Advertisment

ଆସିଲା 'ଜୟ ହନୁମାନ'ର ପ୍ରଥମ ଝଲକ; ଧାର୍ମିକ ଚେତନାରେ ଭରପୂର

ରାମନବମୀ ଅବସରରେ ବ୍ଲକ୍‌ବଷ୍ଟର୍‌ ଫିଲ୍ମ୍ ‘ହନୁମାନ’ ସିକ୍ୱେଲର ଏକ ନୂଆ ପୋଷ୍ଟର୍‌ ରିଲିଜ୍‌’ ହୋଇଛି। ଏହି ସିକ୍ୱେଲ୍‌ 'ଜୟ ହନୁମାନ' ନାମରେ ଆସିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଫିଲ୍ମ ବିଷୟରେ ଏକ ଫଟୋ ପ୍ରକାଶ କରି ପ୍ରଶଂସକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
Hanuman Sequel jai hanuman poster

Prasanth varma teases fans with an exciting update on jai hanuman poster

Advertisment

ଆଜି ରାମନବମୀଙ୍କର ଏହି ପବିତ୍ର ଅବସରରେ ବ୍ଲକ୍‌ବଷ୍ଟର୍‌ ଫିଲ୍ମ୍ ‘ହନୁମାନ’ ସିକ୍ୱେଲର ଏକ ନୂଆ ପୋଷ୍ଟର୍‌ ରିଲିଜ୍‌’ ହୋଇଛି। ଏହି ସିକ୍ୱେଲ୍‌ 'ଜୟ ହନୁମାନ' ନାମରେ ଆସିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଫିଲ୍ମ ବିଷୟରେ ଏକ ଫଟୋ ପ୍ରକାଶ କରି ପ୍ରଶଂସକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛନ୍ତି।

Advertisment

ପ୍ରଶାନ୍ତ ବର୍ମା ସୋସିଆଲ ମିଡିଆରେ ଫିଲ୍ମର ଏହି ଫଟୋ ଶେୟାର୍‌ କରିଛନ୍ତି। ଏହା ହେଉଛି ଫିଲ୍ମର ପ୍ରଥମ ପୋଷ୍ଟର୍‌। ଏଥିରେ ଭଗବାନ ହନୁମାନ ଏବଂ ଭଗବାନ ରାମଙ୍କ ହାତ ଦୃଶ୍ୟମାନ ହେଉଛି। ଲାଗୁଛି ଯେପରି ଉଭୟ ପରସ୍ପରକୁ ପ୍ରତିଜ୍ଞା କରୁଛନ୍ତି। ଏହି ପୋଷ୍ଟରଟି ଅତ୍ୟନ୍ତ ଧାର୍ମିକ ଏବଂ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ। ଏହି ପୋଷ୍ଟର ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇପଡିଛନ୍ତି।

ଅଧିକ ପଢ଼ନ୍ତୁ: ନିର୍ମାତା ହେବେ ମାଲାମାଲ୍; ୨୦ହଜାରରୁ ଅଧିକ ହଲ୍‌ରେ ରିଲିଜ୍ ହେବ ଏହି ହିନ୍ଦୀ ଫିଲ୍ମ

Advertisment

ଫିଲ୍ମର ଏହି ପୋଷ୍ଟରଟି ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଏଥିରେ 'ବଚନଂ ଧର୍ମସ୍ୟ ରକ୍ଷଣଂ' ଲେଖାଯାଇଛି। ଏହାର ଅର୍ଥ ହେଉଛି, ତ୍ରେତୟାଯୁଗରେ ଏମିତି ଏକ ପବିତ୍ର ପ୍ରତିଜ୍ଞା କରାଯାଇଥିଲା ଯାହା କଳିଯୁଗରେ ରକ୍ଷା କରାଯିବ। ଏହି ଚଳଚ୍ଚିତ୍ରରେ ତେଜା ସଜ୍ଜା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Advertisment

ଦକ୍ଷିଣ ଅଭିନେତା ତେଜା ସଜ୍ଜା ତାଙ୍କ ଚଳଚ୍ଚିତ୍ର 'ହନୁମାନ' ସହିତ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ବର୍ତ୍ତମାନ ଏହି ଫିଲ୍ମର ସିକ୍ୱେଲ୍‌ ମଧ୍ୟ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରର ସିକ୍ୱେଲ୍‌ ଖବରକୁ ନେଇ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଫିଲ୍ମ 'ହନୁମାନ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା ​​ଏବଂ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଥିଲା ​।

'ହନୁମାନ'ର ସଫଳତା ପରେ ତେଜା ସଜ୍ଜା ଏବେ ଅନେକ ବଡ ବଡ ଚଳଚ୍ଚିତ୍ରରୁ ଅଫର ପାଉଛନ୍ତି। ନିର୍ଦ୍ଦେଶକ କାର୍ତ୍ତିକ ଘଟାନେନୀଙ୍କ ନିର୍ଦ୍ଦେଶିତ ଆକ୍ସନ୍-ଆଡ୍‌ଭେଞ୍ଚର୍ ଚଳଚ୍ଚିତ୍ରରେ ତାଙ୍କୁ ଖୁବ୍ ଶୀଘ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଅଧିକ ପଢ଼ନ୍ତୁ: ଆସୁଛି ରଜନୀକାନ୍ତଙ୍କ ନୂଆ ଫିଲ୍ମ; ଖତରନାକ ହୋଇ ଆସୁଛନ୍ତି ରାଣା ଦଗ୍‌ଗୁବାତୀ

ସୂଚନାଥାଉ ଯେ କିଛି ଦିନ ପୂର୍ବରୁ ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା କହିଥିଲେ ଯେ ‘ଜୟ ହନୁମାନ’ ଏକ ପ୍ୟାନ୍ ଇଣ୍ଡିଆନ୍ ଫିଲ୍ମ ହେବାକୁ ଯାଉଥିବା ବେଳେ ଏଥିରେ କୌଣସି ବଲିଉଡ୍‌ ଅଭିନେତା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ସେ ଆହୁରି କହିଥିଲେ ଯେ “ମୁଁ ସେମାନଙ୍କ ଅଡିଶନ ନେବି, ମତେ ମେକ୍‌ଅପ୍, ଲୁକ୍ ଟେଷ୍ଟ୍ ଆହୁରି ଅନେକ କିଛି କରିବାରେ ଅଛି।”

South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ