Advertisment

‘ରାସ୍ତାରେ ଏଭଳି ଘଟିବାର ନଥିଲା, ଘଟଣା ପୂର୍ବରୁ ମୋତେ କଲ୍ କରିବା କଥା’

ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରକୃତି ପୋଷ୍ଟ କରିଥିବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।

 Prakruti Mishra returns Mumbai, says actress’s father Manmath Mishra

Prakruti Mishra returns Mumbai, says actress’s father Manmath Mishra

Advertisment

ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଆଜି ସକାଳୁ ପ୍ରକୃତି ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରକୃତି ପୋଷ୍ଟ କରିଥିବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗକୁ ପୁଣି ଆପଣଙ୍କ ସହ ଦେଖା ହେବ। ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପ୍ରକୃତି କହିଛନ୍ତି। ଏହାସହ ସେ ଆହୁରି ଲେଖିଛନ୍ତି ଯେ, ଜଣେ ରକ୍‌ଷ୍ଟାର ଭାବେ ସେତେଦିନ ଯାଏ ରହିବାକୁ ହେବ। ଆଉ ସବୁକିଛିକୁ ସ୍ମିତହାସ୍ୟର ସହ ସାମ୍ନା କରିବାକୁ ପଡ଼ିବ।

Advertisment

ପ୍ରକୃତିଙ୍କ ମୁମ୍ବାଇ ଗସ୍ତକୁ ନେଇ ପ୍ରକୃତିଙ୍କ ବାପା ତଥା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘କର୍ମକ୍ଷେତ୍ରରେ ଯୋଗ ଦେବାକୁ ପ୍ରକୃତି ମୁମ୍ବାଇ ଯାଇଛନ୍ତି। ପ୍ରକୃତି ନିଜ ସ୍ୱପ୍ନ କ୍ଷେତ୍ରକୁ ଫେରିଥିବାରୁ ମୁଁ ବହୁତ ଖୁସି। ସେ ଖୋଲା ମନର ପିଲା। ସେ ବମ୍ବେ ଇଣ୍ଡଷ୍ଟ୍ରି ଷ୍ଟାଇଲରେ ଚଳୁଥିଲା। ବାପା ହିସାବରେ ତାକୁ ଯେତିକି ଗାଇଡ୍‌ କରିବା କଥା ମୁଁ ତାକୁ କରିଛି।’

ଷ୍ଟାର କଳି ପ୍ରତିକ୍ରିୟା ରଖି ମନ୍ମଥ ମିଶ୍ର କହିଛନ୍ତି, ‘ଏ ବିବାଦ ହେବାର ନଥିଲା, ଘର ଭିତରେ ସମାଧାନ ହେବାର ଥିଲା। ପୂର୍ବରୁ ବାବୁସାନଙ୍କ ପରିବାର ମୋ ଘରକୁ ଆସିଥିଲେ, ମୁଁ ପ୍ରତିଶ୍ରୁତି ଦେଇଥିଲି। ପ୍ରକୃତିକୁ ସଚେତନ କରାଇଥିଲି, ବାବୁସାନ ସହ କଥା ହୋଇଥିଲି। ରାସ୍ତାରେ ଏଭଳି ଘଟିବାର ନଥିଲା, ଘଟଣା ପୂର୍ବରୁ ମୋତେ କଲ୍ କରିବା କଥା। ତୃପ୍ତିଙ୍କ ପ୍ରତି ମୋର ସମବେଦନା ରହିଛି। ତୃପ୍ତି ବହୁତ ସହିଛି ମଧ୍ୟ। ସେମାନେ ମାମଲା ପ୍ରତ୍ୟାହାର କଲେ ଆମେ ବି ପ୍ରତ୍ୟାହାର କରିବୁ। ଝଡ଼ ପରେ ଶାନ୍ତି ଫେରେ,ଏବେ ଶାନ୍ତି ଫେରିବ।’

Advertisment
Manmath Mishra Prakruti Mishra Babushan Mohanty Prakruti Mishra Babushaan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ