Advertisment

ଆଉଥରେ ବାହାହେଲେ ଅଭିନେତା ପ୍ରକାଶ ରାଜ

ଆଉଥରେ ବାହାହେଲେ ବଲିଉଡ୍ ତଥା ଟଲିଉଡ୍‌ର ଦିଗ୍ଗଜ ଅଭିନେତା ପ୍ରକାଶ ରାଜ। ସିଂଘମ୍, ୱାଣ୍ଟେଡ୍ ଭଳି ସିନେମାରେ ନିଜ ଭୂମିକାରେ ଜବରଦସ୍ତ ଅଭିନୟ କରି ଦର୍ଶକମାନଙ୍କ ହୃଦୟରେ ରାଜ କରୁଥିବା ପ୍ରକାଶ ରାଜ ୧୧ ବର୍ଷ ପୂର୍ବେ ପୋନୀ ବର୍ମାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସେ ଆଉଥରେ ବାହା ହୋଇଛନ୍ତି। କିନ୍ତୁ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବାର ସେମିତି କାରଣ ନାହିଁ। କାରଣ ସେ ଆଉ କାହାକୁ ବିବାହ କରି ନାହାନ୍ତି। ପ୍ରକାଶ ରାଜ ନିଜ ପତ୍ନୀଙ୍କୁ ହିଁ ଆଉଥରେ ବାହା ହୋଇଛନ୍ତି।

ଅଦ୍ୟତନ ହୋଇଛି
Prakash Raj

Prakash Raj

Advertisment

ନୂଆଦିଲ୍ଲୀ : ଆଉଥରେ ବାହାହେଲେ ବଲିଉଡ୍ ତଥା ଟଲିଉଡ୍‌ର ଦିଗ୍ଗଜ ଅଭିନେତା ପ୍ରକାଶ ରାଜ। ସିଂଘମ୍, ୱାଣ୍ଟେଡ୍ ଭଳି ସିନେମାରେ ନିଜ ଭୂମିକାରେ ଜବରଦସ୍ତ ଅଭିନୟ କରି ଦର୍ଶକମାନଙ୍କ ହୃଦୟରେ ରାଜ କରୁଥିବା ପ୍ରକାଶ ରାଜ ୧୧ ବର୍ଷ ପୂର୍ବେ ପୋନୀ ବର୍ମାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ୫୬ ବର୍ଷରେ ସେ ଆଉଥରେ ବାହା ହୋଇଛନ୍ତି। କିନ୍ତୁ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବାର ସେମିତି କାରଣ ନାହିଁ। କାରଣ ସେ ଆଉ କାହାକୁ ବିବାହ କରି ନାହାନ୍ତି। ପ୍ରକାଶ ରାଜ ନିଜ ପତ୍ନୀଙ୍କୁ ହିଁ ଆଉଥରେ ବାହା ହୋଇଛନ୍ତି। ସେ ନିଜ ବିବାହର ୧୧ତମ ବାର୍ଷିକୀରେ ଏକ ବିଶେଷ ଢଙ୍ଗରେ ଏହାକୁ ମନେଇଛନ୍ତି। ପ୍ରକାଶ ତାଙ୍କ ପିଲାମାନଙ୍କ ସାମ୍ନାରେ ପତ୍ନୀ ପୋନୀ ବର୍ମାଙ୍କୁ ପୁନର୍ବାର ବିବାହ କରିଛନ୍ତି। ଏହି ବିବାହର କାରଣ ହିଁ ତାଙ୍କ ପିଲାମାନେ ହିଁ ଥିଲେ ଏବଂ ସେ ଏ ବିଷୟରେ ଲେଖି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।

Advertisment
Prakash Rajପ୍ରକାଶ ରାଜ

ପ୍ରକାଶ ରାଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରି କହିଛନ୍ତି ଯେ ସେ ଦ୍ୱିତୀୟ ଥର ତାଙ୍କ ପତ୍ନୀ ପୋନୀ ବର୍ମାଙ୍କୁ ବିବାହ କରିଛନ୍ତି। କାରଣ ତାଙ୍କ ପୁଅ ବେଦାନ୍ତ ସେମାନଙ୍କ ବିବାହ ଆଉଥରେ ହେବା ଦେଖିବାକୁ ଚାହୁଥିଲା। ପାରିପାରିକ ମୁହୂର୍ତ୍ତରେ, ଫଟୋରେ ପ୍ରକାଶ ରାଜ ପତ୍ନୀ ଓ ପିଲାମାନଙ୍କ ସହ ନଜର ଆସିଛନ୍ତି। ଗୋଟିଏ ଫଟୋରେ ଏହି ଅଭିନେତା ତାଙ୍କ ପତ୍ନୀଙ୍କୁ କିସ୍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

Prakash Rajପ୍ରକାଶ ରାଜ

ସୂଚନା ମୁତାବକ, ମଙ୍ଗଳବାର ପ୍ରକାଶ ରାଜ ଓ ପୋନୀ ବର୍ମାଙ୍କ ବିବାହ ବାର୍ଷିକୀ ଥିଲା। ପ୍ରକାଶ ଏହାକୁ ପାଳନ କରିବା ସହ ତାଙ୍କ ପତ୍ନୀଙ୍କ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ “ଏ ମୋ ପାଇଁ କେତେ ଠିକ ଥିଲେ, ମୋର ଜଣେ ଭଲ ସାଥୀ ହେବା ନେଇ, ଜଣେ ପ୍ରେମିକା ଓ ଜଣେ ଭଲ ସହ-ଯାତ୍ରୀ ହୋଇଥିବାରୁ ମୋ ପତ୍ନୀଙ୍କୁ ଧନ୍ୟବାଦ।”

Advertisment

ପ୍ରକାଶଥାଉ ଯେ ପ୍ରକାଶ ରାଜଙ୍କୁ ଯେତେବେଳେ ୪୫ ବର୍ଷ ହୋଇଥିଲା ତାଙ୍କର ପୋନୀ ବର୍ମାଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା। ସେ ୨୦୧୦ରେ ବିବାହ କରିଥିଲେ। ପ୍ରକାଶ ଓ ପୋନୀ ଏକ ଫିଲ୍ମ ସେଟ୍‌ରେ ମିଶିଥିଲେ, ଯେଉଁଠି ପୋନୀ ତାଙ୍କର ଏକ ଗୀତକୁ କୋରିଓଗ୍ରାଫ୍‌ କରୁଥିଲେ। ପ୍ରକାଶ ତାଙ୍କ ପ୍ରଥମ ପତ୍ନୀ ଲଲିତା କୁମାରୀଙ୍କ ଠାରୁ ୨୦୦୯ରେ ବିଚ୍ଛେଦ ହୋଇଥିଲେ। ପ୍ରକାଶ ବର୍ତ୍ତମାନ ମଣି ରତ୍ନମଙ୍କ ରିଲିଜ୍ ହୋଇଥିବା ସିରିଜ୍ ‘ନବରସା’ରେ ନଜର ଆସିଛନ୍ତି।

Advertisment
Bollywood Actor Bollywood Prakash Raj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ