Advertisment

ପୁଣି ଥରେ ପରଦାରେ ଭଗବାନ ଭୂମିକାରେ ନଜର ଆସିବେ ପ୍ରଭାସ

ଲୋକମାନେ ଉତ୍ସାହର ସହିତ ‘କଲ୍କି ୨୮୯୮’କୁ ଅପେକ୍ଷା କରିଛନ୍ତି ଯେଉଁଥିରେ ପ୍ରଭାସ ପୁଣି ଥରେ ପରଦାରେ ଭଗବାନଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରକୁ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଇଛି।

Prabhas starrer kalki 2898 ad will make history

Prabhas starrer kalki 2898 ad will make history

Advertisment

ଲୋକମାନେ ଉତ୍ସାହର ସହିତ ‘କଲ୍କି ୨୮୯୮’କୁ ଅପେକ୍ଷା କରିଛନ୍ତି ଯେଉଁଥିରେ ପ୍ରଭାସ ପୁଣି ଥରେ ପରଦାରେ ଭଗବାନଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରକୁ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଇଛି। ଜାତୀୟ ପୁରସ୍କାର ବିଜେତା ଲେଖକ-କମ-ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଏହି ଆଗାମୀ ଚଳଚ୍ଚିତ୍ର ଉପରେ ସମସ୍ତେ ନଜର ରଖିଛନ୍ତି।

Advertisment

ଏହି ଚଳଚ୍ଚିତ୍ରଟି ହେଉଛି ଭାରତରେ ନିର୍ମିତ ପ୍ରଥମ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର ଏବଂ ଏଥିରେ ମୁଖ୍ୟ ଭୂମିକା ପାଇଁ ଆଗଧାଡିର ତାରକାମାନଙ୍କୁ ଚୟନ କରାଯାଇଛି। ଫିଲ୍ମର ନିର୍ମାତା ତାଙ୍କର କାଷ୍ଟିଂ ପାଇଁ ଗର୍ବିତ ଅନୁଭବ କରନ୍ତି ଏବଂ ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ ଯାହା ଦେଶ ତଥା ବିଶ୍ୱର ଅନେକ ଭାଷାରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଫିଲ୍ମ ସହିତ ଜଡିତ ଜଣେ ହସ୍ତୀ ଏହା ବିଷୟରେ କିଛି କହିଛନ୍ତି।

ଯଦି ଆମେ ‘କଲ୍କି’ର ଷ୍ଟାର୍‌କାଷ୍ଟ୍‌ ବିଷୟରେ କଥା ହେବା, ତେବେ ଏଥିରେ ପ୍ରଭାସଙ୍କ୍ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। କିନ୍ତୁ ତାଙ୍କ ବ୍ୟତୀତ ଏଥିରେ ଅମିତାଭ ବଚ୍ଚନ, କମଲ ହାସନ, ଦୀପିକା ପାଦୁକୋନ ଏବଂ ଦିଶା ପଟାନୀ ମଧ୍ୟ ନଜର ଆସିବେ।

Advertisment

ଏହି ଚଳଚ୍ଚିତ୍ରରେ ଦୁଲକର ସଲମାନ, ବିଜୟ ଦେବରକୋଣ୍ଡା ଏବଂ ରାଣାଙ୍କୁ କୈମିୟୋ ଭୂମିକାରେ ଦେଖିବାକୁ ମିଳିବ। ଯେଉଁ ମୂଲ୍ୟରେ ଫିଲ୍ମ ତିଆରି ହୋଇଛି, ଏନେଇ ଆଶା ଆକାଶଛୁଆଁ ରହିଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ ଚଳଚ୍ଚିତ୍ରଟି ପୂର୍ବରୁ ସ୍ଥିର ହୋଇଥିବା ଦୁଇଟି ପାର୍ଟ ବ୍ୟତୀତ ତିନି ପାର୍ଟରେ ବିଭକ୍ତ ହେବ।

ଲେଖକ ସାଇ ମାଧବ ବୁରା ଜଣେ ଲୋକପ୍ରିୟ ଟଲିଉଡ୍‌ ହସ୍ତୀ ଯିଏ ‘କଲ୍କୀ ୨୮୯୮ ଏଡି’ ବିଷୟରେ କହିଥିବା ପ୍ରଥମ ଟେକ୍ନିସିଆନମାନଙ୍କ ମଧ୍ୟରୁ ଜଣେ। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, କଲ୍କୀ ୨୮୯୮ ଏଡି’ ଭଳି ଚଳଚ୍ଚିତ୍ର କେବଳ ଟଲିଉଡ’ରେ ନୁହେଁ, ଦେଶରେ ମଧ୍ୟ ତିଆରି ହୋଇ ନାହିଁ।' ସାଇ ମାଧବ ଆହୁରି ମଧ୍ୟ କହିଛନ୍ତି, ‘କଲ୍କୀ ୨୮୯୮ ଏଡି’ ଏକ ପରବର୍ତ୍ତୀ ସ୍ତରର ଚଳଚ୍ଚିତ୍ର ଏବଂ ଏହା ଏକ ହଲିଉଡ୍ ପ୍ରଡକ୍ସନ୍ ଭଳି।

Advertisment

କୁହାଯାଉଛି ଯେ ଫିଲ୍ମର ପ୍ରମୋସନ ପାଇଁ ‘କଲ୍କି’ର ଟିମ୍ ପୂରା ଦୁଇ ମାସ ବିତାଇବାକୁ ଚାହୁଁଛନ୍ତି ଏବଂ ସୁଟିଂ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଏହିସବୁ ବିଷୟକୁ ବିଚାରକୁ ନେଇ, ଲାଗୁଛି ଯେ ‘କଲ୍କୀ ୨୮୯୮ ଏଡି’ ନିର୍ଦ୍ଧାରିତ ହୋଇଥିବା ୦୯ ମେ ୨୦୨୪ରେ ରିଲିକ୍ ହୋଇପାରିବ ନାହିଁ। ତେବେ ଏହା ଉପରେ କୌଣସି ଅଫିସିଆଲ୍ ନିଶ୍ଚିତତା ନାହିଁ ଏବଂ ନିର୍ମାତା ଏପର୍ଯ୍ୟନ୍ତ କୌଣସି ମତ ଦେଇନାହାଁନ୍ତି।

Prabhas Bollywood Tollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ