Advertisment

ଚାଲିଗଲେ ସିନେ ଷ୍ଟାର୍‌ଙ୍କ ପ୍ରିୟ ମଣିଷ; ଦୁଃଖରେ ଭାସିଲା ବଲିଉଡ୍

ଫଟୋଗ୍ରାଫର ପ୍ରଦୀପ ବାନ୍ଦେକର ୭୦ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ANIରେ ପ୍ରଦୀପଙ୍କ ପୁଅ ପ୍ରଥମେଶ ତାଙ୍କ ଦେହାନ୍ତ ଦେଇ କହିଛନ୍ତି ଯେ ରବିବାର ସକାଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛି।

Press photographer pradeep bandekar dies at 70

Press photographer pradeep bandekar dies at 70

Advertisment

ଭେଟେରାନ ପ୍ରେସ୍‌ ଫଟୋଗ୍ରାଫର ପ୍ରଦୀପ ବାନ୍ଦେକର ୭୦ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ANIରେ ପ୍ରଦୀପଙ୍କ ପୁଅ ପ୍ରଥମେଶ ତାଙ୍କ ଦେହାନ୍ତ ଦେଇ କହିଛନ୍ତି ଯେ ରବିବାର ସକାଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛି। ପ୍ରଦୀପ ବାନ୍ଦେକରଙ୍କ ଦେହାନ୍ତ ହେତୁ ବଲିଉଡ୍‌ରେ ଶୋକର ଲହରୀ ଖେଳିଯାଇଛି। ତାଙ୍କ ଦେହାନ୍ତରେ ଅନେକ ତାରକା ସମବେଦନା ଜଣାଇଛନ୍ତି।

Advertisment


ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ:

ପ୍ରଦୀପ ବାନ୍ଦେକରଙ୍କ ଦେହାନ୍ତ ଖବର ହେତୁ ବଲିଉଡ୍‌ରେ ଶୋକର ଲହରୀ ଖେଳିଯାଇଛି। ତାଙ୍କ ମୃତ୍ୟୁକୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଦୁଃଖ ପ୍ରକାଶ କରିଛନ୍ତି। ଅନେକ ଲୋକ ସେମାନଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଶୋକ ପ୍ରକାଶ କରିଛନ୍ତି। ଭେଟେରାନ୍ ଅଭିନେତା ଅଜୟ ଦେବଗନ୍ X ରେ ଲେଖିଛନ୍ତି, “ପ୍ରଦୀପ ବାନ୍ଦେକର ଜୀଙ୍କର ଦେହାନ୍ତ ଏକ ବ୍ୟକ୍ତିଗତ କ୍ଷତି। ଆମ ପରିବାର ସହିତ ତାଙ୍କର ଦୀର୍ଘ ଦଶନ୍ଧିର ସମ୍ପର୍କ ଲେନ୍ସ ବାହାରେ। ତାଙ୍କର ଅନୁପସ୍ଥିତିକୁ ସବୁବେଳେ ମିସ୍ କରାଯିବ ଆଉ ତାଙ୍କୁ ସର୍ବଦା ମନେପକାଯିବ। ଓମ୍ ଶାନ୍ତି।”

Advertisment


ବିପାଶାଙ୍କ ଦୁଃଖ ପ୍ରକାଶ:

ପ୍ରଦୀପ ବାନ୍ଦେକରଙ୍କ ଦେହାନ୍ତରେ ଖାଲି ଅଜୟ ଦେବଗନ୍‌ ନୁହାନ୍ତି ଇଣ୍ଡଷ୍ଟ୍ରିର ଆହୁରି ଅନେକ ତାରକା ଦୁଃଖ ପ୍ରକାଶ କରିଛନ୍ତି। ଅଭିନେତ୍ରୀ ବିପାଶା ବସୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, “RIP ପ୍ରଦୀପ ଜୀ। ପରିବାରକୁ ଶକ୍ତି ମିଳୁ।” ସେହିପରି ଅଭିନେତା ନିଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଲେଖିଛନ୍ତି,“ପ୍ରଦୀପ ଜୀ ଆପଙ୍କୁ ମିସ୍ କରିବୁ। ଆମ ଜୀବନର କିଛି ସୁନ୍ଦର ମୁହୂର୍ତ୍ତକୁ କାବୁ କରିଥିବାରୁ ଏବଂ ଆପଣ ହସ ଏବଂ ସକାରାତ୍ମକତା ସହିତ ଆମକୁ ପଛରେ ପକେଇ ଦେଇଥିବାରୁ ଧନ୍ୟବାଦ।”

Advertisment

କିଏ ଏହି ପ୍ରଦୀପ ବାନ୍ଦେକର:

ପ୍ରକାଶଥାଉ ଯେ ତାଙ୍କର ଦୀର୍ଘ ଦଶନ୍ଧି କ୍ୟାରିଅରରେ ପ୍ରଦୀପ ଚଳଚ୍ଚିତ୍ର ତାରକାମାନଙ୍କ ସହ ମିଶି କାମ କରୁଥିଲେ। ସେ ବଲିଉଡ୍‌ର ଅନେକ ବରିଷ୍ଠଙ୍କ ସହିତ ଦୃଢ ସମ୍ପର୍କ ତିଆରି କରିଥିଲେ। ଅଜୟ ଦେବଗନଙ୍କ ଠାରୁ ମନୋଜ ବାଜପେୟୀ ପର୍ଯ୍ୟନ୍ତ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ଭଲ ଭାବେ ମିଶୁଥିଲେ।

Ajay Devgn Bollywood Bipasha Basu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ