Advertisment

ସୁଟିଂ ବେଳେ କଟିଗଲା ବେକ; ଟିକେ ଟିକେରେ ବଞ୍ଚିଗଲେ ଦେଶୀ ଗାର୍ଲ୍

ଗୋଟିଏ ପରେ ଗୋଟିଏ ଅନେକ ସିରିଜ୍‌ ଏବଂ ହଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସୁଥିବା ପ୍ରିୟଙ୍କା ହୁଏତ ଭାରତଠାରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ନିକଟରେ ସେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି।

ଅଦ୍ୟତନ ହୋଇଛି
Priyanka chopra gets huge cut during shooting for stunt scenes

Priyanka chopra gets huge cut during shooting for stunt scenes

Advertisment

ଗ୍ଲୋବାଲ୍‌ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ଆଜିକାଲି ହଲିଉଡରେ ତରଙ୍ଗ ସୃଷ୍ଟି କରୁଛନ୍ତି। ଗୋଟିଏ ପରେ ଗୋଟିଏ ଅନେକ ସିରିଜ୍‌ ଏବଂ ହଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସୁଥିବା ପ୍ରିୟଙ୍କା ହୁଏତ ଭାରତଠାରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ପ୍ରଶଂସକମାନେ ଚିନ୍ତିତ ଥିବା ଦେଖିବା ପରେ ନିକଟରେ ସେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି। ଦେଶୀ ଗାର୍ଲ ସୂତାଏ ସୂତାଏରେ ବଞ୍ଚିଯାଇଛନ୍ତି। ଏ କଥା ସେ ତାଙ୍କ ପ୍ରଶସଂକଙ୍କ ସହ ଶେୟାର କରିଛନ୍ତି।

Advertisment

ପ୍ରିୟଙ୍କା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଏବଂ ପ୍ରଶଂସକଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ସେ ତାଙ୍କ ଆଘାତପ୍ରାପ୍ତ ଶରୀରର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ସେ କିପରି ଏହି ଭୟଙ୍କର ଆଘାତ ପାଇଛନ୍ତି।

ବର୍ତ୍ତମାନ୍ ଗ୍ଲୋବାଲ୍ ଷ୍ଟାର୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦ ବ୍ଲଫ୍' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ସେ ଏହି ଆଗାମୀ ଚଳଚ୍ଚିତ୍ରର ସୁଟିଂରୁ ଏକ ଫଟୋ ଶେୟାର କରିଛନ୍ତି। ପ୍ରିୟଙ୍କା ଇନଷ୍ଟା ଷ୍ଟୋରୀରେ ନିଜର ଏହି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବେକରେ ଏକ ଗଭୀର ଲମ୍ବା କ୍ଷତ ଦେଖିବାକୁ ମିଳିଛି। ଏହି ଫଟୋ ସାମ୍ନାକୁ ଆସିବା ପରଠାରୁ 'ଦେଶୀ ଗାର୍ଲ'ଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି।

Advertisment

ଫଟୋ ଶେୟାର କରି ପ୍ରିୟଙ୍କା କ୍ୟାପ୍‌ସନ୍‌ରେ ଲେଖିଛନ୍ତି - 'ଓଃ ମୋ କାମରେ ବୃତ୍ତିଗତ ବିପଦ...' ଫଟୋ ସହିତ ସେ କ୍ୟାପ୍‌ସନ୍‌ରେ 'ବ୍ଲଫ' ମଧ୍ୟ ଲେଖିଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ଯେତେବେଳେ ଅଭିନେତ୍ରୀ ଏହି ଆଘାତ ପାଇଥିଲେ, ସେତେବେଳେ ସେ 'ଦ ବ୍ଲଫ୍'ର ଏକ ଷ୍ଟଣ୍ଟ୍ ଦୃଶ୍ୟର ସୁଟିଂ କରୁଥିଲା।

ପ୍ରିୟଙ୍କା ଚୋପ୍ରାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଫଟୋ ଦେଖି ପ୍ରଶଂସକମାନେ ପ୍ରିୟଙ୍କାଙ୍କୁ ସତର୍କ ରହିବାକୁ ଏବଂ ନିଜର ଯତ୍ନ ନେବାକୁ ପରାମର୍ଶ ଦେଉଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଫିଲ୍ମର ସୁଟିଂ ସମୟରେ ପ୍ରିୟଙ୍କା ଆହତ ହୋଇଛନ୍ତି।

Advertisment

‘ଦ ବ୍ଲଫ୍’ର ବିଷୟରେ କହିବାକୁ ଗଲେ ଏହା ଉନବିଂଶ ଶତାବ୍ଦୀର କାରିବିୟାନ୍‌ରେ ସ୍ଥାପିତ ହୋଇଛି ଏବଂ ଏହା ଜଣେ ମହିଳା ଜଳ ଦସ୍ୟୁ(ସମୁଦ୍ର ଡକାୟତ) ର କାହାଣୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କାଙ୍କୁ ଜଳ ଦସ୍ୟୁ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କାଙ୍କ ଚରିତ୍ର ହେଉଛି ସେ ତାଙ୍କ ପରିବାରର ସୁରକ୍ଷା ପାଇଁ ଏକ ଯାତ୍ରା ଆରମ୍ଭ କରିଛନ୍ତି ଯେତେବେଳେ ତାଙ୍କ ଅତୀତର ରହସ୍ୟମୟ ପାପ ତାଙ୍କ ପରିବାରର ପଛରେ ପଡିଯାଏ। ପ୍ରିୟଙ୍କାଙ୍କୁ ଶେଷ ଥର ପାଇଁ 'ଲଭ୍ ଏଗେନ୍' ରେ ଦେଖିବାକୁ ମିଳିଥିଲା।

Priyanka Chopra Bollywood Hollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ