Advertisment

ନିଆଁ ଲଗାଇଲେ ସନ୍ନୀ, ସନ୍ଥ କହିଲେ- ‘ବ୍ୟାନ୍‌ ନହେଲେ...’

ସନ୍ନୀ ଲିଓନୀଙ୍କ ନୂଆ ଗୀତ "Madhuban mein Radhika naache"କୁ ନେଇ ବିବାଦ ସୃଷ୍ଟି ହୋଇଛି। ଡିସେମ୍ବର ୨୨ରେ ରିଲିଜ ହୋଇଥିବା ଏହି ଗୀତକୁ ବ୍ୟାନ୍‌ କରିବା ପାଇଁ ଦାବି ହୋଇଛି।

ଅଦ୍ୟତନ ହୋଇଛି
Sunny Leone

Sunny Leone

Advertisment

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ସନ୍ନୀ ଲିଓନୀଙ୍କ ନୂଆ ଗୀତ "Madhuban mein Radhika naache"କୁ ନେଇ ବିବାଦ ସୃଷ୍ଟି ହୋଇଛି। ଡିସେମ୍ବର ୨୨ରେ ରିଲିଜ ହୋଇଥିବା ଏହି ଗୀତକୁ ବ୍ୟାନ୍‌ କରିବା ପାଇଁ ଦାବି ହୋଇଛି। ଗୀତରେ ସନ୍ନୀଙ୍କ ଅଶ୍ଲୀଳ ନୃତ୍ୟ ଧାର୍ମିକ ଭାବନା ପ୍ରତି କୁଠାରଘାତ କରିଥିବା ଅଭିଯୋଗ ହୋଇଛି। 

Advertisment

ତେଣୁ ସନ୍ନୀଙ୍କ ଏହି ଗୀତକୁ ବ୍ୟାନ୍‌ କରିବା ଲାଗି ମଥୁରାର ପୂଜକମାନେ ଦାବି କରିଛନ୍ତି। ଯଦି ସରକାର ଏହି ଗୀତକୁ ବ୍ୟାନ୍‌ ନକରନ୍ତି ଓ ଅଭିନେତ୍ରୀ ସନ୍ନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତା’ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ବୃନ୍ଦାବନର ଜଣେ ସନ୍ଥ କହିଛନ୍ତି।

ଏହାସହ ଏହି ଗୀତରେ ଥିବା ସନ୍ନୀଙ୍କ ଅଶ୍ଲୀଳ ନୃତ୍ୟକୁ ହଟାଯିବା ସହ ଜନସାଧାରଣଙ୍କ ଆଗରେ ଅଭିନେତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ। ଯଦି ସେ ଏହା ନକରନ୍ତି, ତା’ହେଲେ ତାଙ୍କୁ ଭାରତରେ ରହିବାକୁ ଅନୁମତି ମିଳିବ ନାହିଁ।

Advertisment

ସନ୍ନୀଙ୍କ ଏହି ନୂଆ ଗୀତରେ କନିକା କପ୍ପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି। ୧୯୬୦ରେ ରିଲିଜ ହୋଇଥିବା ଫିଲ୍ମ ‘Kohinoor’ ପାଇଁ ‘ Madhuban mein Radhika naache’ ଗୀତର ଅରିଜିନାଲରେ ମହମ୍ମଦ ରଫି କଣ୍ଠଦାନ କରିଥିଲେ। 

Bollywood Sunny Leone Madhuban Mein Radhika Song
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ