ଚିଛନ୍ତି। ଏଠାରେ ସବୁ ବୟସର ଲୋକ ଅଛନ୍ତି। ପ୍ରିୟଙ୍କା ଏଠାରେ ସମସ୍ତଙ୍କୁ ଭେଟି ପିଲାମାନଙ୍କ ସହିତ ବହୁତ ସମୟ ବିତାଇଲେ।

ଏଠାରେ ରହୁଥିବା ଲୋକମାନଙ୍କ ସହ ମିଶି ପ୍ରିୟଙ୍କା ଚୋପ୍ରା ହସ୍ତଶିଳ୍ପ କାମ ମଧ୍ୟ କରିଥିଲେ। କିଛି ପିଲା ପ୍ରିୟଙ୍କାଙ୍କୁ ସେମାନଙ୍କ ହାତ ତିଆରି ଖେଳଣା ମଧ୍ୟ ଉପହାର ଦେଇଥିଲେ। ପ୍ରିୟଙ୍କା ୟୁକ୍ରେନର ଶରଣାର୍ଥୀ ମହିଳାଙ୍କଠାରୁ ସେମାନଙ୍କ ଅବସ୍ଥା ଜାଣିବାକୁ ଚେଷ୍ଟା କରିଥିଲେ ଏବଂ ସେମାନଙ୍କୁ ସାନ୍ତ୍ୱନା ମଧ୍ୟ ଦେଇଥିଲେ।

Advertisment

ଏହି ଭିଡିଓରେ ଦେଖାଯାଇଛି ଯେ ଯେତେବେଳେ ପ୍ରିୟଙ୍କା ସେମାଙ୍କ ସହ କଥା ହୋଇଥିଲେ, ସେତେବେଳେ ସେ କହିଥିଲେ ଯେ ଋଷର ଆକ୍ରମଣ କିପରି ଲୋକଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ପକାଇଛି, ବିଶେଷ କରି ଛୋଟ ପିଲା ଏବଂ ମହିଳାଙ୍କ ଉପରେ।

ଭିଡିଓ ଶେୟାର କରିବାବେଳେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏକ ଲମ୍ବା ନୋଟ୍ ଲେଖିଛନ୍ତି। ସେ ଲେଖିଛନ୍ତି, ୟୁକ୍ରେନ୍‌ରେ ଯୁଦ୍ଧ ପରିସ୍ଥିତି ଏପର୍ଯ୍ୟନ୍ତ ବି ସରି ନାହିଁ।

Advertisment

ପ୍ରିୟଙ୍କା ଆହୁରି ଲେଖିଛନ୍ତି ଯେ ଏହା ହେଉଛି ବିଶ୍ୱର ସବୁଠାରୁ ବଡ ମାନବ ବିସ୍ଥାପନ ସଙ୍କଟ! ସେ ଲେଖିଛନ୍ତି, "ଦୟାକରି ଏମାନଙ୍କ ଜୀବନରେ ଖୁସି ଆଣିବାକୁ ଚେଷ୍ଟା କରନ୍ତୁ। ଏମାନେ ଏହି ଯୁଦ୍ଧ ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛନ୍ତି।" ପିଲାମାନଙ୍କୁ ଭେଟିବାବେଳେ ପ୍ରିୟଙ୍କା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ। ଆଉ କାନ୍ଦି ପକେଇଥିଲେ।

ପ୍ରକାଶଥାଉ ଯେ ଫେବୃଆରୀ ୪ରେ ଋଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଋଷ ଏବଂ ଏହାର ସେନାବାହିନୀ ବିଭିନ୍ନ ପ୍ରକାର ଯୁଦ୍ଧ ଅପରାଧରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି। ଏହି ଯୁଦ୍ଧ ୫ ମାସରୁ ଅଧିକ ସମୟ ଧରି ଚାଲିଲାଣି। ଅନେକ ୟୁକ୍ରେନ୍‌ ନାଗରିକ ଏବଂ ସୈନିକ ଏଥିରେ ପ୍ରାଣ ହରାଇଲେଣି।

Priyanka Chopra Bollywood Russia Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ